www.samajalive.in
Sunday, December 7, 2025
15.1 C
Bhubaneswar

୮ ବର୍ଷ ପୂର୍ତ୍ତି ଅବସରରେ ଜିଓର ଖାସ୍‌ ଅଫର; ସେପ୍ଟେମ୍ବର ୧୦ ଯାଏ ଶସ୍ତା ରିଚାର୍ଜ ସୁଯୋଗ

ସମାଜ ଡିଜିଟାଲ ଡେସ୍କ: ଭାରତରେ ୮ ବର୍ଷ ପୂରଣ କରିଛି ଜିଓ। ଏହି ଅବସରରେ କମ୍ପାନୀ ପକ୍ଷରୁ ଦିଆଯାଉଛି ସ୍ୱତନ୍ତ୍ର ଅଫର। କେତେକ ନିର୍ଦିଷ୍ଟ ରିଚାର୍ଜ ପ୍ଲାନ୍‌ ଉପରେ ମିଳୁଛି ଏହି ଅଫର। ସେପ୍ଟେମ୍ବର ୫ରୁ ସେପ୍ଟେମ୍ବର ୧୦, ୨୦୨୪ ପର୍ଯ୍ୟନ୍ତ ଏହି ଅଫର୍‌ର ଲାଭ ଉଠାଇପାରିବେ ଜିଓ ଉପଭୋକ୍ତା। ୮୯୯ ଟଙ୍କା, ୯୯୯ ଟଙ୍କା ଏବଂ ୩୫୯୯ ଟଙ୍କାର ରିଚାର୍ଜ ପ୍ଲାନ୍‌ ଉପରେ ଏହି ଅଫର ଉପଲବ୍ଧ।

ଜିଓର ୮୯୯ ପ୍ଲାନ୍:

- Advertisement -

ଏହି ପ୍ଲାନରେ ଉପଭୋକ୍ତାଙ୍କୁ ମିଳିବ ଦୈନିକ ୨ ଜିବି ଡାଟା। ଏହାର ବୈଧତା ୯୦ ଦିନ ଅର୍ଥାତ୍ ତିନି ମାସ।

ଜିଓ ୯୯୯ ପ୍ଲାନ୍:

ଏହି ପ୍ଲାନ୍‌ରେ ୯୮ ଦିନର ବୈଧତା ସହ ଉପଭୋକ୍ତାଙ୍କୁ ପ୍ରଦାନ କରାଯାଉଛି ଦୈନିକ ୨ ଜିବି ଡାଟା।

୩୫୯୯ ପ୍ଲାନ୍‌:

ଏହି ପ୍ଲାନରେ ଉପଭୋକ୍ତାଙ୍କୁ ମିଳିବ ଦୈନିକ ୨.୫ ଜିବି ଡାଟା। ଏହା ଏକ ବାର୍ଷିକ ପ୍ଲାନ୍‌, ଯାହାର ବୈଧତା ୩୬୫ ଦିନ।

ମିଳିବ ଏହି ମାଗଣା ଅଫର:

ଏହି ୩ ପ୍ଲାନର ରିଚାର୍ଜ ଉପରେ ମିଳୁଛି ୨୮ ଦିନ ପାଇଁ ୧୦ଟି ଓଟିଟି ଆପ୍‌ର ସବ୍‌ସ୍କ୍ରିପ୍ସନ। ଏଥିସହ ୧୦ ଜିବି ମାଗଣା ଡାଟା ମଧ୍ୟ ଦିଆଯାଉଛି, ଯାହାର ମୂଲ୍ୟ ପ୍ରାୟ ୧୭୫ ଟଙ୍କା। ଏହା ବ୍ୟତୀତ ୩ ମାସ ପାଇଁ ମିଳିବ ଜୋମାଟୋ ଗୋଲ୍ଡ ମେମ୍ବରସିପ୍‌। ୫୦୦ ଟଙ୍କାର ଆଜିଓ ଭାଉଚର ମଧ୍ୟ ଦିଆଯାଉଛି, କିନ୍ତୁ ଏଥିପାଇଁ ଆପଣଙ୍କୁ ୨୯୯୯ ଟଙ୍କା କିମ୍ବା ତା’ଠାରୁ ଅଧିକ ଟଙ୍କାର ଜିନିଷ କିଣିବାକୁ ପଡ଼ିବ। ଜିଓ କହିଛି ଯେ, ଏହି ତିନୋଟି ରିଚାର୍ଜରେ ପ୍ରାୟ ୭୦୦ ଟଙ୍କା ମୂଲ୍ୟର ମାଗଣା ସୁବିଧା ଉପଭୋଗ କରିପାରିବେ ଉପଭୋକ୍ତା।

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories