www.samajalive.in
Monday, December 8, 2025
27.1 C
Bhubaneswar

ଚଳିତ ବର୍ଷ ଜମ୍ମୁ-କାଶ୍ମୀରରେ ୧୪୨ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି : ସିଆର୍‍ପିଏଫ୍‍ ଡିଜି

ନୂଆଦିଲ୍ଲୀ : ଚଳିତ ବର୍ଷ ଜମ୍ମୁ-କାଶ୍ମୀରରେ ଆତଙ୍କବାଦ ବିରୋଧି କାର୍ଯ୍ୟାନୁଷ୍ଠାନରେ ୧୪୨ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ତେବେ କାଶ୍ମୀର ଉପତ୍ୟାକାରେ ଏବେ ମଧ୍ୟ ୨୦୦-୨୫୦ଆତଙ୍କବାଦୀ ସକ୍ରିୟ ଅଛନ୍ତି ବୋଲି ସିଆର୍‍ପିଏଫ୍‍ ମହାନିର୍ଦ୍ଦେଶକ ଆର.ଆର ଭଟ୍ଟନାଗର କହିଛନ୍ତି।ଅନ୍ୟପକ୍ଷରେ ଦେଶରେ ନକ୍ସଲ୍‍ କାର୍ଯ୍ୟକଳାପ ହ୍ରାସ ପାଇଛି।

ଗତ ତିନି ବର୍ଷ ଭିତରେ ନକ୍ସଲ୍‍ କାର୍ଯ୍ୟକଳାପ ଶତକଡ଼ା ୪୦ ଭାଗ ହ୍ରାସ ପାଇଛି। ସିଆର୍‍ପିଏଫ୍‍ ମହାନିର୍ଦ୍ଦେଶକ ଆର.ଆର ଭଟ୍ଟନାଗର ସାମ୍ବାଦିକମାନଙ୍କୁ ଏହି ସୂଚନା ଦେଇଛନ୍ତି। ନକ୍ସଲବାଦର ମୁକାବିଲାରେ ସିଆର୍‍ପିଏଫ ଅଭୂତପୂର୍ବ ସଫଳତା ହାସଲ କରିଛି। ସେ କହିଛନ୍ତି, ଯେଉଁ ସ୍ଥାନଗୁଡ଼ିକରେ ନକ୍ସଲପନ୍ଥୀମାନେ ସିଆର୍‍ପିଏଫ ପାଇଁ ସର୍ବାଧିକ ସମସ୍ୟା ସୃଷ୍ଟି କରୁଥିଲେ, ସେହିସବୁ ଅଞ୍ଚଳରେ ସେମାନଙ୍କୁ ନିୟନ୍ତ୍ରଣ କରାଯାଇପାରିଛି। ନକ୍ସଲ୍‍ ଉପଦ୍ରୁତ ଅଞ୍ଚଳରେ ସିଆର୍‍ପିଏଫ ଲୋକମାନଙ୍କ ପାଖରେ ଠିକ୍‍ ସମୟରେ ପହଞ୍ଚିପାରିଛି। ସିଆର୍‍ପିଏଫ, ଜମ୍ମୁ-କାଶ୍ମୀର ପୁଲିସ୍‍, ସେନାବାହିନୀ ଓ ଅନ୍ୟ ନିରାପତ୍ତା ବାହିନୀଗୁଡ଼ିକ ସହ ଉତ୍ତମ ସମନ୍ୱୟ ରହିଛି ବୋଲି ଶ୍ରୀ ଭଟ୍ଟନାଗର କହିଛନ୍ତି।
୨୦୧୬-୧୭ ଅପେକ୍ଷା କାଶ୍ମୀରରେ ଆଇନ ଶୃଙ୍ଖଳା ପରିସ୍ଥିତି ବେଶ ଭଲ ରହିଛି ଏବଂ ଆହତଙ୍କ ସଂଖ୍ୟା ହ୍ରାସ ପାଇଛି। ଆତଙ୍କବାଦୀ ଗୋଷ୍ଠୀରେ ଯୋଗ ଦେଉଥିବା ଯୁବକମାନଙ୍କୁ ନିରୁତ୍ସାହିତ କରିବା ପାଇଁ ସିଆର୍‍ପିଏଫ ପକ୍ଷରୁ ହେଲ୍‍ପଲାଇନ ନମ୍ବର ‘ମଦଦଗାର’, , ଜାରି କରାଯାଇଛି। ବର୍ଷକ ମଧ୍ୟରେ ଏହି ହେଲ୍‍ପଲାଇନ ନମ୍ବରକୁ ୨.୫ ଲକ୍ଷ କଲ୍ ଆସିଥିବା ସେ ସୂଚନା ଦେଇଛନ୍ତି।

Hot this week

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

Related Articles

Popular Categories