www.samajalive.in
Wednesday, November 19, 2025
26.1 C
Bhubaneswar

ରାଜନୀତିର କେନ୍ଦ୍ରବିନ୍ଦୁ ଲୋକଶ୍ରୁତି ଓ ଐହିତ୍ୟପୂର୍ଣ କଳାହାଣ୍ଡି ରାଜପ୍ରସାଦ

ଭବାନୀପାଟଣା: କଳାହାଣ୍ଡି ଜିଲାର ସଦର ମହକୁମା ଭବାନୀପାଟଣାକୁ ଆସୁଥିବା ଲୋକେ ପ୍ରଥମେ ମା’ ମାଣିକେଶ୍ଵରୀଙ୍କ ମନ୍ଦିର ଯିବାକୁ ଇଚ୍ଛା କରନ୍ତି। ମା’ଙ୍କ ଦର୍ଶନ ପରେ ସେଠାରେ ଥିବା ରାଜପ୍ରାସାଦ ସେମାନଙ୍କୁ ଆକୃଷ୍ଟ କରେ। ଏହାର ଆକାର ଏବଂ ଭବ୍ୟତା ସେମାନଙ୍କୁ ମୋହିତ କରେ। ଶତାଧିକ ବର୍ଷ ତଳେ ନିର୍ମିତ ଏହି ରାଜପ୍ରାସାଦର ଇତିହାସ ଯେତିକି ପୁରୁଣା ତା’ର ଐତିହ୍ୟ ସେତିକି ମୂଲ୍ୟବାନ।

ଲୋକଶ୍ରୁତି ଅନୁସାରେ ୧୮୪୯ ପର୍ଯ୍ୟନ୍ତ କଳାହାଣ୍ଡି ଗଡଜାତ ରାଜ୍ୟର ରାଜଧାନୀ ଥିଲା ଜୁନାଗଡ। ୨୬ଜଣ ରାଜା ସେଠାରେ ରାଜତ୍ଵ କରିଥିଲେ। ୧୮୪୯ରେ ଜୁନାଗଡରେ ପ୍ରବଳ ମହାମାରୀ ବ୍ୟାପୀ ଥିଲା ଜଣେ ରାଜକୁମାରଙ୍କ ସମେତ ବହୁ ଲୋକ ସେଥିରେ ପ୍ରାଣ ହରାଇବାରୁ ତତ୍‌କାଳନୀ ୨୭ତମ ନାଗବଂଶୀ ଶାସକ ମହାରାଜା ଫତେନାରାୟଣ ଦେଓ ଭଣ୍ଡେଶ୍ୱର (ବର୍ତ୍ତମାନର ଭବାନୀପାଟଣା)ଠାରେ ଥିବା ମାଣିକେଶ୍ୱରୀଙ୍କ ନିକଟରେ ଶରଣାପନ୍ନ ହୋଇଥିଲେ। ତାଙ୍କ କରୁଣାରୁ ମହାମାରୀରୁ ରାଜ୍ୟ ରକ୍ଷା ପାଇଥିଲା।

- Advertisement -

 

ଫଳରେ ମହାରାଜା ଆଉ ଜୁନାଗଡ ପ୍ରତ୍ୟାବର୍ତ୍ତନ ନକରି ମାଣିକେଶ୍ୱରୀଙ୍କ ମନ୍ଦିର ନିକଟରେ ରାଜପ୍ରସାଦ ନିର୍ମାଣ କରି ରାଜଧାନୀ ପ୍ରତିଷ୍ଠା କଲେ। ଭବାନୀଶଙ୍କର ମହାଦେବଙ୍କ ନାମ ଅନୁସାରେ ନୂତନ ରାଜଧାନୀର ନାମକରଣ କଲେ ଭବାନୀପାଟଣା। ତାଙ୍କ ପୁତ୍ର ୨୮ତମ ନାଗବଂଶୀ ଶାସକ ମହାରାଜା ଉଦିତ ପ୍ରତାପ ଦେଓଙ୍କ ଦ୍ୱାରା ଭବାନୀପାଟଣାଠାରେ ଏକ ସୁନ୍ଦର ରାଜପ୍ରାସାଦ ୧୮୬୫ରୁ ୧୮୭୫ ମଧ୍ୟରେ ନିର୍ମିତ ହୋଇଥିଲା। ଏହି ରାଜପ୍ରାସାଦଟି ଶତାଧିକ ବର୍ଷ ପରେ ବି ଆଜି ଯାଏ ସୁରକ୍ଷିତ ଅବସ୍ଥାରେ ଅଛି।

୧୮୪୯ରୁ କଳାହାଣ୍ଡି ଗଡଜାତର ରାଜଧାନୀ ସହର ଭବାନୀପାଟଣାରେ ୫ଟି ନାଗବଂଶୀ ଶାସକ ରାଜୁତି କରିଥିଲେ। ମହାରାଜ ପ୍ରତାପକେଶରୀ ଦେଓଙ୍କ ଦେହାନ୍ତ ପରେ ମହାରାଜା ଉଦିତ୍‌ପ୍ରତାପ ଦେଓ ଏବଂ ତାଙ୍କ ପରେ ଯୁବରାଜ ଅନନ୍ତ ପ୍ରତାପ ଦେଓ ଉତ୍ତରାଧିକର ସୂତ୍ରରେ ଏଠାରେ ରହିବା ସହ ଏହାର ରକ୍ଷଣାବେକ୍ଷଣ କରି ଆସୁଛନ୍ତି।

ରାଜନୀତି ସହ କଳାହାଣ୍ଡି ରାଜପରିବାରର ଘନିଷ୍ଠତା ବହୁ ପୁରୁଣା। ୧୯୫୧ରୁ ଆଜି ପର୍ଯ୍ୟନ୍ତ ଏହି ପରିବାର ବିଭିନ୍ନ ସମୟରେ ଭିନ୍ନଭିନ୍ନ ଦଳର ପକ୍ଷରୁ ବିଧାନ ସଭା ଓ ସଂସଦ ସଦସ୍ୟ ପଦ ମଣ୍ଡନ କରି ଆସିଛନ୍ତି। ସର୍ବପ୍ରଥମେ ମହାରାଜ ପ୍ରତାପ କେଶରୀ ଦେଓ ଗଣତନ୍ତ୍ର ପରିଷଦରୁ ଜୁନାଗଡ଼ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପରେ ୧୯୫୭ ଲୋକସଭା ନିର୍ବାଚନରେ ଗଣ ପରିଷଦ ପାର୍ଟିରୁ ପ୍ରଥମ ଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଏହାପରେ ୧୯୬୨, ୧୯୬୭, ୧୯୭୧, ୧୯୭୭ ଲୋକସଭା ନିର୍ବାଚନରେ କ୍ରମାଗତ ୫ଥର ନିର୍ବିଚିତ ହୋଇଥିଲେ। ପରବର୍ତ୍ତୀ ପିଢ଼ିରେ ତାଙ୍କ ସାନପୁଅ ବିକ୍ରିମକେଶରୀ ଦେଓ ୧୯୯୮, ୧୯୯୯, ୨୦୦୪ ଲୋକସଭା ନିର୍ବାଚନରେ କ୍ରମାଗତ ନିର୍ବାଚିତ ହୋଇ ଉକ୍ତ ଧାରାକୁ ଅବ୍ୟାହତ ରଖିଥିଲେ। ଏହା ପୂର୍ବରୁ ସେ ଜୁନାଗଡ଼ ବିଧାନସଭା ଆସନରୁ ୧୯୮୫, ୧୯୯୦ ଓ ୧୯୯୫ରେ ୩ଥର ବିଧାୟକ ନିର୍ବାଚିତ ହୋଇଥିଲେ। ସେହିପରି ବିକ୍ରମକେଶରୀ ଦେଓଙ୍କ ପୁତ୍ର ଅର୍କକେଶରୀ ଦେଓ ମଧ୍ୟ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ଲୋକସଭାରେ ବିଜେଡିର ପ୍ରତିନିଧିତ୍ଵ କରିଥିଲେ।

Hot this week

ରଣଜୀ ଟ୍ରଫି: ଓଡ଼ିଶାର ବଡ଼ ସ୍କୋର୍‌; ୪୬୫ ରନ୍‌ ଲକ୍ଷ୍ୟର ପିଛାକରି ନାଗାଲାଣ୍ଡ ୧/୪୧

କଟକ: ଭୁବନେଶ୍ବରର କିଟ୍‌ ଷ୍ଟାଡିୟମ୍‌ରେ ଚାଲିଥିବା ରଣଜୀ ଟ୍ରଫି ମ୍ୟାଚ୍‌ରେ ମଙ୍ଗଳବାର...

ଦକ୍ଷିଣ ଲେବାନନରେ ଇସ୍ରାଏଲର ବିମାନ ଆକ୍ରମଣ: ୧୧ହମାସ ଆତଙ୍କବାଦୀଙ୍କ ମୃତ୍ୟୁ

ସମାଜ ଡିଜିଟାଲ ଡେସ୍କ: ଇସ୍ରାଏଲ ପୁଣି ଥରେ ପାଲେଷ୍ଟାଇନବାସୀଙ୍କ ଉପରେ ଆକ୍ରମଣ...

ବାବା ସିଦ୍ଦିକି ହତ୍ୟା ମାମଲା: ଅନ୍‌ମୋଲ୍‌ ଭାରତ ପ୍ରତ୍ୟର୍ପିତ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବ ସିଦ୍ଦିକିଙ୍କ ହତ୍ୟା ମାମଲାରେ ସମ୍ପୃକ୍ତ...

ଅଲ୍‌ ଫଲାହ ପ୍ରତିଷ୍ଠାତା ଗିରଫ

ନୂଆଦିଲ୍ଲୀ: ହ୍ବାଇଟ କଲାର ଟେରର ମଡ୍ୟୁଲ ଓ ଦିଲ୍ଲୀ ଲାଲକିଲା ବିସ୍ଫୋରଣ...

ନୀତିଶଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆସନ୍ତା ୨୦ରେ ନୀତିଶ କୁମାରଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ...

Related Articles

Popular Categories