www.samajalive.in
Tuesday, December 9, 2025
16.1 C
Bhubaneswar

ଅମ୍ଳଜାନ ଯୋଗାଣକୁ ନେଇ କେନ୍ଦ୍ରକୁ ଭର୍ତ୍ସନା କଲେ ଦିଲ୍ଲୀ ହାଇକୋର୍ଟ; କହିଲେ ଆପଣ ଆଖି ବୁଜିଦେଇ ପାରନ୍ତି, କିନ୍ତୁ ଆମେ ନୁହଁ

ନୂଆଦିଲ୍ଲୀ: ଡାକ୍ତରଖାନାକୁ ଅମ୍ଳଜାନ ଯୋଗାଣକୁ ନେଇ ଦିଲ୍ଲୀ ହାଇକୋର୍ଟରେ ମଙ୍ଗଳବାର ଶୁଣାଣି ହୋଇଥିଲା। କୋର୍ଟ ପୁଣି ଥରେ ଅମ୍ଳଜାନ ସଙ୍କଟକୁ ନେଇ କେନ୍ଦ୍ର ସରକାରଙ୍କୁ କଡ଼ା ଭର୍ତ୍ସନା କରିଥିଲେ। କୋର୍ଟ କେନ୍ଦ୍ର ସରକାରଙ୍କୁ କହିଥିଲେ, ଆପଣ ଆଖି ବୁଜିଦେଇପାରନ୍ତି, କିନ୍ତୁ ଆମ ନୁହଁ। ଅମ୍ଳଜାନ ଅଭାବକୁ ଦୃଷ୍ଟିରେ ରଖି ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ଅମ୍ଳଜାନ ବ୍ୟାଙ୍କ ଖୋଲିବାକୁ ପରାମର୍ଶ ଦେଇଛନ୍ତି, ଯେଉଁଠି ଲୋକମାନେ ସ୍ଵେଚ୍ଛାକୃତ ଭାବେ ସିଲିଣ୍ଡର ଜମା କରିବେ।

ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି, ଆଜି ପୂରା ଦେଶ ଅମ୍ଳଜାନ ପାଇଁ କାନ୍ଦୁଛି। ଯଦି ଆପଣଙ୍କ ଦ୍ବାରା ଅମ୍ଳଜାନ ଯୋଗାଣ ଠିକ୍‌ ଭାବେ ହୋଇପାରୁ ନାହିଁ, ତେବେ ଆପଣ ଆଇଆଇଟି ଏବଂ ଆଇଆଇଏମକୁ କାହିଁକି ଦାୟିତ୍ଵ ଦେଉନାହାନ୍ତି। ଯଦି ଆପଣ ଅମ୍ଳଜାନ ଟ୍ୟାଙ୍କର ପରିଚାଳନା ଆଇଆଇଟି କିମ୍ବା ଆଇଆଇଏମକୁ ହସ୍ତାନ୍ତର କରିବେ, ସେମାନେ ଆପଣଙ୍କଠାରୁ ଭଲ ଭାବେ କାର୍ଯ୍ୟ କରିବେ।

- Advertisement -

ହାଇକୋର୍ଟ କେନ୍ଦ୍ରକୁ ଆହୁରି କହିଥିଲେ ଯେ, ସୁପ୍ରିମକୋର୍ଟ ଦିଲ୍ଲୀକୁ ୭୦୦ ମେଟ୍ରିକ ଟନ ଅମ୍ଳଜାନ ଯୋଗାଣ କରିବାକୁ ଆପଣଙ୍କୁ କହିଛନ୍ତି। ଯଦି ଆପଣ ଯୋଗାଣ କରିପାରି ନାହିଁ ତେବେ ଏହା କୋର୍ଟଙ୍କ ଅବମାନନା ହେବ। ଏହା ଆପଣଙ୍କ କାମ। ଟ୍ୟାଙ୍କର ଉପଲବ୍ଧ ରହିଛି, କିନ୍ତୁ ଆପଣ ଏହି କାର୍ଯ୍ୟ କରିବାକୁ ପ୍ରସ୍ତୁତ ନୁହନ୍ତି।

ଆମିକସ୍‌ କ୍ୟୁରି ରାଜଶେଖର ରାଓ କୋର୍ଟଙ୍କୁ କହିଥି ଯେ, ସହରର ଲୋକମାନଙ୍କୁ କହିବାକୁ ହେବ ଯେ ସେମାନେ ଅମ୍ଳଜାନ ସିଲିଣ୍ଡରକୁ ଘରେ ରଖି ପାରିବେ ନାହିଁ। ଏହା ସହିତ ଆମକୁ ଲୋକଙ୍କୁ ନିବେଦନ କରିବାକୁ ହେବ ଯେ ସେମାନେ ସିଲିଣ୍ଡର ଗଚ୍ଛିତ ନ ରଖନ୍ତୁ।

Hot this week

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

Related Articles

Popular Categories