www.samajalive.in
Sunday, December 7, 2025
15.1 C
Bhubaneswar

୨୧.୯ ଏମବିପିଏସ୍ ହାରାହାରି ୪ଜି ଡାଉନଲୋଡ୍ ସ୍ପିଡ ସହିତ ଶୀର୍ଷରେ ଜିଓ: ଟ୍ରାଇ ତଥ୍ୟ

ଭୁବନେଶ୍ୱର: ରିଲାଏନ୍ସ ଜିଓ ପୁନର୍ବାର ୪ଜି ଡାଉନଲୋଡ ସ୍ପିଡରେ ନିଜର ଶୀର୍ଷ ସ୍ଥାନ ଅପରିବର୍ତିତ ରଖିଛି । ଭାରତର ଦୂରସଂଚାର ନିୟାମକ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ ଅକ୍ଟୋବର ମାସ ନିମନ୍ତେ ପ୍ରକାଶିତ ତଥ୍ୟ ମୁତାବକ ଜିଓର ହାରାହାରି ୪ଜି ଡାଉନଲୋଡ୍ ସ୍ପିଡ ୨୧.୯ ଏମବିପିଏସ୍ ରହିଛି । ସେପ୍ଟେମ୍ବର ମାସ ତୁଳନାରେ ଏଥିରେ ୧ ଏମବିପିଏସ୍ ବୃଦ୍ଧି ପରିଲକ୍ଷିତ ହୋଇଛି । ସେପ୍ଟେମ୍ବର ମାସରେ ଜିଓର ୪ଜି ଡାଉନଲୋଡ ସ୍ପିଡ ୨୦.୯ ଏମବିପିଏସ୍ ଥିଲା ।
ଟ୍ରାଇ ପ୍ରକାଶିତ ତଥ୍ୟ ଅନୁଯାୟୀ ପ୍ରତିଥର ଭଳି ଅକ୍ଟୋବର ମାସରେ ମଧ୍ୟ ରିଲାଏନ୍ସ ଜିଓ ଲଗାତର ହାରାହାରି ୪ଜି ଡାଉନଲୋଡ ସ୍ପିଡରେ ଏୟାରଟେଲ ଏବଂ ଭୋଡାଫୋନ ଆଇଡିଆକୁ ପୁନର୍ବାର ବହୁ ବ୍ୟବଧାନରେ ପଛରେ ପକାଇ ଦେଇଛି । ଜିଓର ୪ଜି ଡାଉନଲୋଡ ସ୍ପିଡ ଏୟାରଟେଲ ଠାରୁ ୮.୭ ଏମବିପିଏସ ଅଧିକ ଏବଂ ଭୋଡାଫୋନ ଆଇଡିଆ ଠାରୁ ୬.୩ ଏମବିପିଏସ୍ ଅଧିକ ରହିଛି । ରିଲାଏନ୍ସ ଜିଓ ୪ଜି ଡାଉନଲୋଡ ସ୍ପିଡରେ ଲଗାତର ଏକ ନମ୍ବର ସ୍ଥାନ ଅଧିକାର କରିଆସୁଛି । ଅକ୍ଟୋବର ମାସରେ ଏୟାରଟେଲର ହାରାହାରି ୪ଜି ଡାଉନଲୋଡ ସ୍ପିଡ ୧୩.୨ ଏମବିପିଏସ୍ ରେକର୍ଡ କରାଯାଇଥିବା ବେଳେ ଭୋଡାଫୋନ ଆଇଡିଆର ହାରାହାରି ୪ଜି ଡାଉନଲୋଡ ସ୍ପିଡ ୧୫.୬ ଏମବିପିଏସ୍ ରହିଥିବା ଜଣାଯାଇଛି ।
ଅକ୍ଟୋବର ମାସରେ ହାରାହାରି ୪ଜି ଅପ୍ ଲୋଡ୍ ସ୍ପିଡରେ ଭୋଡାଫୋନ ଆଇଡିଆ ୭.୬ ଏମବିପିଏସ୍ ସ୍ପିଡ୍ ସହିତ ଆଗରେ ରହିଥିବା ବେଳେ ରିଲାଏନ୍ସ ଜିଓ ୬.୪ ଏମବିପିଏସ୍ ସ୍ପିଡ ସହିତ ଦ୍ୱିତୀୟ ସ୍ଥାନରେ ଏବଂ ଭାରତୀ ଏୟାରଟେଲ ୫.୨ ଏମବିପିଏସ୍ ହାରାହାରି ଅପଲୋଡ୍ ସ୍ପିଡ୍ ସହ ତୃତୀୟ ସ୍ଥାନରେ ଥିବା ଟ୍ରାଇ ତଥ୍ୟରୁ ଜଣାଯାଇଛି । ସୂଚନାଯୋଗ୍ୟ ଯେ, ଟ୍ରାଇଦ୍ୱାରା ୪ଜି ଅପ୍ ଲୋଡ ଓ ଡାଉନଲୋଡର ବାସ୍ତବ ସ୍ଥିତି ମାଇଁସ୍ପିଡ ଆପ୍ଲିକେସନ ସହାୟରେ ବାସ୍ତବ ସମୟ ଭିତିରେ ପରିମାପ କରାଯାଇଥାଏ । ଓଡ଼ିଶାରେ ମଧ୍ୟ ରିଲାଏନ୍ସ ଜିଓ ହାରାହାରି ୪ଜି ଡାଉନଲୋଡ୍ ସ୍ପିଡରେ ୩୫ ଏମବିପିଏସ୍ ସହିତ ଶୀର୍ଷରେ ରହିଥିବାବେଳେ ଭୋଡାଫୋନ ଆଇଡିଆ ୮.୩ ଏମବିପିଏସ୍ ଏବଂ ଭାରତୀ ଏୟାରଟେଲ ୬.୬ ଏମବିପିଏସ୍ ସ୍ପିଡ୍ ସହିତ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଥିବା ଟ୍ରାଇ ପକ୍ଷରୁ ମାଇଁସ୍ପିଡ ପୋର୍ଟାଲରେ ପ୍ରକାଶିତ ତଥ୍ୟରୁ ଜଣାପଡିଛି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories