www.samajalive.in
Monday, December 8, 2025
20.1 C
Bhubaneswar

କୋଭିଡରୁ ସୁସ୍ଥ ହେବା ପରେ ଶ୍ରବଣ ଶକ୍ତି କମୁଛି

ଭୁବନେଶ୍ୱର: କୋଭିଡ୍‌ରୁ ସୁସ୍ଥ ହେଉଥିବା ରୋଗୀମାନଙ୍କଠାରେ ଦେଖା ଦେଉଥିବା ଏକାଧିକ ଲକ୍ଷଣ ଓ ପରବର୍ତ୍ତୀ ପ୍ରଭାବଗୁଡିକ ମଧ୍ୟରେ ହଠାତ୍ ଶ୍ରବଣ ଶକ୍ତି ହ୍ରାସ ପାଇବା ଲକ୍ଷଣଟି କମ୍ ପ୍ରଭାବିତ ଲାଗୁଥିଲେ ମଧ୍ୟ ଏହା ଚିନ୍ତାଜନକ ହୋଇଛି। ଭାରତୀୟ ଡାକ୍ତରମାନେ ପ୍ରକାଶ କରିଛନ୍ତି ଯେ, କୋଭିଡ୍ରୁ ସୁସ୍ଥ ହେବା ପରେ ହଠାତ୍ ଶ୍ରବଣ ଶକ୍ତି ହ୍ରାସ ପାଇବା ଘଟଣା ବୃଦ୍ଧିପାଉଛି ଏବଂ କିଛି ରୋଗୀ ଭାଇରାଲ ସଂକ୍ରମଣ ପରେ ଅପୂରଣୀୟ କ୍ଷତିର ସମ୍ମୁଖୀନ ହେଉଛନ୍ତି। ଡାକ୍ତରଙ୍କ ମତରେ ସଠିକ୍ ସମୟରେ ଚିକିତ୍ସା ସୁନିଶ୍ଚିତ କରିବା ଲାଗି ଏହି ସ୍ଥିତି ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିବା ଗୁରୁତ୍ୱପୂର୍ଣ୍ଣ ଅଟେ, ଯାହାକି ଶ୍ରବଣ ଶକ୍ତିକୁ ପୁଣିଥରେ ଫେରାଇ ଆଣିବାରେ ସାହାଯ୍ୟ କରିପାରିବ।

ଏସମ୍ପର୍କରେ ବାଲେଶ୍ୱରସ୍ଥିତ ଫକୀର ମୋହନ ମେଡିକାଲ କଲେଜର ଇଏନ୍‍ଟି ବିଭାଗୀୟ ମୁଖ୍ୟ ଡା.ଅନୀଲ କୁମାର ଦାସ କହିଛନ୍ତି ଯେ, କୋଭିଡ୍‌ରୁ ସୁସ୍ଥ ହେଉଥିବା ରୋଗୀମାନଙ୍କଠାରେ ହଠାତ୍ ଶୁଣିବା ଶକ୍ତି ହ୍ରାସ ପାଇବା ଘଟଣା ବିଶ୍ୱବ୍ୟାପୀ ଦେଖିବାକୁ ମିଳିଛି। ଭାରତରେ ମଧ୍ୟ ଆମେ ଗତବର୍ଷ ଏଭଳି ଘଟଣା ବର୍ଦ୍ଧିତ ସଂଖ୍ୟାରେ ଦେଖିବାକୁ ପାଇଥିଲୁ। କୋଭିଡ୍ ସଂକ୍ରମଣରୁ ସୁସ୍ଥ ହେବା ପରେ କିଛି ରୋଗୀ ହଠାତ୍ ଶୁଣିବା ଶକ୍ତି ହରାଉଥିବା ଅନୁଭବ କରିଥିଲେ। ତେବେ ସଠିକ୍ ସମୟରେ ଡାକ୍ତରୀ ପରାମର୍ଶ ନେବା ଓ ଚିକିତ୍ସା କରାଇବା ଦ୍ୱାରା ଏହାକୁ ଠିକ୍‍ କରାଯାଇପାରେ। ତେଣୁ ଏଭଳି ମାମଲାରେ ଶୀଘ୍ର ଚିକିତ୍ସା ଗ୍ରହଣ କରିବା ଖୁବ୍ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। କାରଣ ଷ୍ଟେରଏଡ୍ ଓ ଆଣ୍ଟି-ଭାଇରାଲ ଔଷଧଗୁଡିକର ସେବନ କିଛି ମାତ୍ରାରେ କିମ୍ବା ସମସ୍ତ ଶ୍ରବଣ କ୍ଷମତାକୁ ସୁରକ୍ଷିତ ରଖିବା ଏବଂ ରୋଗର ପୂର୍ବ ଲକ୍ଷଣରେ ସୁଧାର ଆଣିବାରେ ସାହାଯ୍ୟ କରିଥାଏ।

- Advertisement -

ଡାକ୍ତରମାନଙ୍କ ମତରେ, ଶ୍ରବଣ ଶକ୍ତି ହରାଇବା ଅନ୍ୟାନ୍ୟ ଭାଇରାଲ ସଂକ୍ରମଣ ସହ ମଧ୍ୟ ଜଡିତ ରହିଥାଏ ଏବଂ ଅନ୍ତର୍ନିହିତ କାରଣଗୁଡିକ କୋଭିଡ୍ ରୋଗୀଙ୍କଠାରେ ସମାନ ହୋଇପାରେ। ଇଏନ୍ଟିଓଡି ଫାର୍ମାର କାର୍ଯ୍ୟକାରୀ ନିର୍ଦ୍ଦେଶକ ନିଖିଳ ମସୁରକର କହିଛନ୍ତିଯେ, ଶ୍ରବଣ ଶକ୍ତି ହରାଇବା ଲକ୍ଷଣକୁ କୋଭିଡ୍ ସମ୍ବନ୍ଧିତ ଜଟିଳତା ସହିତ ଯୋଡିବାର ଭିନ୍ନ ଭିନ୍ନ କାରଣ ରହିଥାଇପାରେ। ଏସିଇ-୨, ଶରୀରର ବିଭିନ୍ନ ଅଙ୍ଗରେ ଦେଖିବାକୁ ମିଳୁଥିବା ଏକ ଏଞ୍ଜାଇମ୍, ଯାହା ସାର୍ସ-କୋଭିଡ-୨ ଭାଇରସ୍ ପାଇଁ ଏକ ରିସେପ୍ଟର ଭୂମିକା ନିଭାଇଥାଏ, ଯାହା ଏହାକୁ କୋଷିକାଗୁଡିକୁ ସଂକ୍ରମିତ କରିବା ପାଇଁ ସକ୍ଷମ କରିଥାଏ। ଏସିଇ-୨ ରିସେପ୍ଟର କାନର ମଝିରେ ଥିବା ଏପିଥେଲିଆଲ୍ କୋଷଗୁଡିକରେ ମଧ୍ୟ ଦେଖିବାକୁ ମିଳିଥାଏ, ଯେଉଁଠାରେ ସାର୍ସ-କୋଭିଡ-୨ ଭାଇରସ୍ ସେମାନଙ୍କ ସହିତ ବାନ୍ଧି ହୋଇଥାଏ। ସମାନ ରୂପେ, ଏକ ଭାଇରାଲ ସଂକ୍ରମଣ ଦ୍ୱାରା ସୃଷ୍ଟି ହୋଇଥିବା ଶରୀରର ରୋଗ ପ୍ରତିିରକ୍ଷା ପ୍ରତିକ୍ରିୟା କାରଣରୁ ମଧ୍ୟ ଶ୍ରବଣ ଶକ୍ତି ହରାଇବାର ସମ୍ଭାବନା ରହିଥାଏ। କୋଚଲିଆରେ ପ୍ରଦାହ ଓ କୋଷିକା ଚାପ ସୃଷ୍ଟି କରୁଥିବା ପ୍ରଦାହଜନକ ପ୍ରତିକ୍ରିୟା ଓ ସଂକ୍ରମଣ କାରଣରୁ ସାଇଟୋକାଇନ୍ସରେ ବୃଦ୍ଧି ଯୋଗୁ ମଧ୍ୟ ଶ୍ରବଣ ଶକ୍ତି ହ୍ରାସ ଆଶଙ୍କା ରହିଥାଏ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories