www.samajalive.in
Sunday, December 7, 2025
15.1 C
Bhubaneswar

ବାଇଶିଙ୍ଗା-ରହଣି ରାସ୍ତାର ଉନ୍ନତିକରଣ ଦାବୀ

କାମାକ୍ଷାନଗର: କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ୫୩ ନଂ ଜାତୀୟ ରାଜପଥର ବାଇଶିଙ୍ଗାଠାରୁ କଙ୍କଡ଼ାହାଡ଼ ବ୍ଲକର ରହଣି ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ଉନ୍ନତିକରଣ ପାଇଁ ସାଧାରଣରେ ଦାବି ହେଉଛି। କାମାକ୍ଷାନଗର ବ୍ଲକ ବାଇଶିଙ୍ଗାଠାରୁ ଖଟଖୁରା ଦେଇ କଙ୍କଡ଼ାହାଡ଼ ବ୍ଲକର ମାକୁଆକାଟେଣୀ ପଞ୍ଚାୟତର ତରାଜଙ୍ଗ, ମାକୁଆକାଟେଣୀ, କୋଳବାନିଆକାଟେଣୀ ଦେଇ ବିରାଶାଳ ପଞ୍ଚାୟତର ରହଣି ପର୍ଯ୍ୟନ୍ତ ରହିଥିବା ରାସ୍ତାଟି ଦେଢ଼ ବର୍ଷ ତଳେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମାଣ କରାଯାଇଥିଲା। ଅଥଚ ନିର୍ମାଣ ହେବାର କିଛିଦିନ ପରେ ରାସ୍ତା ଖାଲ ଖମାରେ ଭର୍ତ୍ତି ହୋଇଗଲାଣି। ରହଣି-ମାକୁଆକାଟେଣୀ ମଧ୍ୟରେ ରହିଥିବା ରେଙ୍ଗାଳି କେନାଲ ରାସ୍ତାକୁ ପୂର୍ତ୍ତ ବିଭାଗ ଦ୍ୱାରା ନିର୍ମାଣ କରାଯାଇଥିବା ବେଳେ ବାଟଗାଁ ପଞ୍ଚାୟତର ବ୍ରହ୍ମଣିଆଠାରୁ ରେଙ୍ଗାଳି କେନାଲ ରାସ୍ତାରେ ବାଲିଗୋରଡ ପର୍ଯ୍ୟନ୍ତ ନିର୍ମାଣ କରାଯାଇଥିବା ରାସ୍ତାଟି ମଧ୍ୟ ପୂର୍ତ୍ତ ବିଭାଗ ଦ୍ୱାରା ସଂପନ୍ନ ହୋଇଛି। ବାଲିଗୋରଡ଼, ବାଇଶିଙ୍ଗା, ମାକୁଆକାଟେଣୀ, ବିରାଶାଳ, ବଟଗାଁ ଆଦି ପଞ୍ଚାୟତର ଅଧିବାସୀଙ୍କ ସହିତ ବାହାର ପଞ୍ଚାୟତର ଲୋକମାନେ ବାଇଶିଙ୍ଗା-ରହଣି ରାସ୍ତା ଉପରେ ନିର୍ଭର କରୁଥିବା ବେଳେ ପାର୍ଶ୍ୱରେ ପୂର୍ତ୍ତ ବିଭାଗ ରାସ୍ତା ଦେଖି ସେଭଳି ରାସ୍ତା କରିବା ସହିତ ରାସ୍ତାର ଉନ୍ନତିକରଣ ପାଇଁ ସେ ଅଂଚଳର ଜନସାଧାଣଙ୍କ ପକ୍ଷରୁ ଦୃଢ଼ ଦାବି କରାଯାଇଛି। ପୁଣି ଏହି ରାସ୍ତା ପ୍ରତି ଗୁରୁତ୍ୱ ଦିଆଯାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ରାସ୍ତାଟିର ଉନ୍ନତିକରଣ ଦିଗରେ ପଦକ୍ଷପ ନେବାକୁ ଦାବି କରିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories