www.samajalive.in
Monday, December 8, 2025
27.1 C
Bhubaneswar

ବାର୍ଦ୍ଧକ୍ୟରେ ଅଲୋଡ଼ା: ମାଆକୁ ମନ୍ଦିରରେ ଛାଡ଼ି ୪ ଝିଅ ଛୁ

କନ୍ଦରପୁର : ପରିଣତ ବୟସରେ ବାପାମାଆଙ୍କ ପାଇଁ ସାହାରା ହୋଇଥାନ୍ତି ପୁଅ ଝିଅ। ଏଭଳି ସମୟରେ ଜଣେ ବୃଦ୍ଧାଙ୍କୁ ମନ୍ଦିରରେ ଛାଡ଼ି ଦେଇ ଝିଅମାନେ ପଳେଇଲେ। ଭୋକ ଉପାସରେ ପଡ଼ି ରହିଥିବା ବୃଦ୍ଧାଙ୍କୁ ଉଦ୍ଧାର କଲେ କିଛି ଗ୍ରାମବାସୀ। ସବୁ ଥାଇ ସେ ସର୍ବହରା ହୋଇଛନ୍ତି। ଶେଷରେ ତାଙ୍କ ପାଇଁ ବୃଦ୍ଧାଶ୍ରମ ସାହା ହୋଇଛି। ସ୍ଥାନୀୟ ଶଙ୍ଖପୁର ପଞ୍ଚାୟତ ଅନ୍ତର୍ଗତ ସରସୋଦା ଗ୍ରାମର ଗୀତାଞ୍ଜଳି ଜେନାଙ୍କ କ୍ଷେତ୍ରରେ ଏଭଳି ଘଟଣା ଘଟିଛି। ୪ ଝିଅ ଓ ଘରବାଡ଼ି ଥାଇ ମଧ୍ୟ ସେ ଆଜି ସର୍ବହରା ହୋଇଛନ୍ତି। ଝିଅମାନେ ମାଆକୁ ଉକ୍ତ ଗ୍ରାମର ଗ୍ରାମେଶ୍ବର ମହାଦେବ ମନ୍ଦିରରେ ଛାଡ଼ି ଚାଲିଯାଇଛନ୍ତି। ୪ ଦିନ ଉପାସ ଭୋକରେ ପଡ଼ିଥିବା ଉକ୍ତ ବୃଦ୍ଧାଙ୍କୁ ଗ୍ରାମର କିଛି ଭଦ୍ର ବ୍ୟକ୍ତି ଉଦ୍ଧାର କରି ଖାଦ୍ୟ ପାନୀୟ ଦେଇ ତାଙ୍କର ସେବା କରିଥିଲେ। ଝିଅ ମାନଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସେମାନେ ନିଜ ଦୋଷକୁ ଲୁଚାଇ ପରସ୍ପରଙ୍କୁ ଦୋଷାରୋପ କରିଥିଲେ; ହେଲେ କେହି ବି ମାଆଙ୍କୁ ଆଶ୍ରୟ ଦେବାକୁ ରାଜି ହୋଇନଥିଲେ। ସ୍ବାମୀ ଆରପାରିକୁ ଚାଲି ଯିବାର ୬ ମାସ ନ ପୂରୁଣୁ ତାଙ୍କ ନିଜ ଘରେ ରହୁଥିବା ମାଆଙ୍କୁ ଝିଅ ମାନେ ଆଣି ମନ୍ଦିର ବେଢ଼ାରେ ଛାଡ଼ି ଘର ତାଲା ପକାଇ ଚାଲିଯିବା ସଭ୍ୟ ସମାଜ ପାଇଁ କଳଙ୍କ ବୋଲି ଗ୍ରାମର ବୁଦ୍ଧିଜୀବୀ ପ୍ରକାଶ ଚନ୍ଦ୍ର ଭୂୟାଁ କହିଛନ୍ତି। ଉକ୍ତ ବୃଦ୍ଧାଙ୍କୁ ଗ୍ରାମର ହୃଦାନନ୍ଦ ଜେନା, ରବୀନ୍ଦ୍ରନାଥ ସ୍ବାଇଁ, ପ୍ରଦୀପ୍ତ କୁମାର ଜେନା ପ୍ରମୁଖ ଗ୍ରାମବାସୀ ଜଗତସିଂହପୁର ଜିଲା ଅଢ଼ଙ୍ଗ ଗଡ଼ ବୃଦ୍ଧାଶ୍ରମରେ ଛାଡ଼ିଥିବା ଜଣାପଡ଼ିଛି।

Hot this week

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

Related Articles

Popular Categories