www.samajalive.in
Saturday, December 6, 2025
26.1 C
Bhubaneswar

ବଦଳିଲା ଜୋ ବାଇଡ଼େନଙ୍କ ସ୍ବର: ବିପଦ ସମୟରେ ଭାରତ ସହ ବନ୍ଧୁ ଭାବେ ଠିଆ ହେବି

ୱାଶିଂଟନ: କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ ଏକଦା  ଭାରତ ବିରୋଧୀ ମନୋଭାବ ପ୍ରଦର୍ଶନ କରିଥିବା ଜୋ ବାଇଡ଼େନ ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ତାଙ୍କର ସ୍ବର ବଦଳାଇଛନ୍ତି । କେବଳ ସ୍ବର ବଦଳାଇ ନାହାନ୍ତି, ଭାରତ ସହ ସମ୍ପର୍କ ଅତୁଟ ରଖିବା ଓ ଭାରତର ବିପଦ ସମୟରେ ବନ୍ଧୁ ପରି ଠିଆ ହେବେ ବୋଲି ଘୋଷଣା କରିଛନ୍ତି । ଏହା ସହ ତାଙ୍କର ଉପରାଷ୍ଟ୍ରପତି ପ୍ରାର୍ଥୀ କମଳା ହ୍ୟାରିସ ଯଦି ନିର୍ବାଚିତ ହୁଅନ୍ତି ତେବେ ପ୍ରଥମ ଭାରତୀୟ-ଆମେରିକୀୟ ମହିଳା ଏହି ପଦରେ ଆସୀନ ହେବେ ବୋଲି ବାଇଡ଼େନ କହିଛନ୍ତି ।

ଗତକାଲି ରାତିରେ ଭାରତର ସ୍ବାଧୀନତା ଦିବସ ଅବସରରେ ଭାରତୀୟ-ଆମେରିକୀୟ ସମୁଦାୟକୁ ସମ୍ବୋଧନ ଅବସରରେ ବାଇଡ଼େନ ଭାରତ ଓ ଆମେରିକା ମଧ୍ୟରେ ରହିଥିବା ସମ୍ପର୍କକୁ ଆହୁରି ମଜବୁତ କରାଯିବ ବୋଲି କହିଛନ୍ତି । ଓବାମା ସରକାରରେ ଉପରାଷ୍ଟ୍ରପତି ଭାବରେ କାର୍ଯ୍ୟ କରିଥିବା ଜୋ ବାଇଡ଼େନ୍ କହିଛନ୍ତି ଯେ ୧୫ ବର୍ଷ ପୂର୍ବରୁ ଭାରତ ସହ ଐତିହାସିକ ବେସାମରିକ ପରମାଣୁ ବୁଝାମଣାକୁ ମଞ୍ଜୁରୀ ଦେବା ପ୍ରୟାସକୁ ସେ ନେତୃତ୍ଵ ଦେଇଥିଲେ । ଭାରତ ଓ ଆମେରିକା ଯଦି ପରସ୍ପରର ବନ୍ଧୁ ଓ ସହଯୋଗୀ ହୋଇଯିବେ ତେବେ ବିଶ୍ଵ ଅଧିକ ସୁରକ୍ଷିତ ହୋଇଯିବ । ଯଦି ସେ ନିର୍ବାଚନରେ ବିଜୟୀ ହେବେ,  ସୀମା ପରି ସମସ୍ୟା ବେଳେ ସେ ଭାରତ ସହ ଠିଆ ହେବେ । ଦୁଇ ଦେଶ ମଧ୍ୟରେ ବ୍ୟବସାୟ ବୃଦ୍ଧି ଓ ଜଳବାୟୁ ପରିବର୍ତନ ପରି ବୈଶ୍ଵିକ ପ୍ରସଙ୍ଗ ନେଇ ସେ କାମ କରିବେ ।

 ଏହି ଅବସରରେ ସେ ତାଙ୍କ ଦଳର ଉପରାଷ୍ଟ୍ରପତି ପ୍ରାର୍ଥୀ କମଳା ହ୍ୟାରିସଙ୍କର ବେଶ୍ ପ୍ରଶଂସା କରିଥିଲେ । ସେ କହିଥିଲେ କମଳା ଯଦି ନିର୍ବାଚିତ ହୁଅନ୍ତି ତେବେ ଭାରତୀୟ-ଆମେରିକୀୟ ମହିଳାଙ୍କର ବିଜୟ ହେବ । ସମସ୍ତେ ଜାଣନ୍ତି କମଳା ଅତ୍ୟନ୍ତ ବୁଦ୍ଧିମତୀ । ତାଙ୍କ ମା ଭାରତରୁ ଯାତ୍ରା ଆରମ୍ଭ କରିଥିଲେ । ତାଙ୍କର ସାହସ ତାଙ୍କ ଝିଅକୁ ଏହି ସ୍ଥାନରେ ପହଞ୍ଚାଇଛି । ମୁଁ ଜାଣିଛି ଆପଣମାନେ ଏଥିପାଇଁ ଗର୍ବ ଅନୁଭବ କରୁଥିବେ । ସେହି ଲୋକମାନଙ୍କ ପାଇଁ ମୁଁ ଦୁଃଖ ଅନୁଭବ କରୁଛି ଯେଉଁମାନେ ଘୃଣା ଅପରାଧ ଓ ଏଚ-୧ ଭିସା ଉପରେ କ୍ଷତିକାରକ ପଦକ୍ଷେପ ଉଠାଇଛନ୍ତି ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories