www.samajalive.in
Tuesday, December 9, 2025
15.1 C
Bhubaneswar

କଂଗ୍ରେସ ଛାଡିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ – ସୂତାଖିଅରେ ମଧ୍ୟପ୍ରଦେଶ କଂଗ୍ରେସ ସରକାର

ସମାଜ ପୋର୍ଟାଲ ଡେସ୍କ: ମଧ୍ୟପ୍ରଦେଶ ସଙ୍କଟ ଦୂର କରିବା ପାଇଁ କଂଗ୍ରେସ ଦ୍ୱାରା ବହୁ ପ୍ରଚେଷ୍ଟା ସତ୍ୱେ ଗତ ୨୪ ଘଣ୍ଟା ଧରି କଂଗ୍ରେସ ଠାରୁ ଅପହଞ୍ଚ ଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ଶେଷରେ ଦଳରୁ ଇସ୍ତଫା ଦେଇଛନ୍ତି। ଅସନ୍ତୁଷ୍ଟ କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ଜ୍ୟୋତିରାଦିତ୍ୟ ନୂଆଦିଲ୍ଲୀରେ ବିଜେପିର ଅମିତ ଶାହା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ପରେ ସେ ଏଭଳି ପଦକ୍ଷେପ ନେଇଛନ୍ତି। କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଲେଖିଥିବା ଚିଠିରେ ସେ ଇସ୍ତଫା ଦେବାର କାରଣ ବର୍ଣ୍ଣନା କରିଛନ୍ତି। ସେ ଇସ୍ତଫା ପତ୍ରରେ ସୋନିଆଙ୍କ ସମେତ ଦଳର ଅନ୍ୟ ନେତାମାନଙ୍କୁ ଧନ୍ୟବାଦ ଜଣାଇବା ସହିତ କଂଗ୍ରେସ ସହ ୧୮ ବର୍ଷର ରାଜନୈତିକ ସମ୍ପର୍କ ବିଷୟ ଉଲ୍ଲେଖ କରିଛନ୍ତି। ସେ ଲୋକମାନଙ୍କ ପାଇଁ କାର୍ଯ୍ୟ କରିବାକୁ ଚାହାନ୍ତି ଯାହା କଂଗ୍ରେସ ରହି କରିହେବ ନାହିଁ ତେଣୁ ସେ ଦଳର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେବାକୁ ଉଚିତ ମନେ କରୁଥିବା ଲେଖିଛନ୍ତି।

ମଧ୍ୟପ୍ରଦେଶ କଂଗ୍ରେସର ସିନ୍ଧିଆଙ୍କ ସମର୍ଥକ କୁହାଯାଉଥିବା ୧୭ଜଣ ବିଧାୟକ ବେଙ୍ଗାଲୁରୁରେ ରହୁଥିବା ଜଣାପଡିବା ପରେ କଂଗ୍ରେସର ଶୀର୍ଷ ନେତୃତ୍ୱ ତାଙ୍କ ପାଖରେ ପହଞ୍ଚିବା ପାଇଁ ଜରୁରୀକାଳୀନ ଉଦ୍ୟମ କରିଥିଲେ। ତାଙ୍କୁ ବୁଝାସୁଝା କରିବା ପାଇଁ ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କୁ ମଧ୍ୟ ପଠାଯାଇଥିଲା, କିନ୍ତୁ ସବୁ ଉଦ୍ୟମ ବିଫଳ ହୋଇଥିଲା। ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ କହିଛନ୍ତି, ସିନ୍ଧିଆଙ୍କୁ ଭେଟିବା ପାଇଁ ଉଦ୍ୟମ ବିଫଳ ହୋଇଛି। ଗତ ବିଳମ୍ବିତ ରାତିରେ କମଲ ନାଥ ଏକ ଜରୁରୀ ବୈଠକ କରି କ୍ୟାବିନେଟକୁ ପୁନର୍ଗଠନ କରିବେ ବୋଲି କହିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories