www.samajalive.in
Tuesday, December 9, 2025
16.1 C
Bhubaneswar

‘ମେ ୨ ପରେ ଜୀବନ ଭିକ୍ଷା ମାଗିବେ ଟିଏମସି ଗୁଣ୍ଡା’

କଲକାତା: ବିଧାନସଭା ନିର୍ବାଚନକୁ ନେଇ ପଶ୍ଚିମବଙ୍ଗରେ ରାଜନୈତିକ ତାତି ବଢ଼ିବାରେ ଲାଗିଛି। ଶାସକ ଟିଏମସି ଏବଂ ବିରୋଧୀ ବିଜେପି ମଧ୍ୟରେ ପ୍ରଚାର ଲଢ଼େଇ ଜୋରଦାର ହେଉଛି। ଉଭୟ ଦଳର ନେତାମାନେ ପରସ୍ପରଙ୍କ ପ୍ରତି ଆରୋପ ପ୍ରତ୍ୟାରୋପ କରୁଥିବାବେଳେ ମଙ୍ଗଳବାର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ବିଜେପି ଫାୟାରବ୍ରାଣ୍ଡ ନେତା ଯୋଗୀ ଆଦିତ୍ୟନାଥ ମାଲଦାରେ ପ୍ରଚାର କରିଛନ୍ତି।

ଏଠାରେ ଏକ ରାଲିରେ ଯୋଗୀ ଯୋଗଦେଇ ମମତା ସରକାରକୁ କଡ଼ା ସମାଲୋଚନା କରିଥିଲେ। ପଶ୍ଚିମବଙ୍ଗରେ ଜୟ ଶ୍ରୀରାମ ନାରା ଦେବାକୁ ମଧ୍ୟ ବାରଣ କରାଯାଉଛି ବୋଲି ସେ କହିଥିଲେ। ଯୋଗୀ କହିଥିଲେ, ଏକ ମାସ ମଧ୍ୟରେ ପଶ୍ଚିମବଙ୍ଗ ମାଟିରେ ପରିବର୍ତ୍ତନ ଦେଖିବାକୁ ମିଳିବ। ରାଜ୍ୟରେ ଜଣେ ବୃଦ୍ଧା ମାତାଙ୍କୁ ଟିଏମସି ଗୁଣ୍ଡାମାନେ ମାଡ଼ ମାରିଲେ, କିନ୍ତୁ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ। ଯୋଗୀ କହିଛନ୍ତି, ମେ ୨ ପରେ ଟିଏମସି ଗୁଣ୍ଡାମାନେ ଜୀବନ ଭିକ୍ଷା ମାଗିବେ ଏବଂ ଗଳିକନ୍ଦିରେ ନିଜର ପୋଷ୍ଟର ଲଗାଇ କ୍ଷମା ପ୍ରାର୍ଥନା କରିବେ।

- Advertisement -

ଯୋଗୀ ପ୍ରଚାର ସମୟରେ କହିଥିଲେ, ଏକଦା ଭାରତର ନେତୃତ୍ଵ ନେଉଥିବା ବଙ୍ଗଳା ଆଜି ଖରାପ ସ୍ଥିତିରେ ରହିଛି। ଏଠାକାର କ୍ଷମତା ପ୍ରାୟୋଜିତ ଅପରାଧ ଆତଙ୍କବାଦ ଦେଶର ସୁରକ୍ଷାକୁ କଡ଼ା ଚ୍ୟାଲେଞ୍ଜ ଦେଉଛି। ବଙ୍ଗଳାରେ ଶକ୍ତିର ପୂଜା ହୋଇଥାଏ କିନ୍ତୁ ଏଠାରେ ଦୁର୍ଗାପୂଜା ଉପରେ କଟକଣା ଲଗାଯାଉଛି। ଇଦ୍‌ରେ ଜବରଦସ୍ତି ଗୋହତ୍ୟା କରାଯାଉଛି। ଗୋହତ୍ୟା କରି ଭାବନାକୁ କ୍ଷତି ପହଞ୍ଚାଯାଉଛି ବୋଲି ସେ କହିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories