www.samajalive.in
Saturday, December 6, 2025
26.1 C
Bhubaneswar

ଜୟଆଲୁକ୍କାସ ପକ୍ଷରୁ ଭୁବନେଶ୍ୱରରେ ନୂଆସୋ’ରୁମ୍‌ର ଶୁଭାରମ୍ଭ

ଭୁବନେଶ୍ୱର:ବିଶ୍ୱର ଲେକପ୍ରିୟ ଗହଣା ବ୍ରାଣ୍ଡ୍‌ ଜୟଆଲୁକ୍କାସ ଓଡ଼ିଶାର ଭୁବନେଶ୍ୱରରେ ଏହାର ପ୍ରଥମ ଷ୍ଟୋର୍‌କୁ ଖୋଲି ସର୍ବ ଭାରତୀୟସ୍ତରରେ ଏହାର ଉପସ୍ଥିତିକୁ ସମ୍ପ୍ରସାରିତ କରିଛି ।ଗହଣାପ୍ରେମୀଙ୍କ ପାଇଁ ଆକର୍ଷଣୀୟ ଉଦଘାଟନୀ ଅଫର ସହିତ ୨୦୨୨ ଅକ୍ଟୋବର ୧୬ (ରବିବାର) ଦିନ ପୂର୍ବାହ୍ନ ୧୧ଟା ୩୦ ମିନିଟ୍‌ରେ ଜୟଆଲୁକ୍କାସ ଏହାର ପ୍ରଥମ ସୋ’ରୁମ୍‌କୁ ଖୋଲିଛି ।ଜୟଆଲୁକ୍କାସର ସିଗ୍ନେଚର ବିଶ୍ୱ-ଶ୍ରେଣୀର ଢାଂଚା ଆଧାରରେ ଡିଜାଇନ କରାଯାଇଥିବା ଏହି ଷ୍ଟେଟ୍‌ ଅଫ୍‌ ଆର୍ଟସୋ’ରୁମ୍‌ରେ ରହିଥିବା ପ୍ରିମିୟମ୍‌ ସୁବିଧା ସୁଯୋଗ, ଗହଣା ପ୍ରେମୀଙ୍କୁ ଏକ ଉଲ୍ଲାସପୂର୍ଣ୍ଣ ଓ ସମୃଦ୍ଧ ସପିଙ୍ଗ ଅନୁଭୂତି ପ୍ରଦାନ କରିବ ।

- Advertisement -

ଏହିସୋ’ରୁମ୍‌ରେ ଆଧୁନିକ ସାଜସଜ୍ଜା ରହିଥିବା ବେଳେ ଭୁବନେଶ୍ୱର ବାସିନ୍ଦାଙ୍କ ସୁବିଧାକୁ ନଜରରେ ରଖି ବ୍ୟାପକ ସପିଙ୍ଗ ଓ ପାର୍କିଂ ସ୍ଥାନର ବ୍ୟବସ୍ଥା କରାଯାଇଛି । ଉଦଘାଟନୀ ଉତ୍ସବକୁ ପାଳନ କରିବା ଲାଗି ସୋ’ରୁମ୍‌ରେ ଆକର୍ଷଣୀୟ ଅଫର ରହିଛି ।ସାରା ବିଶ୍ୱର ସଦ୍ୟତମ ଓ ଆକର୍ଷଣୀୟ ଗହଣା ସମ୍ଭାରକୁ ଅନୁସନ୍ଧାନ କରିବାଏବଂ ଅତୁଳନୀୟ ସପିଙ୍ଗ ଅନୁଭୂତି ହାସଲ କରିବା ଲାଗି ଗ୍ରାହକମାନେ ସୋ’ରୁମ୍‌ ପରିଦର୍ଶନ କରିପାରିବେ ।

ଏହିସୋ’ରୁମ୍‌ର ଶୁଭାରମ୍ଭ ଅବସରରେ ଜୟଆଲୁକ୍କାସ୍‌ ଗ୍ରୁପ୍‌ର ପରିଚାଳନା ନିର୍ଦେଶକ ଶ୍ରୀଯୁକ୍ତ ଜୟ ଆଲୁକ୍କାସ କହିଛନ୍ତି ଯେ, “ଅତୁଳନୀୟ ଗହଣା ସପିଙ୍ଗ ଅନୁଭୂତି ପ୍ରଦାନ କରିବାଲାଗି ଆମେ ପ୍ରତିବଦ୍ଧ ରହିଛୁ ଏବଂ ଜୟଆଲୁକ୍କାସରେ ଭୁବନେଶ୍ୱର ବାସିନ୍ଦାଙ୍କୁ ସେହି ପ୍ରତିଶ୍ରୁତି ପ୍ରଦାନ କରୁଛୁ । ସେମାନଙ୍କ ପ୍ରତିଟି ଆବଶ୍ୟକତା ପୂରଣ କରିବା ଲାଗି ଆମେ ଶ୍ରେଷ୍ଠ ଓ ବ୍ୟାପକ ଗହଣା ସମ୍ଭାର ସେମାନଙ୍କ ଲାଗି ଆଣିବାକୁ ଲକ୍ଷ୍ୟରଖିଛୁ । ଆମର ମନମୁଗ୍ଧକର ପରିବେଶ, ବ୍ୟାପକ ବର୍ଗର ସମ୍ଭାର ଏବଂ ଉକ୍ରୃଷ୍ଟ ଗ୍ରାହକ ସେବା ସହିତ ଗହଣା ପ୍ରେମୀମାନଙ୍କୁ ଏଠାରେ ଏକ ପ୍ରିମିୟମ୍‌ ଓ ନିରବଚ୍ଛିନ୍ନ ସପିଙ୍ଗ ଅନୁଭୂତି ପ୍ରଦାନ କରିବା ଲାଗି ମୋଟିମ୍‌ ଉତ୍ସାହିତ ଅଛନ୍ତି ।ସେମାନଙ୍କ ଖୁସିକୁ ଦ୍ୱିଗୁଣିତ କରିବାଲାଗି ଆମର ଆକର୍ଷଣୀୟ ଉଦଘାଟନୀ ଅଫର ଓ ମାଗଣା ଉପହାର ରହିଛି । ଅକ୍ଟୋବର ୧୬ରେ ଆମ ଶୁଭାରମ୍ଭର ଉତ୍ସବ ପାଳନରେ ଯୋଗ ଦେବା ଏବଂ ଏକ ଉଲ୍ଲାସପୂର୍ଣ୍ଣ ଗହଣା ସପିଙ୍ଗ ଅନୁଭୂତି ହାସଲ କରିବା ଲାଗି ଆମେ ସମସ୍ତ ଭୁବନେଶ୍ୱର ବାସିନ୍ଦାଙ୍କୁ ସ୍ୱାଗତ କରୁଛୁ ।’’

ଜୟଆଲୁକ୍କାସ ପକ୍ଷରୁସୋ’ରୁମର ଉଦଘାଟନ ପରିପ୍ରେକ୍ଷୀରେ ଏକ ଦୀପାବଳି ଅଫରର ଯୋଜନା ପ୍ରସ୍ତୁତ କରାଯାଇଛି ଯାହା ଅକ୍ଟୋବର ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଦୀପାବଳି ଅଫର ଅବଧିରେ ଗ୍ରାହକମାନେ ସେମାନଙ୍କ କିଣାକିଣି ଉପରେ ଗିଫ୍ଟ ଭାଉଚର ଆକାରରେ କ୍ୟାସବ୍ୟାକ୍‌ ପାଇପାରିବେ ଏବଂ ଏସବିଆଇ କାର୍ଡସ୍‌ରେ ୫% ଅତିରିକ୍ତ କ୍ୟାସ୍‌ବ୍ୟାକ୍‌ ପାଇବେ ।ଏହି ଉତ୍ସବ ଅଫର ସହିତ ଜୟ ଆଲୁକ୍କାସର ଗ୍ରାହକମାନେ ୯୧୬ ବିଆଇଏସ୍‌ ହଲମାର୍କ ଗହଣା, ଏକ ବର୍ଷର ମାଗଣା ବୀମା ଏବଂ ଜୟଆଲୁକ୍କାସରୁ କିଣାଯାଉଥିବା ଯେ କୌଣସି ଗହଣାର ଜୀବନବ୍ୟାପୀ ମାଗଣା ରକ୍ଷଣାବେକ୍ଷଣ ସେବା ସହିତ ବାଏ-ବ୍ୟାକ ଗ୍ୟାରେଂଟିର ପ୍ରତିିଶ୍ରୁତି ପାଇବେ ।ପବିତ୍ର ଦୀପାବଳିକୁ ପାଳନ କରିବାକୁ ଚାହୁଥିବା ଗ୍ରାହକମାନଙ୍କ ପାଇଁ ଉଦଘାଟନୀ ଅବସରରେ ଜୟଆଲୁକ୍କାସର ଏହି ସ୍ୱତନ୍ତ୍ର ଉତ୍ସବ ଅଫର ଏକ ବଡ଼ ପ୍ରୋତ୍ସାହନ ସାବ୍ୟସ୍ତ ହେବ ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories