www.samajalive.in
Saturday, December 6, 2025
26.1 C
Bhubaneswar

ସ୍ୱଛତା ମିଶନ ଏଠି ପ୍ରହସନ; ବ୍ଲକ ଅଧ୍ୟକ୍ଷଙ୍କ ଗ୍ରାମରେ ହେଉନି କାର୍ଯ୍ୟକାରୀ

କାମାକ୍ଷାନଗର: କାମାକ୍ଷାନଗର ବ୍ଲକରେ ସ୍ୱଛତା ମିଶନରେ ପାଇଖାନା ହୋଇଥିବା ବେଳେ ସଚେତନତା ଅଭାବରୁ ଏବେ ତାହା ପ୍ରହସନରେ ପରିଣତ ହୋଇଥିବା ଅନୁଭୂତ ହେଉଛି। କାମାକ୍ଷାନଗର ବ୍ଲକର ୨୨ ଗୋଟି ପଂଚାୟତରେ ସ୍ୱଛତା ମିଶନ ସହାୟତାରେ ପ୍ରତ୍ୟେକ ଘରେ ପାଇଖାନା ନିର୍ମାଣ କରାଯାଇଛି। ହେଲେ ସେ ପାଇଖାନା ନିର୍ମାଣରେ କେତେକ ଅନିୟମିତତା ଏବଂ ନିର୍ମାଣ ହୋଇଥିବା ପାଇଖାନା ବ୍ୟବହାର ନ କରାଯାଇ ସେଥିରେ ଘରର ଦରକାରୀ ସରଞ୍ଜାମ ରଖୁଥିବା ବେଳେ ବାହାରକୁ ଶୌଚ ପାଇଁ ଢାଳ ଧରି ଯାଉଥିବା ଦେଖାଯାଉଛି। ମୁଖ୍ୟତଃ ଏହି ବ୍ଲକର ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁଙ୍କ ନିଜ ଗ୍ରାମରେ ପାଇଖାନା ନିର୍ମାଣ କରାଯାଇଥିବା ବେଳେ ଗ୍ରାମର ଅଧିବାସୀମାନେ ପାଇଖାନା ବ୍ୟବହାର ନକରି ବାହାରେ ଥିବା ବୁଦୁବୁଦିଅ ଜଙ୍ଗଲକୁ ଢାଳ ଧରି ଯାଉଥିବାର ଦେଖାଯାଉଛି। ଖୋଦ ବ୍ଲକ ଅଧ୍ୟକ୍ଷଙ୍କ ଗ୍ରାମରେ ଲୋକେ ପାଇଖାନା ବ୍ୟବହାର କରୁ ନଥିବା ବେଳେ ଅନ୍ୟ ପଂଚାୟତରେ ଲୋକେ କିପରି ପାଇଖାନା ବ୍ୟବହାର କରୁଥିବେ ତାହା ସାଧାରଣରେ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଜିଲ୍ଲାପାଳ ଏଥିପ୍ରତି ଗୁରୁତ୍ୱ ଦେଇ ତ୍ୱରିତ ପଦକ୍ଷେପ ନେବା ପାଇଁ ସଚେତନ ନାଗରିକ ମହଲରେ ଦାବୀ ହୋଇଛି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories