www.samajalive.in
Monday, December 8, 2025
20.1 C
Bhubaneswar

ମସଲା କାଜୁ ଅଣ୍ଡା ତରକାରୀ

ଆବଶ୍ୟକ ସାମଗ୍ରୀ
ସିଝା ଅଣ୍ଡା – ୫ଟି
ଗୁଜୁରାତି – ୪ଟି
କଞ୍ଚା ଲଙ୍କା – ୪ଟି
ଲବଙ୍ଗ – ୫ଟି
ଜିରା – ୧ ଚାମଚ ରୁ ସାମାନ୍ୟ କମ
ଡ଼ାଲଚିନି – ଅଳ୍ପ
ଗୋଲମରିଚ – ଅଳ୍ପ
ଅଦା ରସୁଣ ବଟା – ୩ ଚାମଚ
ହଳଦୀ ଗୁଣ୍ଡ – ଅଳ୍ପ
ଲୁଣ – ଆବଶ୍ୟକ ପରିମାଣରେ
ଲଙ୍କା ଗୁଣ୍ଡ – ଅଳ୍ପ
ଧନିଆ ଗୁଣ୍ଡ – ଅଳ୍ପ
ଗରମ ମସଲା – ୧ ଚାମଚ
ବେସନ – ସାମାନ୍ୟ
ଚିକେନ ମସଲା – ୧ ଚାମଚ
କଟା ରସୁଣ – ୪ରୁ ୫ଟି
କଟା ଅଦା – ଅଳ୍ପ
କଟା ପିଆଜ – ୪ଟି
କଟା ଟମାଟୋ – ୩ଟି
ତେଲ – ଆବଶ୍ୟକ ପରିମାଣରେ
କଟା କାଜୁ – ୭ଟି
ବାଦାମ – ୧୦ ଟି
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସ ଲଗାଇ ଏକ ପାତ୍ର ବସାଇ ପାଣି ଗରମ କରି ଅଣ୍ଡା ସିଝାଇ ଦିଅନ୍ତୁ। ଅଣ୍ଡା ସିଝିବା ପରେ ଏହାର ଚୋପା ଛଡ଼ାଇ ଦେଇ ଛୁରୀ ଦ୍ୱାରା ସାମାନ୍ୟ କାଟନ୍ତୁ ମାତ୍ର ସମ୍ପୂର୍ଣ୍ଣ ଦୁଇଫାଳ କରନ୍ତୁ ନାହିଁ। ଏବେ ଗ୍ୟାସରେ ଏକ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଅଣ୍ଡାକୁ ଏଥିରେ ଭଲ ଭାବେ ଭାଜି ଏକ ପାତ୍ରକୁ କାଢନ୍ତୁ। ଏବେ କଡ଼େଇରେ ଆଉ କିଛି ତେଲ ପୁଣି ଗରମ କରନ୍ତୁ। ଏହାପରେ ଏଥିରେ ଜିରା, ଳବଙ୍ଗ, ଗୋଲମରିଚ, ଗୁଜୁରାତି, ଡ଼ାଲଚିନି ପକାଇ ଭାଜନ୍ତୁ। କିଛି ସମୟ ଭାଜିବା ପରେ ପିଆଜ, ଅଦା, ରସୁଣ ବଟା ପକାଇ ଭଲ ଭାବେ କଷନ୍ତୁ। କଷିବା ପରେ ଲୁଣ ପକାଇ ଗୋଳାନ୍ତୁ। କିଛି ସମୟ ପରେ କାଜୁ , ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଚିକେନ ମସଲା ପକାଇ ସାମାନ୍ୟ ପାଣି ଦେଇ ଫୁଟାନ୍ତୁ। କିଛି ସମୟ ପରେ ପେଷା ଟମାଟୋ ପକାଇ ୨ ମିନିଟ ଫୁଟାନ୍ତୁ। ଫୁଟିବା ପରେ ଭାଜି ରଖିଥିବା ଅଣ୍ଡାକୁ , ଗରମ ମସଲା , କଟା ଧନିଆ ପତ୍ର ପକାଇ ପୁଣି କିଛି ସମୟ ଫୁଟାନ୍ତୁ। ପ୍ରସ୍ତୁତ ହୋଇଗଲା ମସଲା କାଜୁ ଅଣ୍ଡା ତରକାରୀ।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories