www.samajalive.in
Monday, December 8, 2025
24.1 C
Bhubaneswar

ଆଉ ଚାରି ଜଣ ରାଜନେତାଙ୍କୁ ଗୃହବନ୍ଦୀରୁ ମୁକ୍ତ କଲେ ଜାମ୍ମୁ କାଶ୍ମୀର ପ୍ରଶାସନ

ଶ୍ରୀନଗର :  ଜାମ୍ମୁ କାଶ୍ମୀର ପ୍ରଶାସନ ଶୁକ୍ରବାର ଆଉ ଚାରି ଜଣ ରାଜନୈତିକ ନେତାଙ୍କୁ ଗୃହବନ୍ଦୀରୁ ମୁକ୍ତ କରିଛନ୍ତି । ସେହି ଚାରି ଜଣ ନେତା ଚାରୋଟି ଭିନ୍ନ ଭିନ୍ନ ଦଳର। କେନ୍ଦ୍ର ଶାସିତ ଅଞ୍ଚଳରେ ଲାଗୁ କରାଯାଇଥିବା କଟକଣା ଓ ନେତାମାନଙ୍କୁ ଗୃହବନ୍ଦୀ କରି ରଖାଯାଇଥିବାରୁ ମୁକ୍ତ କରିବା ଅଭିଯାନର ଅଂଶସ୍ୱରୂପ ଏହି ପଦକ୍ଷେପ ନିଆଯାଇଛି । ମୁକ୍ତ ହୋଇଥିବା ଚାରିଜଣ ପୂର୍ବତନ ବିଧାୟକଙ୍କ ମଧ୍ୟରେ ହାଜି ଅବଦୁଲ ରସିଦ, ନଜିର ଅହମ୍ମଦ ଗୁରେଜୀ, ମହମ୍ମଦ ଆବାସ ୱାନୀ ଓ ପୂର୍ବତନ ମନ୍ତ୍ରୀ ଅବଦୁଲ ହକ୍‍ ଖାଁ ରହିଛନ୍ତି।

ଗୁରୁବାର ମଧ୍ୟ ପାଞ୍ଚଜଣ ମୁଖ୍ୟ ରାଜନୈତିକ ଦଳର ନେତାମାନଙ୍କୁ ଖଲାସ କରାଯାଇଥିଲା। ସେମାନଙ୍କ ମଧ୍ୟରେ ନ୍ୟାସନାଲ୍‍ କନ୍‍ଫରେନ୍ସ ନେତା ଅଲତାଫ କାଲୁ, ସୌକତ ବନାଇ ଓ ସଲମନ ସାଗର ଥିବା ବେଳେ ପିପୁଲ୍ସ ଡେମୋକ୍ରାଟିକ୍‍ ପାର୍ଟିର ନିଜାମୁଦ୍ଦିନ୍‍ ଭଟ୍ଟ ଓ ମୁକ୍ତାର ବାନ୍ଧ ଥିଲେ। ସଲମାନ ସାଗର ଶ୍ରୀନଗର ପୌର ନିଗମର ପୂର୍ବତନ ମେୟର ଥିଲେ।

Hot this week

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

Related Articles

Popular Categories