www.samajalive.in
Monday, December 8, 2025
13.1 C
Bhubaneswar

ବିଜୁ ଏକ୍ସପ୍ରେସ ୱେ ସଡକ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

ଧର୍ମଗଡ଼: ସିନାପାଲି-ଆମପାଣି ବିଜୁ ଏକ୍ସପ୍ରେସ ୱେ ବୃନ୍ଦାବାହାଲ ଷ୍ଟ୍ରକଚର ନିକଟ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ମୃତକ ଜଣକ ଜୟପାଟଣା ବ୍ଳକ ଦୁଲକିବନ୍ଧ ଗ୍ରାମର ପୂଜା ନାଏକ(୧୭) ବୋଲି ଜଣାପଡିଛି।

ସୂଚନାନୁଯାୟୀ କୋକସରା ବ୍ଲକ ଅଧିନସ୍ଥ ଟେମରା ଏବଂ ଜୟପାଟଣା ବ୍ଲକ ଦୁଲୁକିବନ୍ଧ ଗ୍ରାମର ପୂଜା ନାଏକ (୧୬), କଳ୍ପନା ନାଏକ (୩୫) ଓ ହେମରାଜ ନାଏକ (୪୩) ନୂଆପଡା ଜିଲା ଅନ୍ତର୍ଗତ ସିନାପାଲି ବ୍ରାହ୍ମଣପଡାରୁ ଏକ ସ୍କୁଟି ଯୋଗେ ନିଜ ଗ୍ରାମକୁ ଫେରୁଥିଲେ। ଏହି ସମୟରେ ଗୋଲାମୁଣ୍ଡା ବ୍ଲକ ବୃନ୍ଦାବାହାଲ ଛକ ନିକଟରେ ପଛପଟୁ ଏକ ଟ୍ରକ ତାଙ୍କ ସ୍କୁଟିକୁ ଧକ୍କା ଦେଇ ଫେରାର ହୋଇଯାଇଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣା ସ୍ଥଳରେ ହିଁ ପୂଜା ନାଏକ ମୃତ୍ୟୁ ବରଣ କରିଥିବା ବେଳେ ସ୍କୁଟି ଚାଳକ ହେମରାଜ ନାଏକଙ୍କୁ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ଲୋକେ ଉଦ୍ଧାରକରି ଅଗ୍ନିଶମ ଗାଡି ଯୋଗେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା ବେଳେ ଆହତ କଳ୍ପନା ନାଏକଙ୍କୁ ଧର୍ମଗଡ଼ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିବାର ସୂଚନା ମିଳିଛି।ତେବେ ହେମରାଜ ନାଏକଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭବାନୀପାଟଣାରୁ ବୁର୍ଲାକୁ ସ୍ଥାନାନ୍ତରଣ କରାଯାଇଛି।

- Advertisement -

ଦୁର୍ଘଟଣା‌‌ ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି। କ୍ଷତିପୂରଣ ସହ ଦୁର୍ଘଟଣା ଘଟାଇଥିବା ଟ୍ରକ ଚାଳକ ଓ ମାଲିକଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଦାବିରେ ଘଟଣା ସ୍ଥଳରେ ମୃତକଙ୍କ ପରିବାର ବର୍ଗ ଶବ ରଖି ରାସ୍ତା ଅବରୋଧ କରିଛନ୍ତି। କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ପୂର୍ବତନ ମନ୍ତ୍ରୀ ହିମାଂଶୁ ମେହେର, ପିସିସି ସମ୍ପାଦକ ଦିଗାମ୍ବର ଦୂରିଆ, ପୂର୍ବତନ ଯୁବ କଂଗ୍ରେସ ଜିଲ୍ଲା ସଭାପତି ସାଉଲ ମଙ୍ଗରାଜ, ଡାକେଶ୍ବର ଲହଜଲ ପ୍ରମୁଖ ଏହି ରାସ୍ତା ରୋକରେ ସାମିଲ ହୋଇଛନ୍ତି। ଗୋଲାମୁଣ୍ଡା ପୋଲିସ ଘଟଣାସ୍ଥଳରେ ଉପସ୍ଥିତ ରହିଛି।

Hot this week

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

Related Articles

Popular Categories