www.samajalive.in
Saturday, December 6, 2025
26.1 C
Bhubaneswar

ଧାନକ୍ରୟ କେନ୍ଦ୍ର ବୁଡ଼ାଗୁଡ଼ା ଆରଏମସି ୱାର୍ଡରେ ଉତ୍ତେଜନା

କଲ୍ୟାଣସିଂ ହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂ ହପୁର ବ୍ଲକ ବୁଡ଼ାଗୁଡା ନିୟନ୍ତ୍ରିତ ବଜାର ଠାରେ ଚାଷୀ ଘେରାଉ କରିବା ସହ ୪ ଅଧିକାରୀଙ୍କୁ କାର୍ୟ୍ୟାଳୟ ଭିତରେ ଅଟକ ରଖିଥିବା ନେଇ ଖବର ମିଳିଛି। ଚାଷୀଙ୍କ ସମସ୍ୟା କୁ ନେଇ ବାରମ୍ବାର ଜିଲା ନିୟନ୍ତ୍ରିତ ବଜାର ଅଧିକାରୀ ଓ ମିନି ବ୍ୟାଙ୍କ ପରିଚାଳକଙ୍କୁ କହି ଆସୁଥିଲେ ମଧ୍ୟ ସେମାନେ ମଣ୍ଡି ଖୋଲୁନଥିବା ଯୋଗୁଁ ଏହିପରି କାର୍ୟ୍ୟ କରାଯାଇଥିବା ଚାଷୀ କହିଛନ୍ତି । ଚାଷୀ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ଟୋକେନ୍ ବ୍ୟବସ୍ଥା ରହିଛି । ସେଥିରେ ଅବ୍ୟବସ୍ଥା ହୋଇଥିବା ଯୋଗୁଁ  ବୁଧବାର ଦିନ ଶିକରପାଇ, ବୁଡ଼ାଗୁଡା, ନାରାୟଣପୁର କରପା, ସେରିଗୁମ୍ମା ପଞ୍ଚାୟତର ଚାଷୀ ମାନେ ବୁଡ଼ାଗୁଡା ନିୟନ୍ତ୍ରିତ ବଜାରକୁ ଆଣି ଦେବାର ଥିଲା । ଏଥିରେ ରାୟଗଡର ଏ ଆର ସି ଏସ ଦୀପକ ବାରା, ମିନି ବ୍ୟାଙ୍କ ପରିଚାଳକ ସିହେଚ କୋଟେଶ୍ୱର ରାଓ, ତାରିଣୀ ପ୍ରସାଦ ତ୍ରିପାଠୀ ,(ଆର .ଏମ.ସି)ର ସୁପ୍ରଭାଇଜର ବସନ୍ତ କୁମାରପାଳ ଙ୍କୁ ପ୍ରାୟ ୧ ଘଣ୍ଟା ଠାରୁ ରାତ୍ର ୭.୩୦ପର୍ୟ୍ୟନ୍ତ ପ୍ରାୟ ୭ ଘଣ୍ଟା ଧରି କୋଠରୀରେ ରଖିଥିଲେ।
ଜିଲା ସ୍ତରୀୟ ଅଧିକାରୀ ମାନେ ନ ଆସିବା ପର୍ୟ୍ୟନ୍ତ ଛଡ଼ାଯିବ ନାହିଁ ବୋଲି ଚାଷୀ ଅଡି ବସିଥିଲେ।  ଘଟଣାସ୍ଥଳରେ ପୁଲିସ ପହଞ୍ଚିଛି । କିଛି ଚାଷୀ ମାନଙ୍କୁ ଟୋକେନ ସମ୍ପୂର୍ଣ୍ଣ ଆସିନଥିବା ବେଳେ ଆଉ କିଛି ଚାଷୀଙ୍କୁ କମ ପରିମାଣରେ ଟୋକେନ୍ ଆସିଛି, ଆବଶ୍ୟକ ଅନୁଯାୟୀ ଚାଷୀଙ୍କୁ ଟୋକେନ୍ ଆସିନଥିବା ଯୋଗୁଁ ଏହାର ପ୍ରତିବାଦରେ ମଣ୍ଡି ବନ୍ଦ କରିବା ପାଇଁ ବାରମ୍ବାର ଅଭିଯୋଗ କରିଆସୁଛନ୍ତି ଚାଷୀ ।ଏହା ସତ୍ତ୍ୱେ ପ୍ରଶାସନ ପକ୍ଷରୁ ମଣ୍ଡି ଖୋଲା ଯାଇଥିବାରୁ ଉତ୍ତେଜିତ ଚାଷୀ ମାନେ ଅଧିକାରୀଙ୍କୁ କୋଠରୀରେ ବନ୍ଦ କରି ରଖିଥିଲେ । ଏ ବିଷୟରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବୁ  ବୋଲି କହିବାରୁ ଉତ୍ତେଜିତ ଚାଷୀ ତାଲା ଖୋଲିଥିଲେ । ଯଦି ତୁରନ୍ତ ସମାଧାନ କରାନଗଲେ ଆଗାମୀ ଦିନରେ ଚାଷୀ ଆନ୍ଦୋଳନ କରିବାକୁ ପଛାଇବୁ ନାହିଁ ବୋଲି ଚାଷୀ ମାନେ କହିଛନ୍ତି ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories