www.samajalive.in
Monday, December 8, 2025
17.1 C
Bhubaneswar

କଳିଙ୍ଗ ଇନଡୋର ଆଥଲେଟିକ୍ସ ଏରିନା ହାସଲ କଲା ସମ୍ମାନଜନକ ବିଶ୍ୱ ଆଥଲେଟିକ୍ସ ବର୍ଗ -୧ ସାର୍ଟିଫିକେଟ

ଭୁବନେଶ୍ୱର: କଳିଙ୍ଗ ସ୍ପୋର୍ଟସ କମ୍ପ୍ଲେକ୍ସରେ ଥିବା ଭାରତର ସର୍ବବୃହତ ଇନ୍ ଡୋର ଆଥଲେଟିକ୍ସ ଷ୍ଟାଡିୟମ କଳିଙ୍ଗ ଇଣ୍ଡୋର ଆଥଲେଟିକ୍ସ ଏରିନା ଟ୍ରାକ୍ ଆଣ୍ଡ ଫିଲ୍ଡ ପାଇଁ କ୍ରୀଡ଼ା ନିୟନ୍ତ୍ରକ ସଂସ୍ଥା ବିଶ୍ୱ ଆଥଲେଟିକ୍ସ ପକ୍ଷରୁ ସମ୍ମାନଜନକ କ୍ୟାଟେଗୋରୀ-୧ ସାର୍ଟିଫିକେଟ୍ ହାସଲ କରିଛି। ବିଶ୍ୱ କ୍ରୀଡ଼ା ମଞ୍ଚରେ କଳିଙ୍ଗ ସ୍ପୋର୍ଟସ କମ୍ପ୍ଲେକ୍ସର ଖ୍ୟାତିକୁ ଏକ ପ୍ରମୁଖ ସ୍ଥାନ ପ୍ରଦାନ କରିବାରେ ଏହି ମାନ୍ୟତା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ।

ପ୍ରଥମକରି ସ୍ଥାପନ ହୋଇଥିବା ଏହି ଅତ୍ୟାଧୁନିକ ମୋଣ୍ଡୋ ଟ୍ରାକ୍ ଅସାଧାରଣ ପ୍ରଦର୍ଶନ, ସ୍ଥାୟୀତ୍ୱ ଏବଂ ଆଥଲେଟ୍ ଅନୁକୂଳ ପୃଷ୍ଠଭୂମି ଏହି କେନ୍ଦ୍ରକୁ ଶୀର୍ଷସ୍ତରୀୟ ପ୍ରତିଯୋଗିତା ଏବଂ ପ୍ରଶିକ୍ଷଣର ଏକ କେନ୍ଦ୍ର ଭାବରେ ପ୍ରତିପାଦନ କରିପାରିବ।

- Advertisement -

ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ସଚିବ ଆର. ଭିନୀଲ କ୍ରିଷ୍ଣା କହିଛନ୍ତି ଯେ ଏହି ମାନ୍ୟତା କ୍ରୀଡ଼ାବିତମାନଙ୍କୁ ଉନ୍ନତ ପ୍ରଶିକ୍ଷଣ ପାଇଁ ବିଶ୍ୱସ୍ତରୀୟ ଭିତ୍ତିଭୂମି ଯୋଗାଇଦେବା ପାଇଁ ଓଡ଼ିଶାର ପ୍ରତିବଦ୍ଧତାକୁ ସୂଚାଉଛି ।

ବର୍ଗ-୧ ସାର୍ଟିଫିକେଟ୍ ସୂଚାଉଛି ଯେ କଳିଙ୍ଗ ଇନ୍ ଡୋର ଆଥଲେଟିକ୍ସ ଏରିନା ଭିତ୍ତିଭୂମି, ସୁବିଧା ଏବଂ ବୈଷୟିକ ଦକ୍ଷତା ସମ୍ବନ୍ଧୀୟ କଠୋର ମାନଦଣ୍ଡ ପୂରଣ କରି ବିଶ୍ୱ ଆଥଲେଟିକ୍ସ ଦ୍ୱାରା ଧାର୍ଯ୍ୟ ସର୍ବୋଚ୍ଚ ମାନଦଣ୍ଡକୁ ଅନୁସରଣ କରୁଛି । ଏହି ମାନ୍ୟତା ଦେଶର ଆଥଲେଟିକ୍ ପ୍ରତିଭାକୁ ପ୍ରୋତ୍ସାହିତ କରିବା ସହ ସମ୍ମାନଜନକ ଅନ୍ତର୍ଜାତୀୟ ପ୍ରତିଯୋଗିତା ଆୟୋଜନ ପାଇଁ ଦ୍ୱାର ଫିଟାଇଛି ।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories