www.samajalive.in
Saturday, December 6, 2025
26.1 C
Bhubaneswar

କରୋନା ଛଡ଼ାଇନେଇଛି ଡଙ୍ଗରିଆଙ୍କ ଜୀବିକା, ବିକ୍ରି ହୋଇପାରୁନି ଜଙ୍ଗଲଜାତ ଦ୍ରବ୍ୟ

କଲ୍ୟାଣସିଂହପୁର:  କରୋନା ଛଡାଇ ନେଇଛି ଦୁର୍ଗମ ନିୟମଗିରି ପାହାଡ଼ରେ ବସବାସ କରୁଥିବା ଜନଜାତି ଡଙ୍ଗରିଆଙ୍କ ଜୀବିକା । ବିକ୍ରି ହୋଇପାରୁନି ଜଙ୍ଗଲ ଜାତ ଦ୍ରବ୍ୟ, ଚିନ୍ତାରେ ଏହି ଜନଜାତି । କରୋନା ମହାମାରୀ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାର୍ଶାଲି ଓ ସୁନାଖଣ୍ଡି ପଞ୍ଚୟତର ଦୁର୍ଗମ ନିୟମଗିରି ପାହାଡରେ ବସବାସ କରୁଥିବା ଡଙ୍ଗରିଆ ଜନଜାତି ମଧ୍ୟ କରୋନା କବଳରୁ ବର୍ତ୍ତି ନାହାନ୍ତି । ଗତ କିଛି ଦିନ ହେବ ଜନଜାତି ଡଙ୍ଗରିଆ କନ୍ଦ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଖେଳି ଯାଇଛି ଆତଙ୍କ ।
ଏହି ଜନଜାତି ଡଙ୍ଗରିଆ କେଉଁ ଆଦିମ କାଳରୁ ଋତୁ ଅନୁଯାୟୀ ଜଙ୍ଗଲ ରୁ ଉତ୍ପାଦିତ ହେଉଥିବ ଆମ୍ବ, ପଣସ, ହଳଦୀ, କଦଳୀ, ସପୁରୀ, କରଡି, ଟୁଲ, କନ୍ଦା, ଶିଆଳି ପତ୍ର,ତେନ୍ତୁଳି, ଝାଡୁ କଲ୍ୟାଣସିଂହପୁର ବଜାରକୁ ଆଣି ବିକ୍ରି କରିଥାନ୍ତି ।
କିନ୍ତୁ ଗ୍ରୀଷ୍ମ ଋତୁରେ ଡଙ୍ଗରିଆଙ୍କ ମୁଖ୍ୟତଃ ବ୍ୟବସାୟ ହେଲା ଆମ୍ବ, ଆମ୍ବରେ ପ୍ରସ୍ତୁତ କରାଯାଉଥିବା ଚମ୍ପେତ ଓ ଆମ୍ବସଡ଼ା । ଡଙ୍ଗରିଆ ମାନେ ଆମ୍ବକୁ ଆଣି ଉପର ଅଂଶ କୁ ବାହାର କରି କିଛି ଦିନ ଖରାରେ ଶୁଖାଇ ଥାନ୍ତି । ସେହିପରି ପାଚିଲା ଆମ୍ବ କୁ ମଧ୍ୟ ଚିପୁଡି ତାର ରସ ବାହାରକରି ଚାଙ୍ଗୁଡ଼ି, କୁଲା, ଜରିବସ୍ତା ରେ ପକାଇ ଖରାରେ ଶୁଖାଇଥାନ୍ତି ।
ଚଳିତ ବର୍ଷ ଅଧିକ ପରିମାଣରେ ଆମ୍ବରୁ ପ୍ରସ୍ତୁତ କରୁଥିବା ଚମ୍ପେତ ଓ ଆମ୍ବ ସଡ଼ା ମଧ୍ୟ ଲକଡାଉନ ଓ ସଟଡାଉନ ଯୋଗୁଁ ଏମାନଙ୍କ ଦ୍ରବ୍ୟ ବିକ୍ରି କରିପାରୁନାହାନ୍ତି । ଚମ୍ପେତ କିଲୋ ୩୦ ଟଙ୍କା ଓ ଆମ୍ବସଡ଼ା କିଲୋ ୫୦ଟଙ୍କା ରେ ବିକ୍ରି କରୁଥିବା ବେଳେ ବର୍ତ୍ତମାନ ବିକ୍ରି ହେଇପାରୁନି। ଯେଉଁ ମୂଲ୍ୟରେ ଏହା ବିକ୍ରି ହେଉଛି ତାହାର ପାରିଶ୍ରମିକ ମିଳିପାରୁନି ।ତେବେ ଅଭାବୀ ବିକ୍ରିକୁ ନେଇ ଜନଜାତି ଡଙ୍ଗରିଆ ଗୋଟିଏ ପଟେ ଭାଙ୍ଗି ପଡୁଛନ୍ତି ।ଡଙ୍ଗରିଆଙ୍କ ଆର୍ଥିକ ସ୍ଥିତି ସୁଦୃଢ କରିବା ପାଇଁ ଓ ଏମାନେ ସଂଗହ କରୁଥିବା ଜଙ୍ଗଲ ଜାତ ଦ୍ରବ୍ୟ ବିକ୍ରିକରିବା ପାଇଁ ସରକାର ପକ୍ଷରୁ ଡଙ୍ଗରିଆ କନ୍ଦ ଉନ୍ନୟନ ସଂସ୍ଥା ଓ ଓପିଲିପି ଭଳି ସଂସ୍ଥା କାର୍ୟ୍ୟକାରୀ ହେଉଥିଲେ ମଧ୍ୟ ଏଭଳି ଅବସ୍ଥା ଭୋଗୁଛନ୍ତି । ଡଙ୍ଗରିଆ ମାନେ ଜଙ୍ଗଲ ଜାତ ଦ୍ରବ୍ୟ ବିକ୍ରି କରିବାପାଇଁ ପାର୍ଶାଲି ,କଲ୍ୟାଣସିଂହପୁର ଓ ସୁନାଖଣ୍ଡି ପଞ୍ଚୟତର କୁସୁବେଟି ଠାରେ ବିକ୍ରିକରିବା ପାଇଁ ହାଟ ନିର୍ମାଣ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରି କୋଠନିର୍ମାଣ କରା ଯାଉଛି । ହେଲେ ବର୍ଷ ବର୍ଷ ବିତିଗଲାଣି କିନ୍ତୁ ହାଟ ଗୁଡିକ କାର୍ୟ୍ୟକାରୀ ହେଉନଥିବାରୁ ଆଜି ଏଭଳି ଦୁର୍ଦ୍ଦଶା ଭୋଗୁଛନ୍ତି । ଆଦିମ ଜନଜାତି ଡଙ୍ଗରିଆ ଗୋଟିଏ ପଟେ କରୋନା କବଳରୁ ବର୍ତ୍ତି ନଥିବା ଡଙ୍ଗରିଆ ଯେତିକି ଆତଙ୍କ ତାହା ଠାରୁ ଅଧିକ ଭୋକ ମେଣ୍ଟାଇବା,ପରିବାର ଭରଣପୋଷଣ କରିବା ଅଧିକ ଭୟଭୀତ ।
ଏପରି ସ୍ଥଳେ ଜିଲା ପ୍ରଶାସନ, ବ୍ଲକ ପ୍ରଶାସନ, ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ଓ ଓପିଲିପି ଭଳି ସଂସ୍ଥା ମାନେ ଏମାନଙ୍କ ଉତ୍ପାଦନ ସାମଗ୍ରୀ ବିକ୍ରି କରିବାପାଇଁ ଉଦ୍ୟମ କରିବା ଏକ ପ୍ରକାର ଜରୁରୀ ହୋଇପଡିଛି ।ନିୟମଗିରି ପାହାଡର ପୂର୍ବ ଘାଟ ପାର୍ବତ୍ୟମାଳାରେ ଯେଉଁ ପୁରାତନ କାଳରୁ ୧୦୨ଖଣ୍ଡ ଗାଁରେ ପାଖାପାଖି ୧୦ହଜାର ଡଙ୍ଗରିଆ ବସବାସ କରିଆସୁଛନ୍ତି ।ବର୍ତ୍ତମାନ ଏମାନେ କରୋନା କବଳରେ ରହି ଜୀବିକା ହରାଇ ବସିଛନ୍ତି ।ଏହି ଆମ୍ବ ସଡ଼ା ଓ ଚମ୍ପେତ ବହୁତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ କରାଯାଉଥିବା ଦେଖିବାକୁ ମିଳିଥାଏ ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories