www.samajalive.in
Tuesday, December 9, 2025
17.1 C
Bhubaneswar

ଜୁଲାଇ ୨୦ରୁ ଜେଇଇ ମେନ

ନୂଆଦିଲ୍ଲୀ: ଜୁଲାଇ ୨୦ରୁ ୨୫ ମଧ୍ୟରେ ଜେଇଇ ମେନ ସେସନ-୩ ପରୀକ୍ଷା ଅନୁଷ୍ଠିତ ହେବ। ସେହିପରି ଜେଇଇ ସେସନ-୪ ପରୀକ୍ଷା ଜୁଲାଇ ୨୭ରୁ ଅଗଷ୍ଟ ୨ ମଧ୍ୟରେ ହେବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ସୂଚନା ଦେଇଛନ୍ତି। ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ଜେଇଇ ମେନ ୨୦୨୧ର ତାରିଖ ଏବଂ ଅନ୍ୟାନ୍ୟ ବିବରଣୀ ବିଷୟରେ ସୂଚନା ଦେଇ କହିଛନ୍ତି ଯେ ଜେଇଇ ମେନ ତୃତୀୟ ସେସନ ଜୁଲାଇ ୨୦ ରୁ ୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଏବଂ ଚତୁର୍ଥ ସେସନ ଜୁଲାଇ ୨୭ରୁ ଅଗଷ୍ଟ ୨ ପର୍ଯ୍ୟନ୍ତ ଅନିଷ୍ଠିତ ହେବ।

 

- Advertisement -

ଛାତ୍ରଛାତ୍ରୀମାନଙ୍କ ସୁବିଧା ପାଇଁ ଜେଇଇ ମେନ ପ୍ରଥମ ଥର ପାଇଁ ବର୍ଷକୁ ଚାରିଥର ପରିଚାଳିତ ହେଉଛି। କୋଭିଡ -୧୯ ମାମଲାରେ ବୃଦ୍ଧି ହେତୁ ୨୦୨୧ରେ ଏପ୍ରିଲ୍ ଏବଂ ମେ’ରେ ହେବାକୁଥିବା ଜେଇଇ ମେନର ପରୀକ୍ଷା ସ୍ଥଗିତ ରଖାଯାଇଥିଲା, ଯାହାକୁ ଚଳିତ ମାସରେ କରିବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ନିଟ-ୟୁଜି ୨୦୨୧ ପରୀକ୍ଷା ଅଗଷ୍ଟ ୧ ପାଇଁ ଧାର୍ଯ୍ୟ କରାଯାଇଛି। କିନ୍ତୁ ସମୀକ୍ଷା ପରେ ତାହା ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ଛାତ୍ରଛାତ୍ରୀମାନେ ଦୀର୍ଘ ଦିନ ଧରି ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ଦାବି କରିଆସୁଥିଲେ ଏବଂ ଅନେକ ଭାରତରେ ଦୁଇଟି ପ୍ରମୁଖ ପ୍ରବେଶିକା ପରୀକ୍ଷା ବାତିଲ କରିବାକୁ ଦାବି କରିଆସୁଥିଲେ। ତେବେ ଆଜି ଏନେଇ ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories