www.samajalive.in
Thursday, December 11, 2025
27.1 C
Bhubaneswar

‘ଦେଶଭକ୍ତି ନିଶାରେ ବିବାହ କରିନାହାନ୍ତି ମୋଦୀ’

ଇନ୍ଦୋର: ବିବାଦୀୟ ମନ୍ତବ୍ୟକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ବିଜେପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ କୈଳାସ ବିଜୟବର୍ଗୀୟ ଏଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଟିପ୍ପଣୀ କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶଭକ୍ତି ନିଶାରେ ବିବାହ କରିନାହାନ୍ତି ବୋଲି ସେ କହିଛନ୍ତି। ତାଙ୍କର ଏହି ମନ୍ତବ୍ୟ ପରେ କଂଗ୍ରେସ ଯଶୋଦାବେନ୍‌ କିଏ ବୋଲି ପ୍ରଶ୍ନ କରିଛି।

ଇନ୍ଦୋରେ ନିଶା ବିରୋଧୀ ଅଭିଯାନରେ ଆୟୋଜିତ ଏକ ଗଣଦୌଡ଼ ଅବସରରେ କୈଳାସ ବିଜୟବର୍ଗୀୟ ଭାଷଣ ଦେଇ କହିଥିଲେ, ନିଶାରେ ରହିବା ଭଲ କଥା, କିନ୍ତୁ ଏହି ନିଶା ନିଜ କର୍ତ୍ତବ୍ୟ ଏବଂ ଦେଶଭକ୍ତିର ହେବା ଉଚିତ। ନିଶା ଏତେ ବି ନ ହେଉ, ଯାହା ଫଳରେ କେହି ମୋଦୀଙ୍କ ଭଳି ବିବାହ କରିବେ ନାହିଁ। ଦେଶଭକ୍ତି ନିଶାରେ ମୋଦୀ ବିବାହ କରିନାହାନ୍ତି ବୋଲି ସେ କହିଥିଲେ।

- Advertisement -

ବିଜୟବର୍ଗୀୟଙ୍କ ଏହି ମନ୍ତବ୍ୟକୁ ନେଇ ମଧ୍ୟପ୍ରଦେଶ କଂଗ୍ରେସ ନେତା ନରେନ୍ଦ୍ର ସାଲୁଜା ପ୍ରଶ୍ନ କରିଛନ୍ତି ଯେ, ଯଦି ମୋଦୀ ବିବାହ କରିନାହାନ୍ତି, ତେବେ ଯଶୋଦାବେନ କିଏ ? ମୋଦୀ ନିର୍ବାଚନ ସତ୍ୟପାଠରେ ଦେଇଥିବା ସତ୍ୟପାଠ କ’ଣ ମିଥ୍ୟା ? ଯଦି ଏହା ସତ୍ୟ ତେବେ ତାଙ୍କ ନିର୍ବାଚନ ରଦ୍ଦ ଘୋଷିତ ହେବା ଦରକାର ବୋଲି ସାଲୁଜା କହିଛନ୍ତି।

ସୂଚନାଯୋଗ୍ୟ, କୈଳାସ ବିଜୟବର୍ଗୀୟ କିଛିଦିନ ତଳେ ଇନ୍ଦୋରରେ ନାଗରିକତାର ପରିଚୟକୁ ନେଇ ଅଜବ ମନ୍ତବ୍ୟ ଦେଇଥିଲେ। ଏକ ସଭାରେ ସେ କହିଥିଲେ ଯେ, ଶ୍ରମିକମାନଙ୍କ ଚୂଡ଼ା ଉପମା ଖାଇବା ଷ୍ଟାଇଲରୁ ମୁଁ ବୁଝିଗଲି ଯେ ସେମାନେ ବାଂଲାଦେଶୀ। ଯେତେବେଳେ ମୁଁ ଶ୍ରମିକମାନଙ୍କ ସହିତ କଥା ହେଲି ସେତେବେଳେ ସେମାନେ ଏତକ ବି କହିପାରିଲେନି ଯେ ପଶ୍ଚିମବଙ୍ଗର କେଉଁ ଜିଲା କିମ୍ବା ଗାଁରେ ରହୁଛନ୍ତି।

Hot this week

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

Related Articles

Popular Categories