www.samajalive.in
Monday, December 8, 2025
27.1 C
Bhubaneswar

ଘୁଞ୍ଚିଲା ଜେଇଇ ମେନ୍‌ ମେ’ ସେସନ୍‌ ୨୦୨୧, ଘରେ ରହି ମକ୍ ଟେଷ୍ଟ ଅଭ୍ୟାସ ପାଇଁ ପରାମର୍ଶ

ନୂଆଦିଲ୍ଲୀ: ଏପ୍ରିଲ୍ ମାସ ପରେ ଏବେ ଜେଇଇ ମେନ୍‌ର ମେ’ ମାସର ପରୀକ୍ଷାକୁ ମଧ୍ୟ ସ୍ଥଗିତ କରିଦିଆଯାଇଛି। ଏଥିନେଇ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଏ ନେଇ ବିଜ୍ଞପ୍ତି ଜାରି କରିଛି। ସାମ୍ପ୍ରତିକ କରୋନା ସ୍ଥିତିକୁ ଏନ୍‌ଟିଏ ଦ୍ବାରା ପରିଚାଳିତ ଜେଇଇ ମେନ୍‌(ମେ’ ସେସନ୍‌) କେନ୍ଦ୍ର ସରକାର ଘୁଞ୍ଚାଇ ଦେଇଛନ୍ତି। ଜେଇଇ ମେନ୍‌ ପରୀକ୍ଷା ଘୁଞ୍ଚିବା ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ୍‌ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି। ପରବର୍ତ୍ତି ସୂଚନା ପାଇଁ ଏନ୍‌ଟିଏ ୱେବ୍‌ସାଇଟ୍‌ ଦେଖିବାକୁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି।
ଶିକ୍ଷା ମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ କୋଭିଡ୍‌-୧୯ର ବର୍ତ୍ତମାନ ସ୍ଥିତି ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜେଇଇ (ମେନ୍‌) ମେ’ ୨୦୨୧ ସେସନ୍‌କୁ ସ୍ଥଗିତ ରଖାଯାଇଛି। ଛାତ୍ରଛାତ୍ରୀମାନେ ଏନଟିଏର ଅଫିସିଆଲ୍ ୱେସାଇଟକୁ ଯାଇ ଅନ୍ୟାନ୍ୟ ସୂଚନା ପାଇପାରିବେ।

- Advertisement -

ଏନଟିଏ କହିଛି ଯେ ଫେବୃଆରୀ ଏବଂ ମାର୍ଚ୍ଚରେ ଜେଇଇ-ମେନ ୨୦୨୧ ର ଦୁଇଟି ଅଧିବେଶନ ପରୀକ୍ଷା ହୋଇଯାଇଛି। ଏପ୍ରିଲ୍ ପରୀକ୍ଷା ୨୭, ୨୮ ଏବଂ ୩୦ ରେ ଅନୁଷ୍ଠିତ ହେବାର ଥିଲା। କିନ୍ତୁ କୋଭିଡ -୧୯ କୁ ଦୃଷ୍ଟିରେ ରଖି ଏହାକୁ ସ୍ଥଗିତ କରାଯାଇଥିଲା। ବର୍ତ୍ତମାନ ଜେଇଇ-ମେନ ମେ’ ୨୦୨୧ର ପରୀକ୍ଷା ମଧ୍ୟ ସ୍ଥଗିତ ରଖାଯାଇଛି। ଏହି ପରୀକ୍ଷା ୨୪ ରୁ ୨୮ ମେ ୨୦୨୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।
ସୂଚନା ଯୋଗ୍ୟ ଯେ ଜେଇଇ-ମେନ ମେ’ ୨୦୨୧ ସେସନ ପାଇଁ ପଞ୍ଜୀକରଣ ଆରମ୍ଭ ହୋଇନଥିଲା। ଏହାପରେ ପଞ୍ଜୀକରଣ ତାରିଖ ମଧ୍ୟ ଘୋଷଣା କରାଯିବ ବୋଲି ଏନଟିଏ କହିଛି। ଏନଟିଏ ପକ୍ଷରୁ ପରାମର୍ଶ ଦିଆଯାଇଛି ଯେ ଉତ୍ତମ ପ୍ରସ୍ତୁତି ପାଇଁ ଛାତ୍ରଛାତ୍ରୀମାନେ ଅଧିକ ସମୟ ପାଇବେ। ଛାତ୍ରଛାତ୍ରୀମାନେ ଘରେ ରହି ଏନଟିଏ ଅଭ୍ୟାସ୍ ଆପ୍ ସହିତ ମକ୍ ଟେଷ୍ଟ ଅଭ୍ୟାସ କରନ୍ତୁ।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories