www.samajalive.in
Monday, December 8, 2025
27.1 C
Bhubaneswar

ଏହି ଉପାୟ ଆପଣାଇବା ଦ୍ୱାରା ମିଳିଥାଏ ଅତ୍ୟନ୍ତ ଶୁଭଫଳ

କଳସରେ ତମ୍ବାର ପାତ୍ର ବ୍ୟବହାର କରିବା ଉଚିତ। କାରଣ ଏହାଦ୍ବାରା ପୂଜାର ଶୁଭଫଳ ଶୀଘ୍ର ମିଳିଯାଏ। ପରିବାର ସଦସ୍ୟଙ୍କର ଉନ୍ନତି ହୋଇଥାଏ। ଘରେ ନକରାତ୍ମକ ଶକ୍ତି ହ୍ରାସ ହୋଇଥାଏ। କଳସରେ ପାଣି ରଖି ତା ଉପରେ ପଇଡ ରଖାଯାଇଥାଏ। ଏହାଦ୍ବାରା ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟ ଭଲ ରହିଥାଏ।
ବୈଜ୍ଞାନିକ ଦୃଷ୍ଟିକୋଣରୁ ତମ୍ବାକୁ ଶୁଦ୍ଧ ପାତ୍ର ବୋଲି କୁହାଯାଇଛି। ତମ୍ବାର ପାତ୍ରରେ ପାଣି ପିଇବା ଦ୍ବାରା ସ୍ବାସ୍ଥ୍ୟ ଭଲ ରହିଥାଏ। ତମ୍ବାର ପାତ୍ରରେ ପାଣି ସହ ତୁଳସୀ ପତ୍ର ରଖାଯାଇଥାଏ। ଏହାପରେ ସେହି ପାଣିକୁ ପୂଜା ସମୟରେ ପ୍ରସାଦରେ ବ୍ୟବହାର କରାଯାଇଥାଏ। ତୁଳସୀ ପାଣିକୁ ଦେବାଦେବୀଙ୍କୁ ସମର୍ପଣ କରାଯାଇଥାଏ। ଏହାଦ୍ବାରା ​‌ଦେବାଦେବୀ ଶୀଘ୍ର ପ୍ରସନ୍ନ ହୋଇ ଥାଆନ୍ତି।
ଦାମ୍ପତ୍ୟ ଜୀବନରେ ଅଶାନ୍ତି ଲାଗି ରହୁଥିଲେ ୫ଟି ତୁଳସୀ ପତ୍ର ନିଜ ପାଖରେ ରଖନ୍ତୁ। ପ୍ରତି ୨୪ ଘଣ୍ଟାରେ ଏହି ପତ୍ରକୁ କାଢି ପାଣିରେ ଭସାଇ ପୁଣି ନୂଆ ପତ୍ର ଆଣି ରଖନ୍ତୁ। ଏପରି ନିୟମିତ ୨୧ ଦିନ ଯାଏଁ କରିବା ଦ୍ୱାରା ଦମ୍ପତ୍ତିଙ୍କ ମଧ୍ୟରେ କଳହ ହୋଇନଥାଏ ଓ ଭଲ ପାଇବା ବୃଦ୍ଧି ପାଇଥାଏ।
ତୁଳସୀର ୫ଟି ପତ୍ରକୁ ଏକ ଲାଲ କାଗଜରେ ଗୁଡ଼ାଇ ପୂଜାସ୍ଥାନରେ ରଖି ନିୟମିତ ପୂଜା କରନ୍ତୁ। ପୂଜା କରିବା ସମୟରେ ନିଜ ମନୋସ୍କାମନାକୁ କୁହନ୍ତୁ। କିଛି ଦିନ ଏପରି କରିବା ଯାଏଁ ଆପଣ ଏହାର ଶୁଭଫଳ ନିଜେ ଅନୁଭବ କରିବେ।
ବାସ୍ତୁ ଶାସ୍ତ୍ର ଅନୁଯାୟୀ, ତୁଳସୀ ବୃକ୍ଷ ପତ୍ରକୁ ଏକାଦଶୀ, ରବିବାର ଓ ମଙ୍ଗଳବାର ଦିନ ତୋଳିବା ଉଚିତ ନୁହେଁ।
ବାସ୍ତୁ ଅନୁଯାୟୀ ଉତ୍ତର-ପୂର୍ବ ଦିଗ ଧନର ଦେବତା କୁବେରଙ୍କ ଦିଗ। ତେଣୁ ଗୃହରେ ଆର୍ଥିକ ସମୃଦ୍ଧି ବୃଦ୍ଧି ପାଇଁ ତୁଳସୀଙ୍କୁ ଉତ୍ତର- ପୂର୍ବ ଦିଗରେ ଲଗାନ୍ତୁ।
ଆପଣଙ୍କ ଗୃହରେ ଯଦି ସର୍ବଦା ସମସ୍ୟା ଲାଗି ରହୁଥାଏ, ତେବେ ଘରର ଦକ୍ଷିଣ-ପୂର୍ବ ଦିଗରେ ତୁଳସୀ ବୃକ୍ଷ ଲଗାନ୍ତୁ।
ଚନ୍ଦ୍ରଗ୍ରହଣ, ଏକାଦଶୀ ଓ ରବିବାର ଦିନ ତୁଳସୀ ପତ୍ର ତୋଳିବା ଉଚିତ ନୁହେଁ। ସୂର୍ୟ୍ୟାସ୍ତ ପରେ ମଧ୍ୟ ତୁଳସୀ ପତ୍ର ତୋଳିବା ଉଚିତ ନୁହେଁ।
ସକାଳୁ ସକାଳୁ ତୁଳସୀଙ୍କୁ ଦର୍ଶନ କରିବା ଶହେ ଗ୍ରାମ ସୁନା ଦାନ କରିବା ସହ ସମାନ ବୋଲି କୁହାଯାଇଛି। ଘର ଅଗଣାରେ ତୁଳସୀ ରହିଲେ କଲ୍ୟାଣକାରୀ, ଧନ ବୃଦ୍ଧି, ପୁତ୍ର ସୁଖ, ପୁଣ୍ୟଦାୟିନୀ ହୋଇଥାଏ ବୋଲି କୁହାଯାଏ।
ତୁଳସୀ ପତ୍ରକୁ ନିୟମିତ ଖାଲି ପେଟରେ ଖାଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ। ଏହା ବହୁ ରୋଗରୁ ମଧ୍ୟ ରକ୍ଷା କରିଥାଏ। ରକ୍ତ ସଫା ରହିବା ସହ କେଶ ଝଡ଼ିବା ବନ୍ଦ ହୋଇଥାଏ।
ଯଦି ତୁଳସୀ ବୃକ୍ଷ ସମ୍ପୂର୍ଣ୍ଣ ଶୁଖିଯାଏ, ତେବେ ଏହାକୁ ନିକଟରେ ଥିବା ନଦୀ କିମ୍ବା କୂଅରେ ବିସର୍ଜନ କରନ୍ତୁ।
ତୁଳସୀ ବୃକ୍ଷ ନିକଟରେ ନିୟମିତ ସନ୍ଧ୍ୟା ସମୟରେ ଦୀପ ଲଗାନ୍ତୁ। ଏପରି କରିବା ଦ୍ୱାରା ଗୃହରେ ସର୍ବଦା ସୁଖ-ସମୃଦ୍ଧି ପ୍ରବେଶ କରିଥାଏ। ତୁଳସୀ ନକରାତ୍ମକ ଶକ୍ତିକୁ ମଧ୍ୟ ଦୂର କରି ଥାଆନ୍ତି।
ହିନ୍ଦୁ ପରମ୍ପରାରେ ତୁଳସୀ ପୂଜାକୁ ସୁଖ ଓ କଲ୍ୟାଣର ପ୍ରତୀକ ବୋଲି କୁହାଯାଏ। ସ୍କନ୍ଦ ପୁରାଣ ଅନୁଯାୟୀ, ଯେଉଁ ଘରେ ତୁଳସୀ ବୃକ୍ଷ ଥାଏ, ସେଠାରେ କୌଣସି ସମସ୍ୟା ସୃଷ୍ଟି ହୋଇନଥାଏ। ଭଗବାନ କୃଷ୍ଣଙ୍କ ଭୋଗରେ ଓ ସତ୍ୟନାରାୟଣ କଥା ଭୋଗରେ ତୁଳସୀ ପତ୍ର ପ୍ରୟୋଗ ନହେଲେ ଭୋଗ ଅସମ୍ପୂର୍ଣ୍ଣ ହୋଇଥାଏ ବୋଲି କୁହାଯାଏ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories