www.samajalive.in
Saturday, December 6, 2025
26.1 C
Bhubaneswar

ଅଙ୍ଗନବାଡ଼ି କର୍ମୀଙ୍କ ବିଡିଓ ଏବଂ ସିଡିପିଓଙ୍କୁ ଲିଖିତ ଅଭିଯୋଗ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ସେକ୍ଟର ଅଙ୍ଗନବାଡ଼ି କର୍ମୀମାନେ ସରକାରଙ୍କ ତରଫରୁ ଆସିଥିବା ସୁଭଦ୍ରା ଯୋଜନାରେ ଦିଆଯାଇଥିବା ଫର୍ମର ସ୍ୱୀକୃତି ପତ୍ର ନ ମିଳିବା ଯୋଗୁଁଁ ବିଡିଓ ଏବଂ ସିଡିପିଓଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଅଙ୍ଗନବାଡ଼ି କର୍ମୀମାନଙ୍କୁ ନିଜ ନିଜ ଅଞ୍ଚଳରେ ସୁଭଦ୍ରା ଯୋଜନା ଆବେଦନ କରୁଥିବା ହିତାଧିକାରୀଙ୍କଠାରୁ ଫର୍ମ ପୂରଣ କରି ଆଣି ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟରେ ଦେବା ପାଇଁ କୁହାଯାଇଥିଲା। କର୍ମୀମାନେ ସୁଭଦ୍ରା ଯୋଜନାର ଫର୍ମ ପୂରଣ କରି କାର୍ଯ୍ୟାଳୟରେ ଦେଇଥିବାବେଳେ ବର୍ତ୍ତମାନସୁଦ୍ଧା ସ୍ୱୀକୃତି ପତ୍ର ପାଇ ନାହାନ୍ତି। ତେଣୁ ବିଭିନ୍ନ ଅଞ୍ଚଳରେ ଥିବା ସୁଭଦ୍ରା ଯୋଜନାର ହିତାଧିକାରୀମାନେ ଅଙ୍ଗନବାଡ଼ି କର୍ମୀଙ୍କ ଉପରେ ବିଶ୍ୱାସ ତୁଟାଇ ଗାଳିଗୁଲଜ କରୁଥିବା ପ୍ରକାଶ କରିଛନ୍ତି କର୍ମୀମାନେ। ଏହି ପତ୍ର ଦେବା ସମୟରେ କେ.ତ୍ରିବେଣୀ, ଏ.ମାଧୁରୀ, ବାଙ୍ଗାରୀ ସିକକା, ବିନୋଦିନୀ ହୁଈକା, ମଣ୍ଡଳ ସାରୀ, ମଞ୍ଜୁ ଉଲ୍ଲକା, ପଦ୍ମାବତୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ସିଡିପିଓଙ୍କୁ ଲିଖିତ ଅଭିଯୋଗ ଦେବା ସହ ବିଡିଓ ମନୀଷା ଦାସ ଓ ମହିଳା ସଂଘ ବିଏମଏସ ରାୟଗଡ଼ାକୁ ମଧ୍ୟ ଲିଖିତ ଦେଇଥିବା ସୂଚନା ମିଳିଛି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories