www.samajalive.in
Sunday, December 7, 2025
15.1 C
Bhubaneswar

ଓଡ଼ିଆ ନବବର୍ଷ ଓ ହନୁମାନ ଜୟନ୍ତୀ ପାଳିତ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମା ଗୁଣ୍ଡିଚା ମନ୍ଦିର ନିକଟରେ ଥିବା ହନୁମାନ ମନ୍ଦିର ଠାରେ ପବିତ୍ର ହନୁମାନ ଜୟନ୍ତୀ, ଓଡ଼ିଆ ନବବର୍ଷ ଓ ମହାବିଷୁବ ପଣା ସଂ କ୍ରାନ୍ତି ମହା ସମାରୋହରେ ପାଳିନ କରାଯାଇଛି।
ଆଜି ସକାଳୁ ପୂଜକ ହନୁମାନ ମନ୍ଦିରରେ ରୀତିନୀତି ଅନୁଯାୟୀ ପୂଜାପାଠ, ହୋମଯଜ୍ଞ ହନୁମାନ ଚାଳିସା ପାଠ କରିବା ସହ ହନୁମାନ ଚାଳିସା ବହି ବଣ୍ଟନ କରାଯାଇଛି ।ମନ୍ଦିର ପରିଚାଳନା କମିଟି ତରଫରୁ  ପଣା ଭୋଗ ଲାଗି କରିବା ପରେ ଲୋକଙ୍କୁ ବଣ୍ଟନ କରିଥିଲେ ଓ ମଧ୍ୟାହ୍ନ ରେ ପ୍ରାୟ୩ହଜାର ଲୋକଙ୍କୁ ଅର୍ଣ୍ନ ବଣ୍ଟନ କରିଥିଲେ ।ସେହି ପରି ଗ୍ରାମରେ ଥିବା ସମସ୍ତ ହନୁମାନ ମନ୍ଦିର ବ୍ୟତୀତ  ଶିବମନ୍ଦିର, ଜଗନ୍ନାଥ ମନ୍ଦିର, ରାମ ମନ୍ଦିର ଦୁର୍ଗା ମନ୍ଦିର ଓ ସମସ୍ତ ଦେବଦେବୀ ପୀଠରେ ସ୍ବତନ୍ତ ଉତ୍ସବ ସାଙ୍ଗକୁ ରୀତିନୀତି ଅନୁଯାୟୀ ପୂଜା ପାଠ କରାଯାଇଛି।
ଭକ୍ତ ମାନେ ସମସ୍ତ ଦେବଦେବୀ ଦର୍ଶନ କରିଥିଲେ ।ଏଅବସରରେ ସମସ୍ତ ଦାଣ୍ଡ ଅଗଣାରେ ଓଡ଼ିଆ ନବବର୍ଷ କୁ ସ୍ୱାଗତ କରିଥିଲେ। କେତେ ଦେବାଦେବୀ ମନ୍ଦିରରେ ସକାଳୁ ପଣା ଭୋଗ କରିଥିବା ବେଳେ ଆଉ କେତେ ମନ୍ଦିରରେ ସନ୍ଧ୍ୟାରେ ପଣା ଭୋଗ କରି ଥିଲେ। ଜଗନ୍ନାଥ ମନ୍ଦିରରେ ନୂତନ ପଞ୍ଜିକା କୁ ପୂଜାକରି ପଠନ କରିଥିଲେ। ସେହି  ପାଞ୍ଜି ଆଜିଠାରୁ ଶୁଭାରମ୍ଭ କରାଯାଇଛି। ସନ୍ଧ୍ୟାରେ ଶିକ୍ଷକ ସଂଘ ତରଫରୁସନ୍ଧ୍ୟାରେ ଶିବମନ୍ଦିର ପ୍ରାଙ୍ଗଣରେ ପଣା ଭୋଗ କରି ବଣ୍ଟନ କରିଛନ୍ତି । ସେହିପରି ବ୍ଲକରେ ଥିବା ସମସ୍ତ ଦେବାଳୟ ରେ ମଧ୍ୟ  ହନୁମାନ ଜୟନ୍ତୀ ଓ ମହାବିଷୁବ ପଣା ସଂକ୍ରାନ୍ତି ପାଳନ କରାଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories