www.samajalive.in
Tuesday, December 9, 2025
17.1 C
Bhubaneswar

ଆଜିଠାରୁ କଳାହାଣ୍ଡିରେ ଗଡିବ ୬୩ଟି ‘ଲକ୍ଷ୍ମୀ’ ବସ୍

ଭୁବନେଶ୍ବର: ବୁଧବାର କଳାହାଣ୍ଡି ଜିଲାରେ ‘ଘରେ ଘରେ ଲକ୍ଷ୍ମୀ’ ଯୋଜନାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୁଭାରମ୍ଭ କରିବେ। ଏହାକୁ ନେଇ କଳାହାଣ୍ଡି ଉତ୍ସବ ମୁଖର ହୋଇ ଉଠିଛି। ନଭେମ୍ବର ପହିଲା କଳାହାଣ୍ଡି ପ୍ରତିଷ୍ଠା ଦିବସ ହୋଇଥିବା ବେଳେ ଜିଲାବାସୀଙ୍କ ପାଇଁ କେବଳ ଯେ ଲକ୍ଷ୍ମୀ ଯୋଜନା କାର୍ଯ୍ୟକାରୀ ହେବ ତାହା ନୁହେଁ, ପ୍ରାୟ ୧୦୦୦ରୁ ଊର୍ଦ୍ଧ୍ବ କୋଟି ଟଙ୍କାର କାର୍ଯ୍ୟକ୍ରମ ଘୋଷଣା ହେବାକୁ ରହିଛି। ଏନେଇ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର ହୋଇଛି। ଏହାସହ ଦୀର୍ଘ ଦୁଇ ଦଶନ୍ଧି ଧରି ଜିଲାବାସୀ ଦେଖିଥିବା ବହୁ ପ୍ରତୀକ୍ଷିତ ସ୍ବପ୍ନ ପୂରଣ ହେବ। ଭଙ୍ଗାବାରି ଠାରେ ନିର୍ମାଣ ହୋଇଥିବା ମେଡିକାଲ କଲେଜକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି।

ରାଜ୍ୟବାସୀଙ୍କ ଉନ୍ନତ ପରିବହନ ସେବା ସହ ସେମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ସୁନିଶ୍ଚିତ କରୁଛି ଲକ୍ଷ୍ମୀ ଯୋଜନା। ଏହା ନିର୍ଭରଯୋଗ୍ୟ ଏବଂ ସୁଲଭ ସେବା ପ୍ରଦାନ କରି ଗ୍ରାମପଞ୍ଚାୟତସ୍ତରରୁ ରାଜ୍ୟ ରାଜଧାନୀ ପର୍ଯ୍ୟନ୍ତ ଏକ ନିରବଚ୍ଛିନ୍ନ ସାର୍ବଜନୀନ ପରିବହନ ସେବା ପ୍ରଦାନ କରୁଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories