www.samajalive.in
Saturday, December 6, 2025
26.1 C
Bhubaneswar

କାଳିଆ ଟଙ୍କା ହଡପ କରିଥିବା ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ; ୬୨୬୧ ଜଣଙ୍କୁ ନୋଟିସ

ଭବାନୀପାଟଣା : ଗତ ବର୍ଷ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ରାଜ୍ୟର ଗରିବ ଚାଷୀଙ୍କ ଆର୍ଥିକ ମାନଦଣ୍ଡ ସୁଦୃଢ କରିବା ନିମନ୍ତେ କାଳିଆ ଯୋଜନା ପ୍ରଣୟନ କରିଥିଲେ। ଏହି ଯୋଜନାରେ ଗରିବ ଚାଷୀଙ୍କୁ ପ୍ରୋତ୍ସାହନ ରାଶି ବାବଦରେ ସେମାନଙ୍କ ଜମା ଖାତାକୁ ପର୍ଯ୍ୟାୟ କ୍ରମେ ୫ ହଜାର ଓ ତାପରେ ଦ୍ୱିତୀୟ ପର୍ଯ୍ୟାୟରେ ୧୦ ହଜାର ଟଙ୍କା ହିସାବରେ ଜଣେ ଚାଷୀଙ୍କୁ ୧୫ ହଜାର ଟଙ୍କା ଦିଆଯାଇଥିଲା। ଏହି କ୍ରମରେ କାଳିଆ ଯୋଜନାରେ କଳାହାଣ୍ଡି ଜିଲ୍ଲାରେ ପ୍ରାୟ ୨ ଲକ୍ଷ ହିତାଧିକାରୀଙ୍କୁ ଚୟନ କରି ସେମାନଙ୍କ ଜମାଖାତାରେ ପ୍ରୋତ୍ସାହନ ଟଙ୍କା ଜମା କରାଯାଇଥିଲା। ଏବେ କିନ୍ତୁ ରାଜ୍ୟ ସରକାର ଅଯୋଗ୍ୟ ହିତାଧିକାରୀ ଚିହ୍ନଟ କରିଛନ୍ତି ଏବଂ ସେମାନଙ୍କୁ ଏକ ମାସ ମଧ୍ୟରେ ସେହି ଟଙ୍କା ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସେହିଭଳି କଳାହାଣ୍ଡି ଜିଲ୍ଲାରେ ୬୨୬୧ ଜଣ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ କରି ଟଙ୍କା ଫେରସ୍ତ କରିବାକୁ ନୋଟିସ ଦିଆଯାଇଛି। ତେବେ ନୋଟିସ ପାଇଥିବା ଚାଷୀମାନେ ନିଜ ପ୍ରତିକ୍ରିୟାରେ କହିଛନ୍ତି ସରକାର ନିଜେ କାଳଆଯୋଜନାର ହିତାଧିକାରୀ ଚୟନ କରିଥିଲେ ଏବଂ ପ୍ରୋତ୍ସାହନ ଅର୍ଥ ଜମାଖାତାରେ ଜମା କରିଥିଲେ। ଏବେ କରୋନା ସଂକ୍ରମଣ ଯୋଗୁଁ ସମଗ୍ର ଦେଶବାସୀ ରୋଜଗାର ହରାଇ ଘୋର ଆର୍ଥିକ ସଙ୍କଟରେ ଥିବା ବେଳେ ରାଜ୍ୟ ସରକାର ଟଙ୍କା ଫେରାଇବା ପାଇଁ ନୋଟିସ କରିବା ଦୁଃଖଦାୟକ ବିଷୟ ବୋଲି ସାଧାରଣ​‌ରେ ଆଲୋଚନା ହେଉଛି। ବର୍ତ୍ତମାନ କାହା ପାଖରେ ଘର ଚଳାଇବା ପାଇଁ ପଇସା ନାହିଁ। ତା ଉପରେ ଏବେ ଖରିଫ ଚାଷ ଧାନ ରୁଆ ଓ ଧାନ ବୁଣା ଚାଲିଛି। ଯେଉଁଥିପାଇଁ ଚାଷୀ ଧାର କରଜ କରି ଚାଷ କାମରେ ଲାଗାଇଛି। ଏଭଳି ସ୍ଥିତିରେ ରାଜ୍ୟ ସରକାର ଚାଷୀଙ୍କୁ ଟଙ୍କା ଫେରାଇବା ନୋଟିସ୍ ଦେବା ଠିକ୍ ହୋଇନାହିଁ ବୋଲି ଚାଷୀମାନେ କହିଛନ୍ତି। ଯେଉଁ ସରକାରୀ ଅଧିକାରୀମାନେ ହିତାଧିକାରୀ ଚୟନ କରିଥିଲେ ଓ ତାଲିକା ପ୍ରସ୍ତୁତ କରିଥିଲେ ସେହି ଅଧିକାରୀଙ୍କଠାରୁ ଟଙ୍କା ଆଦାୟ କରାଯାଉ ବୋଲି ବିରୋଧିଦଳ ନେତା ପ୍ରଦୀପ୍ତ ନାଏକ ନିଜ ପ୍ରତିକ୍ରିୟାରେ କହିଛନ୍ତି। ନିର୍ବାଚନ ପୂର୍ବରୁ ସରକାର ଟଙ୍କା ଦେଲେ ଏବଂ ନିର୍ବାଚନ ସରିବା ପରେ ପୁଣି ଫେରାଇ ନେବା ହାସ୍ୟାସ୍ପଦ କଥା ବୋଲି କହିଛନ୍ତି। କୌଣସି ଚାଷୀ ସରକାରଙ୍କୁ ଟଙ୍କା ମାଗିନଥିଲେ ଏଣୁ ବର୍ତ୍ତମାନ କୌଣସି ଚାଷୀ ଟଙ୍କା ଫେରାଇବା ଦରକାର ନାହିଁ ବୋଲି ଶ୍ରୀ ନାଏକ ଦୃଢୋକ୍ତିରେ କହିଛନ୍ତ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories