www.samajalive.in
Monday, December 8, 2025
20.1 C
Bhubaneswar

ମୁମ୍ବଇର ବାନ୍ଦ୍ରା ରେଳ ଷ୍ଟେସନରେ ହଜାର ହଜାର ଗାଁ ମୁହାଁ ଶ୍ରମିକ

ମୁମ୍ବଇ : ଦେଶରେ କରୋନା ଭୂତାଣୁ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସରକାର ଆଜି ତାଲା ବନ୍ଦ ଅବଧିକୁ ମେ ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ, ତାଲା ବନ୍ଦ ଦିନଠାରୁ ବିଭିନ୍ନ ସହରରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନେ ନିଜ ଘରକୁ ପଳାଇବାକୁ ଚେଷ୍ଟା କରୁଛନ୍ତି।

ଆଜି ହଜାର ହଜାର ଗାଁ ମୁହାଁ ଶ୍ରମିକ ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇର ବାନ୍ଦ୍ରା ଷ୍ଟେସନରେ ଏକତ୍ରିତ ହୋଇଥିଲେ। ଏଠାରେ ସେମାନେ ନିଜ ନିଜ ଘରକୁ ଯିବାକୁ ଦାବି କରିବା ଆରମ୍ଭ କରିଥିଲେ। ସେମାନଙ୍କୁ ହଟାଇବା ପାଇଁ ପୁଲିସ ଲାଠିଚାର୍ଜ କରିଥିବା ଜଣାପଡ଼ିଛି। ପୁଲିସର କାର୍ଯ୍ୟାନୁଷ୍ଠାନ ପରେ ଲୋକମାନେ ସେଠାରୁ ବିଚ୍ଛିନ୍ନ ହୋଇଯାଇଥିଲେ।

- Advertisement -

ଏନେଇ ସ୍ଥାନୀୟ ନେତାମାନେ କହିଛନ୍ତି ଯେ, ପ୍ରବାସୀ ଶ୍ରମିକମାନଙ୍କର କୌଣସି ଅସୁବିଧା ହେବ ନାହିଁ ବୋଲି ତାଙ୍କୁ ବୁଝାସୁଝା କରାଯାଉଛି ଏବଂ ସେମାନଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଦିଆଯିବା ପାଇଁ ପ୍ରୟାସ ଜାରି ରହିଛି।

ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ କହିଛନ୍ତି ଯେ, ଏହି ପ୍ରବାସୀ ଶ୍ରମିକମାନଙ୍କ ଖାଦ୍ୟ ପାନୀୟ ପାଇଁ ମହାରାଷ୍ଟ୍ର ସରକାର ବ୍ୟବସ୍ଥା କରିବେ। ଆମେ ଶ୍ରମିକମାନଙ୍କୁ ବୁଝାସୁଝା କରୁଛୁ ଯେ ଆମେ ସେମାନଙ୍କର ଅବସ୍ଥା ସୁଧାରିବା ପାଇଁ ଯଥାସମ୍ଭବ ଚେଷ୍ଟା କରିବୁ।
ବର୍ତ୍ତମାନ ବାନ୍ଦ୍ରା ଷ୍ଟେସନରେ ଶ୍ରମିକମାନଙ୍କୁ ହଟାଇ ଦିଆଯାଇଥିବା ଆଦିତ୍ୟ ଠାକରେ ଟ୍ୱିଟ୍ କରି କହିଛନ୍ତି।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories