www.samajalive.in
Sunday, December 7, 2025
14.1 C
Bhubaneswar

ମମତାଙ୍କ ବିଜୟ, ଭାରତବର୍ଷର ଗଣତନ୍ତ୍ରର ବିଜୟ : ଡ.ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର

ଭୁବନେଶ୍ୱର: ପଶ୍ଚିମବଙ୍ଗ ନିର୍ବାଚନରେ ତୃଣମୂଳ କଂଗ୍ରେସର ବିପୁଳ ବିଜୟ ଉପରେ ଆନନ୍ଦ ବ୍ୟକ୍ତ କରି ପୂର୍ବତନ ଓଡ଼ିଶା ତୃଣମୂଳ କଂଗ୍ରେସର ଅଧ୍ୟକ୍ଷ ତଥା ବର୍ତ୍ତମାନ କଂଗ୍ରେସ ଦଳର ବରିଷ୍ଠ ନେତା, ବିଶିଷ୍ଟ ସମାଜସେବୀ, ମହାବୋଧି ସଂସ୍ଥାର ଆନ୍ତରାଷ୍ଟ୍ରୀୟ ଉପସଭାପତି ଡ.ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି ଯେ ସୁଶ୍ରୀ ମମତା ବାନାର୍ଜୀଙ୍କ ଚଳିତ ନିର୍ବାଚନର ବିଜୟ ଭାରତବର୍ଷର ଗଣତନ୍ତ୍ରର ବିଜୟ। ଶ୍ରୀମତୀ ବାନାର୍ଜୀଙ୍କୁ ଟ୍ୱିଟ୍ କରି ଏବଂ ଟେଲିଫୋନ୍ ଯୋଗେ ଅଭିନନ୍ଦନ ଜଣାଇବା ସହ, ତୃଣମୂଳ କଂଗ୍ରେସ ପଶ୍ଚିମବଙ୍ଗର ସଭାପତି ତଥା ସାଂସଦ ସୁବ୍ରତ ରଞ୍ଜନ ବକ୍ସିଙ୍କୁ ଟେଲିଫୋନ ଯୋଗେ ଡ.ଜ୍ଞାନେନ୍ଦ୍ର ଅଭିନନ୍ଦନ ଜଣାଇଛନ୍ତି।

ସେ ଆହୁରି କହିଛନ୍ତି ଯେ ପଶ୍ଚିମବଙ୍ଗର ଜନସାଧାରଣ ଅତ୍ୟନ୍ତ ସଂସ୍କୃତି ସମ୍ପନ୍ନ। ସେମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦ୍ରୁପାତ୍ମକ ବକ୍ତବ୍ୟକୁ ଘୃଣା କରୁଥିଲେ ଏବଂ ତାହା ହିଁ ଭୋଟ ଜରିଆରେ ଜଣାଇ ଦେଲେ। ଡ.ଜ୍ଞାନେନ୍ଦ୍ର ପଶ୍ଚିମବଙ୍ଗର ଭୋଟର, ତୃଣମୂଳ କଂଗ୍ରେସର କାର୍ଯ୍ୟକର୍ତ୍ତା ଓ ନବ ନିର୍ବାଚିତ ବିଧାୟକମାନଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories