www.samajalive.in
Saturday, December 6, 2025
26.1 C
Bhubaneswar

ବେଦାନ୍ତ କମ୍ପାନୀର କୁସୁମଯୋଡି ଅଞ୍ଚଳରେ ପୁଞ୍ଜି ନିବେଶ: କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ବିଧାୟକ

କାମାକ୍ଷାନଗର: କାମାକ୍ଷାନଗର ବ୍ଲକର କୁସୁମଯୋଡି ପଞ୍ଚାୟତରେ ବେଦାନ୍ତ କମ୍ପାନୀ ପକ୍ଷରୁ ଏକ ଆଲୁମିନିୟମ କାରଖାନା କରିବାକୁ ସରକାରଙ୍କ ସହ ଚୁକ୍ତି ହୋଇଛି। ଏନେଇ ପରଜଙ୍ଗ ବିଧାୟକ ବିଭୁତି ଭୂଷଣ ପ୍ରଧାନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। କାମାକ୍ଷାନଗର ବ୍ଲକର କୁସୁମଯୋଡି ପଞ୍ଚାୟତରେ ଓଟିପିସିଏଲ କମ୍ପାନୀ ପକ୍ଷରୁ ଦୀର୍ଘ ବର୍ଷ ତଳେ ଜମି ଅଧିଗ୍ରହଣ କରିବାପରେ କମ୍ପାନୀ ପକ୍ଷରୁ କୌଣସି କାର୍ଯ୍ୟ ଆରମ୍ଭ ହୋଇନଥିଲା। ସରକାର ପରିବର୍ତ୍ତନ ହେବାପରେ ପ୍ରଥମ ବିଧାନସଭା ଅଧିବେଶନରେ ପରଜଙ୍ଗ ବିଧାୟକ ବିଭୁତି ଭୂଷଣ ପ୍ରଧାନ ବିଧାନସଭାରେ କମ୍ପାନୀ ସଂପର୍କରେ ସବିଶେଷ ତଥ୍ୟ ଉପସ୍ଥାପନା କରିଥିଲେ। ଏ ସଂକ୍ରାନ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଦକ୍ଷେପ ନେଇଥିଲେ। ଏହି ପଦକ୍ଷେପସ୍ୱରୂପ ଓଟିପିସିଏଲ କମ୍ପାନୀ ବଦଳରେ କୁସୁମଯୋଡି ପଞ୍ଚାୟତର କୁସୁମଯୋଡି, ଅନ୍ନପୂର୍ଣ୍ଣାପୁର ଗ୍ରାମରେ ବେଦାନ୍ତ କମ୍ପାନୀ ପକ୍ଷରୁ ୧ ଲକ୍ଷ ୨୫ ହଜାର କୋଟି ଟଙ୍କା ପୁଞ୍ଜି ନିବେଶରେ ଏକ ଆଲୁମିନିୟମ କାରଖାନା ସ୍ଥାପନ କରିବା ନେଇ ଚୁକ୍ତି ହୋଇଛି।

କମ୍ପାନୀ ପକ୍ଷରୁ ୩ ଏମପିଟିପିଏ ଆଲମୁନିୟମ ସ୍କେଲଟର ଏବଂ ୪୯ ହଜାର ମେଗାୱାଟ କ୍ୟାପଟିଭ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ। ଫଳରେ ଏ ଅଞ୍ଚଳରେ ବିସ୍ଥାପିତଙ୍କ ପରିବାର ସହିତ ତଥା ଉପଖଣ୍ଡ ଓ ଢେଙ୍କାନାଳ ଜିଲାରେ ଥିବା ବହୁ ବେକାରୀ ଯୁବକ ଏହି କମ୍ପାନୀ ମାଧ୍ୟମରେ ରୋଜଗାରକ୍ଷମ ହୋଇପାରିବେ। ଏଥି ସହିତ ଏ ଅଞ୍ଚଳର ଉନ୍ନତିରେ ସହାୟକ ହୋଇପାରିବ। ଏହି କମ୍ପାନୀ ସରକାରଙ୍କ ସହିତ ଚୁକ୍ତି କରିଥିବାବେଳେ ସରକାରଙ୍କ ପକ୍ଷରୁ କଦଳୀପାଳଠାରେ ଏକ ଆଲୁମିନିୟମ କାରଖାନା ହେଉଥିବାରୁ ପରଜଙ୍ଗ ବିଧାୟକ ବିଭୁତି ପ୍ରଧାନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଶିଳ୍ପ ମନ୍ତ୍ରୀ ସଂପଦ ସ୍ୱାଇଁ ଏବଂ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣିଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ଧନ୍ୟବାଦ ଜଣାଇଛନ୍ତି। ଏହି ଖବର ପ୍ରଚାର ହେବାପରେ କାମାକ୍ଷାନଗର ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories