www.samajalive.in
Monday, December 8, 2025
27.1 C
Bhubaneswar

ଗାଁକୁ ଫେରିଲା ଗୋଆରେ ମୃତ ଦାଦନ ଶ୍ରମିକର ମୃତଦେହ, ଶୋକାକୂଳ ପରିବେଶ ମଧ୍ୟରେ ହେଲା ସତ୍କାର

କଲମପୁର: ଶନିବାର ଭୋରରୁ ଦୁଲକିବନ୍ଧ ଚଞ୍ଚରାପଡାକୁ ଫେରିଲା ଗୋଆ ଠାରେ ଛାତ ଭୁଷୁଡି ମୃତ୍ୟୁ ବରଣ କରିଥିବା ଦାଦନ ଶ୍ରମିକର ମୃତଦେହ। ଶୁକ୍ରବାର ପୁଲିସ ଏବଂ ପ୍ରଶାସନ ନିକଟରେ ଆକୁଳ ନିବେଦନ ମୃତଦେହ ଫେରାଇ ଆଣିବା ପାଇଁ ପରିବାର ଲୋକ କରିଥିଲେ। ଯାହାକୁ ଗୁରୁତ୍ୱ ସହ କଲମପୁର ବ୍ଲକ ପ୍ରଶାସନ ପକ୍ଷରୁ ଜିଲ୍ଲା ଶ୍ରମ ଅଧିକାରୀଙ୍କ ସହ ଆଲୋଚା କରି ମୃତଦେହ ଫେରାଇଆଣିବା ପାଇଁ ବ୍ୟବସ୍ତା କରିବାକୁ ଆଲୋଚନା କରିଥିଲେ। ସମ୍ପୃକ୍ତ ସଂସ୍ଥା ସହ ଶ୍ରମ ବିଭାଗ ଆଲୋଚନା କରିବା ପରେ ଏକ ଏୟାର ଆମ୍ବୁଲାନ୍ସ ଯୋଗେ ଗୋଆରୁ ରାୟପୁର ଏବଂ ପରବର୍ତ୍ତି ସମୟରେ ଅନ୍ୟ ଏକ ଆମ୍ବୁଲେନ୍ସ ସହାୟତାରେ ରାୟପୁରରୁ କଲମପୁର ଥାନା ଅଧିନସ୍ଥ ଦୁଲକିବନ୍ଧ ଚଞ୍ଚରାପଡାକୁ ମୃତଦେହ ଅଣାଯାଇଥିଲା।

ସୂଚନା ଅନୁସାରେ ଗତ ଗୁରୁବାର ଦିନ ଗୋଆର ଏକ ନିର୍ମାଣ ସଂସ୍ଥାରେ କାମ କରୁଥିବା ବେଳେ ଛାତ ଭୁଷୁଡି ପଡିବାରୁ ଚଞ୍ଚରାପଡାର ସ୍ୱର୍ଗତ ନରେନ୍ଦ୍ର ଲେଞ୍ଜିଆଙ୍କ ଙ୍କ ୨୩ ବର୍ଷିୟ ପୁଅ ବିଭୁତି ଛାତ ତଳେ ଚାପି ହେଇ ଗୁରୁତର ହେଇଥିଲା। ସ୍ଥାନୀୟ ଲୋକ ତାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ। କିନ୍ତୁ ବିଳମ୍ବିତ ରାତିରେ ଚିକିତ୍ସାଧିନ ଅବସ୍ଥାରେ ବିଭୁତିର ମୃତ୍ୟୁ ଘଟିଥିଲା। ଏନେଇ ଅସହାୟ ହେଇ ପଡିଥିଲେ ତାର ବିଧବା ମା’। ପରିବାର ଲୋକ ତାର ମୃତଦେହ ଫେରାଇ ଆଣିବା ପାଇଁ ପୁଲିସ ପ୍ରଶାସନକୁ ଅନୁରୋଧ କରିବା ପରେ ଏକ ଏୟାର ଆମ୍ବୁଲେନ୍ସ ସହାୟତାରେ ରାୟପୁର ଏବଂ ପରବର୍ତ୍ତି ସମୟରେ ଅନ୍ୟ ଏକ ଆମ୍ବୁଲେନ୍ସ ଯୋଗେ ଗାଁ ମାଟିକୁ ମୃତଦେହ ପହଞ୍ଚିଥିଲା। ଏହାପରେ ଶୋକାକୁଳ ପରିବେଶ ମଧ୍ୟରେ ଦାହ ସଂସ୍କାର ପାଇଁ ଗାଁ ଶ୍ମଶାନକୁ ନିଆଯାଥିଲା।

- Advertisement -

ଏବେ ମୃତ ଯୁବ ଦାଦନ ବିଭୁତିର ବିଧବା ମାଁ ସମ୍ପୂର୍ଣ୍ଣ ଅସହାୟ ହୋଇ ପଡିଛି। ସ୍ୱାମୀକୁ ହରାଇ ଏକମାତ୍ର ପୁଅର ମୁହଁକୁ ଦେଖି ବଞ୍ଚି ରହିଥିଲା। ପୁଅ ତାକୁ ଦିନେ ସହାୟ ହେବ। କିନ୍ତୁ ପରିତାପର ବିଷୟ ଯେଉଁ ପୁଅ ମୁହଁ ଦେଖି ବଞ୍ଚି ରହିଥିଲା। ଏବେ ସେ ପୁଅ ଆଉ ନାହିଁ। କାହା ଭରସାରେ ସେ ଜୀବନ ଅତିବାହିତ କରିବ। ପୁଅ ପାଇଁ ବୋହୁ ଆଣିବାର ସ୍ୱପ୍ନ ଏବେ ସ୍ୱପ୍ନ ହେଇ ରହିଗଲା। ପୁଅ ଦାଦନ ଯିବା ପୂର୍ବରୁ କହି ଯାଇଥିଲା ମା’ ମୁଁ ଅଧିକ ରୋଜଗାର କରି ଆଣିଲେ ବାହା ହେବି। କିନ୍ତୁ ପୁଅ ଖଟିବାକୁ ଯାଇ ମୃତଦେହ ହୋଇ ଫେରିଲା ବୋଲି କୋହ ଭରା କଣ୍ଠରେ କାନ୍ଦି କହୁଛନ୍ତି ମୃତ ଦାଦନ ବିଭୁତର ମା’ ସୁମିତ୍ରା।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories