www.samajalive.in
Tuesday, December 9, 2025
16.1 C
Bhubaneswar

ଏମିତି ମନ୍ଦିର, ଯେଉଁଠି ଶିବଙ୍କ ପୂର୍ବରୁ କରାଯାଏ ରାବଣଙ୍କ ପୂଜା ; ରହିଛି ଗଭୀର ରହସ୍ୟ

ଦୁନିଆରେ ଏମିତି ଅନେକ ଚମତ୍କାରୀ ମନ୍ଦିର ଅଛି, ଯିଏ ନିଜ ସହ ଏକ ବିଶେଷ କାହାଣୀ ଧରି ରଖିଛି। ଏମିତିରେ ତ ସାରା ଦୁନିଆରେ ଭଗବାନ ଶିବଙ୍କ ଅନେକ ମନ୍ଦିର ଅଛି, ହେଲେ ଆଜି ଆମେ ଆପଣଙ୍କୁ ଏମିତି ଏକ ମନ୍ଦିର ବିଷୟରେ କହିବୁ ଯେଉଁଠି ଭଗବାନଙ୍କ ପୂର୍ବରୁ ରାବଣଙ୍କୁ ପୂଜା କରାଯାଏ। ଏହା ପଛରେ ଏକ ଭଭୀର ରହସ୍ୟ ଲୁଚି ରହିଛି।

ଏହି ମନ୍ଦିର କମଳନାଥ ମହାଦେବଙ୍କ ନାମରେ ଜଣାଶୁଣା। ଉଦୟପୁରଠାରୁ ପ୍ରାୟ ୮୦ କିମି ଦୂରରେ ଝାଡୋଲ ତହସିଲ ସ୍ଥିତ ଆୱାରଗଡ଼ର ପାହାଡ଼ ଉପରେ ଭଗବାନ ଶିବଙ୍କ ଏହି ପ୍ରାଚୀନ ମନ୍ଦିର ଅବସ୍ଥିତ। ପୁରାଣ ଅନୁସାରେ, ଏହି ମନ୍ଦିରର ସ୍ଥାପନା ନିଜେ ଲଙ୍କାପତି ରାବଣ କରିଥିଲେ। କୁହାଯାଏ, ଏହା ହେଉଛି ସେହି ସ୍ଥାନ ଯେଉଁଠି ରାବଣ ନିଜ ମୁଣ୍ଡ କାଟି ଅଗ୍ନିକୁଣ୍ଡରେ ଭଗବାନ ଶିବଙ୍କୁ ଅର୍ପଣ କରିଥିଲେ। ସେହି ସମୟରେ ଭଗବାନ ଶିବ ପ୍ରସନ୍ନ ହୋଇ ରାବଣଙ୍କ ନାଭିରେ ଅମୃତ କୁଣ୍ଡ ସ୍ଥାପିତ କରିଥିଲେ। ଏହି ମନ୍ଦିରର ବିଶେଷତ୍ୱ ହେଉଛି, ଏଠାରେ ଭଗବାନ ଶିବଙ୍କ ପୂର୍ବରୁ ରାବଣଙ୍କୁ ପୂଜା କରାଯାଇଥାଏ। କାରଣ ମାନ୍ୟତା ରହିଛି ଯେ, ଏଠାରେ ପ୍ରଭୁ ଶିବଙ୍କ ପୂର୍ବରୁ ରାବଣଙ୍କ ପୂଜା ନକଲେ ପୂଜା ବ୍ୟର୍ଥ ହୋଇଥାଏ।

- Advertisement -

ପୁରାଣରେ କମଳନାଥ ମହାଦେବଙ୍କ ଏକ କାହାଣୀ ବର୍ଣ୍ଣିତ ଅଛି। ସେହି କାହାଣୀ ଅନୁସାରେ, ଥରେ ରାବଣ ପ୍ରଭୁ ଶିବଙ୍କୁ ପ୍ରସନ୍ନ କରିବା ପାଇଁ କୈଳାଶ ପର୍ବତରେ ତପସ୍ୟା କଲେ। ତାଙ୍କର କଠୋର ତପସ୍ୟାରେ ପ୍ରସନ୍ନ ହୋଇ ଭଗବାନ ଶିବ ତାଙ୍କୁ ବରଦାନ ମାଗିବାକୁ କହିଲେ। ସେହି ସମୟରେ ରାବଣ ପ୍ରଭୁ ଶିବଙ୍କୁ ଲଙ୍କା ଯିବା ପାଇଁ ବରଦାନ ମାଗିଲେ। ଏହାପରେ ଭୋଳାନାଥ ଶିବଲିଙ୍ଗ ରୂପରେ ତାଙ୍କ ସହ ଯିବା ପାଇଁ ରାଜି ହୋଇଗଲେ। ଭଗବାନ ଶିବ ରାବଣଙ୍କୁ ଏକ ଶିବଲିଙ୍ଗ ଦେଲେ ଓ କହିଲେ, ଯଦି ଲଙ୍କାରେ ପହଞ୍ଚିବା ପୂର୍ବରୁ ତୁମେ ଏହି ଶିବଲିଙ୍ଗକୁ ଧରିତ୍ରୀ ଉପରେ କେଉଁଠି ରଖିବ ତେବେ ମୁଁ ସେହିଠାରେ ହିଁ ସ୍ଥାପିତ ହୋଇଯିବି। ରାସ୍ତାରେ ରାବଣଙ୍କୁ କ୍ଳାନ୍ତ ଅନୁଭବ ହେବା ଯୋଗୁଁ ବିଶ୍ରାମ ନେବା ପାଇଁ ଗୋଟିଏ ସ୍ଥାନରେ ରହିଗଲେ ଓ ଶିବଲିଙ୍ଗକୁ ଧରିତ୍ରୀ ଉପରେ ରଖିଦେଲେ। ବିଶ୍ରାମ ନେବା ପରେ ଯେତେବେଳେ ରାବଣ ଶିବଲିଙ୍ଗକୁ ଉଠାଇବାକୁ ଚାହିଁଲେ ସେତେବେଳେ ତାହା ଆଉ ସେହି ସ୍ଥାନରୁ ଉଠିଲା ନାହିଁ। ତା’ପରେ ରାବଣଙ୍କୁ ତାଙ୍କ ଭୁଲ୍ ଅନୁଭବ ହେଲା ଓ ପଶ୍ଚାତାପ କରିବା ପାଇଁ ସେ ସେହି ସ୍ଥାନରେ ପୁଣି ତବସ୍ୟା କରିବାକୁ ଲାଗିଲେ। ସେ ଦିନରେ ଥରେ ପ୍ରଭୁ ଶିବଙ୍କୁ ଶହେ ପଦ୍ମ ଅର୍ପଣ କରି ପୂଜା କରୁଥିଲେ। ଇତି ମଧ୍ୟରେ ସାଢେ ବାର ବର୍ଷ ବିତିଗଲା। ରାବଣର ତପସ୍ୟା ସଫଳ ହୋଇଯିବ ବୋଲି ଭାବି ବ୍ରହ୍ମା ତା’ର ତପସ୍ୟାକୁ ବିଫଳ କରିବା ପାଇଁ ପୂଜା ସମୟରେ ଗୋଟିଏ ପଦ୍ମ ପୁଲ କମ୍ କରିଦେଲେ। ରାବଣ ଯେତେବେଳେ ଦେଖିଲେ ଶିବଙ୍କ ପୂଜା ପାଇଁ ଗୋଟିଏ ଫୁଲ କମ୍ ପଡ଼ୁଛି ସେତେବେଳେ ସେ ତାଙ୍କ ମୁଣ୍ଡ କାଟି ପ୍ରଭୁଙ୍କୁ ଅର୍ପଣ କରିଦେଇଥିଲେ। ରାବଣଙ୍କ ଏହି ଭକ୍ତିରେ ଭଗବାନ ଶିବ ପ୍ରସନ୍ନ ହୋଇଥିଲେ ଓ ବରଦାନ ସ୍ବରୂପ ତାଙ୍କ ନାଭିରେ ଅମୃତ କୁଣ୍ଡ ସ୍ଥାପନା କରିଥିଲେ। ଏହାସହିତ କହିଥିଲେ ଆଜିଠାରୁ ଏହି ସ୍ଥାନ କମଳନାଥ ମହାଦେବ ନାମରେ ପରିଚିତ ହେବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories