www.samajalive.in
Tuesday, December 9, 2025
16.1 C
Bhubaneswar

ପ୍ରଭାତ ରଞ୍ଜନ ବେଉରିଆ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରର ନୂଆ ନିର୍ଦେଶକ

ଭୁବନେଶ୍ବର: ଆଜି ଡ.ପ୍ରଭାତ ରଞ୍ଜନ ବେଉରିଆ ଭୁବନେଶ୍ବର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରର ନୂଆ ନିର୍ଦେଶକ ଭାବେ ଯୋଗ ଦେଇଛନ୍ତି। ସେ ପୂର୍ବତନ ନିର୍ଦେଶକ ଭି.ପି.ରାଓଙ୍କଠାରୁ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହାପୂର୍ବରୁ ସେ ଜମ୍ମୁ, ରାଞ୍ଚି ଏବଂ ଲେହ ବିମାନ କେନ୍ଦ୍ରରେ ନିର୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି। ପୂର୍ବରୁ ଭୁବନେଶ୍ବର ଓ ଝାରସୁଗୁଡ଼ା ବିମାନବନ୍ଦରର ସମ୍ପ୍ରସାରଣରେ ନିଜର ଭୂମିକା ତୁଲାଇଥିଲେ। କିଛି ଦିନ ଏନଏଚଏଆଇର ପ୍ରକଳ୍ପ ନିର୍ଦେଶକ ଭାବେ ଡେପୁଟେସନରେ ଆସି କାର୍ଯ୍ୟ କରୁଥିଲେ। ତାଙ୍କ ସମୟରେ ବହୁଦିନର ଅସମାପ୍ତ ସ୍ବର୍ଣ୍ଣ ଚତୁର୍ଭୁଜ ସଡ଼କ ଭୁବନେଶ୍ବରରୁ ଇଚ୍ଛାପୁର ପର୍ଯ୍ୟନ୍ତ ଫୋରଲେନ କାର୍ଯ୍ୟ ସମାପ୍ତ ହୋଇଥିଲା। ଶ୍ରୀ ବେଉରିଆ ଓଡ଼ିଆ ଭାଷାରେ ଜଣେ ଲେଖକ ଭାବରେ ମଧ୍ୟ ସୁପରିଚିତ। ତାଙ୍କ କ୍ଷୁଦ୍ରଗଳ୍ପ ସଂକଳନ ପଲ୍ଲାଶଫୁଲର ରଙ୍ଗ, ମାଟିର ସନ୍ୟାସୀ ପ୍ରକାଶିତ ହୋଇ ପାଠକ ମହଲରେ ଆଦୃତ ଲାଭ ହୋଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories