www.samajalive.in
Monday, December 8, 2025
27.1 C
Bhubaneswar

କର୍ଣ୍ଣାଟନ ରାଜନୀତିରେ ନୂଆ ମୋଡ଼, ବିଜେପିକୁ ସମର୍ଥନ ପାଇଁ କୁମାରସ୍ବାମୀଙ୍କୁ ଜେଡିଏସ ବିଧାୟକଙ୍କ ଚାପ

ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜନୀତି ନୂଆ ମୋଡ଼ ନେଇଛି। ଗୋଟିଏ ପଟେ କଂଗ୍ରେସ-ଜେଡିଏସ ମେଣ୍ଟ ସରକାର ଭାଙ୍ଗିବା ପରେ ଏଚ.ଡି. କୁମାରସ୍ବାମୀ ମୁଖ୍ୟମନ୍ତ୍ରୀ ପଦ ହରାଇଛନ୍ତି। ଅନ୍ୟପଟେ ଜେଡିଏସର କିଛି ବିଧାୟକ ନବଗଠିତ ବିଜେପି ସରକାରକୁ ସମର୍ଥନ କରିବାକୁ କୁମାରସ୍ବାମୀଙ୍କୁ ଚାପ ପକାଉଛନ୍ତି। ଏହି କାରଣରୁ ଜେଡିଏସ ମଧ୍ୟରେ ଫାଟ ଦେଖିବାକୁ ମିଳିଛି।

ଶନିବାର କୁମାରସ୍ବାମୀ ରହୁଥିବା ତାଜ୍‌ ୱେଷ୍ଟ ଏଣ୍ଡ ହୋଟେଲରେ ଜେଡିଏସ ବିଧାୟକମାନଙ୍କର ଏକ ବୈଠକ ବସିଥିଲା। ବୈଠକରେ ଦଳର ବିଧାୟକମାନେ ଦୁଇଭାଗ ହୋଇଯାଇଥିଲେ। ଗୋଟିଏ ଭାଗ ବିଧାୟକ ବିରୋଧୀ ଆସନରେ ବସିବାକୁ କହୁଥିବାବେଳେ ଆଉ ଦଳେ ବିଧାୟକ ବିଜେପିକୁ ସମର୍ଥନ ଦେବା ଲାଗି ଜିଦ୍‌ କରିଥିଲେ। ବିଜେପି ସହ ମେଣ୍ଟ କରି ହେଉ ଅଥବା ବାହ୍ୟ ସମର୍ଥନ ଦେବାକୁ ଏହି ବିଧାୟକମାନେ କୁମାରସ୍ବାମୀଙ୍କ ଉପରେ ଚାପ ପକାଇଥିଲେ।

- Advertisement -

ବୈଠକରେ ପରେ ପୂର୍ବତନ ମନ୍ତ୍ରୀ ଜି.ଟି. ଦେବେଗୌଡ଼ା ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ, କୁମାରସ୍ବାମୀଙ୍କ ଉପରେ ଆମେ ନିଷ୍ପତ୍ତି ଛାଡ଼ି ଦେଇଛୁ। ସେ ଏହା ଉପରେ ଯାହା ନିଷ୍ପତ୍ତି ନେବେ।

ତେବେ ଜେଡିଏସରେ ଏଭଳି ସ୍ଥିତି ଏବେ ରାଜ୍ୟବାସୀଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଛି। ୩ଦିନ ତଳେ ଜେଡିଏସ ମେଣ୍ଟ ସରକାର ଭାଙ୍ଗିବା ପାଇଁ ବିଜେପିକୁ ଦାୟୀ କରୁଥିଲା। ବିଦ୍ରୋହୀ ବିଧାୟକଙ୍କୁ ବିଜେପି ସମର୍ଥନ କରୁଥିବାରୁ ଜେଡିଏସ କଡ଼ା ନିନ୍ଦା କରିଥିଲା। ବର୍ତ୍ତମାନ ଜେଡିଏସ ବିଧାୟକମାନଙ୍କ ମଧ୍ୟରେ ମତଭେଦ ଆଗାମୀ ଦିନରେ ନୂଆ ରାଜନୈତିକ ସମୀକରଣ ସୃଷ୍ଟି କରିବା ସମ୍ଭାବନା ରହିଛି ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories