www.samajalive.in
Monday, December 8, 2025
20.1 C
Bhubaneswar

ଟାଟା ଷ୍ଟିଲ ଫାଉଣ୍ଡେସନ୍‍ ପକ୍ଷରୁ ଗ୍ରାମୀଣ ଅଞ୍ଚଳରେ ଔଷଧ ବଣ୍ଟନ

କଳିଙ୍ଗନଗର: ଲକ୍‍ଡାଉନ୍‍ ମଧ୍ୟରେ ଭାରତର ସହରାଞ୍ଚଳରେ ଅନ୍‍ଲାଇନ୍‍ ଅର୍ଡ଼ର ମାଧ୍ୟମରେ ଖାଦ୍ୟ ସାମଗ୍ରୀ ଓ ଔଷଧ ମିଳିବା ସହର ଲୋକମାନଙ୍କୁ ଅନେକ ମାତ୍ରାରେ ଆଶ୍ୱସ୍ତି ପ୍ରଦାନ କରିଛି। ତେବେ ଓଡ଼ିଶାର ସୁକିନ୍ଦା ଓ ଦାନଗଦୀ ବ୍ଲକ୍‍ର ଆଦିବାସୀ ବହୁଳ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ଯୋଗାଇବା ବହୁତ କଷ୍ଟକର ହୋଇପଡ଼ିଛି।

ଏହାପୂର୍ବରୁ, ଟାଟା ଷ୍ଟିଲ ଫାଉଣ୍ଡେସନ୍‍ (ଟିଏସ୍‍ଏଫ୍‍) ପକ୍ଷରୁ ପରିଚାଳିତ ଭ୍ରାମ୍ୟମାଣ ଚିକିତ୍ସା କେନ୍ଦ୍ର (ଏମ୍‍ଏମ୍‍ୟୁ) ମାଧ୍ୟମରେ କଳିଙ୍ଗନଗର ଅଞ୍ଚଳର ଲୋକମାନଙ୍କୁ ଘର ନିକଟରେ ସ୍ୱାସ୍ଥ୍ୟସେବା ପ୍ରଦାନ କରାଯାଉଥିଲା। ତେବେ ଲକ୍‍ଡାଉନ୍‍ ଯୋଗୁଁ ଏହି ସେବାକୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି। ବିଶେଷ ରୂପେ ନିୟମିତ ଭାବେ ଔଷଧ ସେବନ କରୁଥିବା ରୋଗୀମାନଙ୍କ ପାଇଁ ଲକ୍‍ଡାଉନ୍‍ ଅନେକ ସମସ୍ୟା ସୃଷ୍ଟି କରିବାର ସମ୍ଭାବନା ଥିଲା। ଟାଟା ଷ୍ଟିଲ ଫାଉଣ୍ଡେସନ୍‍ (ଟିଏସ୍‍ଏଫ୍‍) ସ୍ୱାସ୍ଥ୍ୟ ଟିମ୍‍ ପକ୍ଷରୁ ଏବେ ଏହି ରୋଗୀମାନଙ୍କ ଘରେ ଔଷଧ ପହଞ୍ଚାଇବା ଦାୟିତ୍ୱ ହାତକୁ ନିଆଯାଇଛି। ଅପ୍ରେଲ ୭ ତାରିଖରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ୨୩ ଜଣ ରୋଗୀଙ୍କ ୨ ମାସର ଔଷଧ ଟିଏସ୍‍ଏଫ୍‍ର କର୍ମଚାରୀ କିମ୍ବା ଆଶା/ଅଙ୍ଗନବାଡ଼ି କର୍ମୀଙ୍କ ମାଧ୍ୟମରେ ସେମାନଙ୍କ ଗ୍ରାମରେ ଯୋଗାଇ ଦିଆଯାଇଛି। ଉକ୍ତ ରୋଗୀମାନଙ୍କ ମଧ୍ୟରୁ ୧୯ ଜଣ ରୋଗୀ ଉଚ୍ଚ ରକ୍ତଚାପ, ୩ ଜଣ ଉଚ୍ଚ ରକ୍ତଚାପ ଓ ମଧୁମେହ ଓ ଜଣେ ରୋଗୀ ମଧୁମେହ ରୋଗରେ ପିଡ଼ିତ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ଆଉ ୩୪ ଜଣ ରୋଗୀଙ୍କୁ ଔଷଧ ମଧ୍ୟ ପ୍ରଦାନ କରାଯାଇଛି। ଏହି ଟିମ୍‍ର ନେତୃତ୍ୱ ନେଉଥିବା ଟିଏସ୍‍ଏଫ୍‍ କଳିଙ୍ଗନଗର ଶାଖାର ମେଡ଼ିକାଲ ଅଧିକାରୀ ଡ଼ାଃ ଏସ୍‍ ସି ଗଡ଼ାଇ କହିଛନ୍ତି ଯେ, ରୋଗୀମାନେ ସେମାନଙ୍କ ଔଷଧ ବନ୍ଦ କରିବା ଉଚିତ ନୁହେଁ। ଏପରି କଲେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାର ସମ୍ଭାବନା ରହିଛି। ଏହାସହିତ କରୋନା ଭାଇରସ୍‍ ମହାମାରୀ ଭଳି ପରିସ୍ଥିତିରେ ଏଭଳି ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ଅତ୍ୟନ୍ତ ଗୁରୁତର ହେବାର ବିପଦ ମଧ୍ୟ ରହିଛି।

- Advertisement -

ଟିଏସ୍‍ଏଫ୍‍ ବ୍ରାହ୍ମଣୀପାଳ ଶାଖା ପକ୍ଷରୁ ମଧ୍ୟ ସମାନ ପଦକ୍ଷେପ ନିଆଯାଇଛି। ସେମାନେ ନିକଟସ୍ଥ ୧୦ଟି ଗ୍ରାମରେ ରହୁଥିବା ୧୪ଜଣ ଏଭଳି ରୋଗୀମାନଙ୍କ ନିକଟରେ ପହଞ୍ଚିବାରେ ସଫଳ ହୋଇଛନ୍ତି। ଏହାସହିତ ସେମାନେ ୧୮ଟି ପାର୍ଶ୍ବବର୍ତ୍ତୀ ଗ୍ରାମର ବହୁ ପୁରୁଣା ରୋଗରେ ପିଡି଼ତ ଥିବା ୩୩ ଜଣ ରୋଗୀଙ୍କୁ ଚିହ୍ନଟ କରିବା ସହିତ ସେମାନଙ୍କୁ ମାଗଣା ଔଷଧ ପ୍ରଦାନ କରିଥିଲେ। ଉକ୍ତ ଟିମ୍‍ର ନେତୃତ୍ୱ ନେଉଥିବା ଟିଏସ୍‍ଏଫ୍‍ ବ୍ରାହ୍ମଣୀପାଳ ଶାଖାର ମେଡ଼ିକାଲ ଅଧିକାରୀ ଡ଼ାଃ ଜୟନ୍ତ କୁମାର ତ୍ରୀପାଠୀ କହିଛନ୍ତି ଯେ, ଏହାମଧ୍ୟରୁ ଅଧିକାଂଶ ରୋଗୀ ଉଚ୍ଚ ରକ୍ତଚାପ ଓ ଆଣ୍ଠୁ ଗଣ୍ଠି ବାତରେ ପିଡ଼ିତ ଥିବାବେଳେ ସେମାନଙ୍କୁ ନିୟମିତ ଭାବେ ଔଷଧର ଆବଶ୍ୟକତା ରହିଛି। ସେମାନଙ୍କୁ ଔଷଧ ପ୍ରଦାନ ବ୍ୟତୀତ ଆମେ ତାଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ପାଇଁ ଅନ୍‍ଲାଇନ୍‍ ପରାମର୍ଶ ଅଧିବେସନର ଆୟୋଜନ ମଧ୍ୟ କରାଯାଉଛି।

ଏହି ଭଳି ଏକ ସମ୍ବେଦନଶୀଳ ପରିସ୍ଥିତିରେ ସ୍ଥାନୀୟ ଲୋକମାନଙ୍କ ସହିତ ଦୃଢତାର ସହ ଠିଆ ହୋଇଛି ଓ ଆଗକୁ ମଧ୍ୟ ପରିସ୍ଥିତି ଅନୁସାରେ କମ୍ପାନୀ ସ୍ଥାନୀୟ ଲୋକମାନଙ୍କ ପ୍ରତି ନିଜର ସହଯୋଗ ଜାରି ରଖିବ ବୋଲି ଟାଟ ଷ୍ଟିଲ ଫାଉଣ୍ଡେସନ୍‍ ପକ୍ଷରୁ କୁହାଯାଇଛି  ।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories