www.samajalive.in
Saturday, December 6, 2025
26.1 C
Bhubaneswar

ବାରହା ଶିକାର ପାଇଁ ବିଛା ଯାଇଥିବା ତାର ସଂସ୍ପର୍ଶରେ ଆସି ଯୁବକ ମୃତ

କଲମପୁର : କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ଥାନା ଅନ୍ତର୍ଗତ ବଡଛତ୍ରଙ୍ଗ ଗ୍ରାମର ଜଣେ ଯୁବକଙ୍କ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ବାରହା ଶିକାର ପାଇଁ ବିଛା ଯାଇଥିବା ବିଜୁଳି ସଂଯୁକ୍ତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକେ ଥୁଆମୁଳ ରାମପୁର ଥାନାରେ ଏକ ଅଭିଯୋଗ କରିଛନ୍ତି। ମୃତ ଯୁବକ ଜଣକ ହେଲେ ବଡଛତ୍ରଙ୍ଗ ଗ୍ରାମର ମହେନ୍ଦ୍ର ନାଏକ (୩୫) । ସୂଚନା ମୁତାବକ  ରବିବାର ଅପରାହ୍ନରେ ମହେନ୍ଦ୍ର ନିଜ ପାଇଁ ଆସିଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ଘର ଖଣ୍ଡିକ ନିର୍ମାଣ ପାଇଁ ବଳି ଗଛ ଆଣିବାକୁ ନିକଟ ଜଙ୍ଗଲକୁ ବାହାରିଥିଲେ। ହେଲେ ସେ ଆଉ ଘରକୁ ଫେରିନଥିଲେ।  ସୋମବାର ସକାଳେ ତାଙ୍କ ମୃତ ଦେହ ବଡଛତ୍ରଙ୍ଗ ତାସିଗୁଡା ମୁଖ୍ୟ ରାସ୍ତାକଡ ପଡିଆର ଏକ ବିଜୁଳି ଖୁଣ୍ଟ ନିକଟରେ ପଡିଥିବା ଖବର ପାଇଥିଲେ ପରିବାର ଲୋକେ । ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଘଟଣାସ୍ଥଳରେ ବାରହା ଶିକାର ପାଇଁ ବିଛାଯାଇଥିବା ତାର ଦେଖିବାକୁ ମିଳିଥିଲା। ପରେ ଥୁଆମୁଳ ରାମପୁର ପୁଲିସକୁ ଜଣାଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସରଜମିନ ତଦନ୍ତ ପରେ ମହେନ୍ଦ୍ରଙ୍କ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ଥୁଆମୁଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏନେଇ ଥୁଆମୁଳ ରାମପୁରପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।
ଥୁଆମୁଳ ରାମପୁର ୩୩/୧୧ କେଭି ଷ୍ଟ୍ରକ୍ଚର ର ବଡଛତ୍ରଙ୍ଗ ଫିଡର କୁ ସଂଯୋଗ ହେଇଥିବା ୧୧ କେଭି ବିଦ୍ୟୁତ୍ ତାର ରେ ବାଇଣ୍ଡିଂ ତାର ସଂସ୍ପର୍ଶ କରି ବାରହା ଶିକାର ପାଇଁ ଜାଲ ପ୍ରସ୍ତୁତ କରାଯାଇଥିଲା । ରିତିମତ ଶିକାରୀ ମାନେ ଏଭଳି ଉପାୟ ଅବଲମ୍ବନ କରି ବାରହା ସମେତ ଅନ୍ୟ ଜଙ୍ଗଲି ଜନ୍ତୁଙ୍କ ଶିକାର କରୁଛନ୍ତି । ବନ ବିଭାଗ ଏଥିପ୍ରତି ଗୁରୁତ୍ବ ଦେଉନଥିବା ଅଭିଯୋଗ ହେଉଛି । ତେଣୁ ଉଭୟ ବନ ବିଭାଗ ଓ ପୁଲିସ ତରଫରୁ ଉଚିତ ତଦନ୍ତ କଲେ ଆଗାମୀ ଦିନରେ ବନ୍ୟ ଜନ୍ତୁଙ୍କ ସୁରକ୍ଷା ସହିତ ଜନ ଜୀବନ ମଧ୍ୟ ସୁରକ୍ଷିତ ରହିପାରିବ ବୋଲି ଅଞ୍ଚଳବାସୀ କହିଛନ୍ତି।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories