ଧାମରା: ଧାମରା ନିକଟସ୍ଥ କଇଥଖୋଲା ପଞ୍ଚାୟତ ଅଧିନସ୍ଥ ସୁକଚାନ୍ଦ ମାନ୍ନା ସରକାରୀ ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅନୁପ କୁମାର ଦାସଙ୍କୁ ୨୦୨୩-୨୪ ବର୍ଷ ପାଇଁ କଳିଙ୍ଗ ଶିକ୍ଷାଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଛି। ଭୁବନେଶ୍ୱରସ୍ଥିତ ବୁଦ୍ଧ ମନ୍ଦିର ସଭାଗୃହରେ ବୀର କଳିଙ୍ଗ ସାପ୍ତାହିକ ଓଡ଼ିଆ ଖବର କାଗଜର ୧୯ତମ ସ୍ୱନକ୍ଷତ୍ର ଓ ସମ୍ବର୍ଦ୍ଧନା ସମାରୋହରେ ମୁଖ୍ୟ ଅତିଥି ଭାବେ ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ପଦ୍ମଶ୍ରୀ ଦୁର୍ଗା ପ୍ରସନ୍ନ ପଟ୍ଟନାୟକ, ବିଶିଷ୍ଟ ଅତିଥି ଭାବେ ପ୍ରାକ୍ତନ ମୁଖ୍ୟ ଶାସନ ଶଚିବ ଡ.ସହଦେବ ସାହୁ, ପ୍ରାକ୍ତନ ଅର୍ଥମନ୍ତ୍ରୀ, ସାଂସଦ ତଥା ବିଧାୟକ ଶଶିଭୂଷଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। କୁନି କୁନି ଛାତ୍ରଛାତ୍ରୀମାନଙ୍କର ବୌଧିକ ଓ ସହ ଶୈକ୍ଷିକ ଭିତ୍ତିଭୂମିକୁ ସୁଦୃଢ କରିବାକୁ ପ୍ରୟାସ ଜାରି ରଖିଥିବା ଜଣେ କୃତୀ ଶିକ୍ଷକ, କବି, ଲେଖକ, ସଂଗଠକ ଓ ସମାଜସେବୀ ଭାବରେ ନିଜର ପରିଚୟ ସୃଷ୍ଟି କରିଥିବାରୁ ଉପସ୍ଥିତ ଅତିଥିମାନେ ଧାମରା ଅଂଚଳର ଶିକ୍ଷକ ଅନୁପ କୁମାର ଦାସଙ୍କୁ କଳିଙ୍ଗ ଶିକ୍ଷାଶ୍ରୀ ସମ୍ମାନରେ ସମ୍ମାନୀତ କରିଛନ୍ତି। ଧାମରା ଅଞ୍ଚଳ ପାଇଁ ସେ ଏହି ଗୌରବ ଅର୍ଜନ କରିଥିବାରୁ ଶିକ୍ଷକ ଶିକ୍ଷୟତ୍ରୀ ଅଭିଭାବକ ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।



