www.samajalive.in
Monday, December 8, 2025
20.1 C
Bhubaneswar

ଜାପାନରେ ‘ଜେବି’ ତାଣ୍ଡବ: ବ୍ୟାପକ କ୍ଷୟକ୍ଷତି, ୨ ମୃତ

ଟୋକିଓ : ପ୍ରଶାନ୍ତ ମହାସାଗରୀୟ ସାମୁଦ୍ରିକ ଝଡ଼ ‘ଜେବି’ ମଙ୍ଗଳବାର ଅପରାହ୍ଣରେ ପଶ୍ଚିମ ଜାପାନ ଭୂଖଣ୍ଡ ଛୁଇଁବା ସହ ତାଣ୍ଡବ ରଚିଛି। ଏଥିରେ ଅନ୍ୟୁନ୍‍ ୨ ଜଣଙ୍କ ମୃତ୍ୟୁ ଘଟିଛି ଓ ୯୭ରୁ ଅଧିକ ଲୋକେ ଆହତ ହୋଇଛନ୍ତି।
ଜାପାନ ପାଣିପାଗ ବିଭାଗ ଅନୁସାରେ ଏହା ୨୫ ବର୍ଷର ସବୁଠୁ ବଡ଼ ସାମୁଦ୍ରିକ ଝଡ଼। ଜେବି ପ୍ରଭାବରେ ଜାପାନ ଭୂଖଣ୍ଡରେ ଘଣ୍ଟାପ୍ରତି ୨୧୬ କିଲୋମିଟର ବେଗରେ ପବନ ବହିବା ସହ ମୂଷଳ ଧାରାରେ ବର୍ଷା ହେଉଛି। ଫଳରେ ପଶ୍ଚିମ ଜାପାନ ସମୁଦ୍ର ତଟରେ ବଡ଼ ବଡ଼ ଜୁଆର ଆସି ମାଡ଼ ହେଉଛି। ଆଗକୁ ପବନର ବେଗ ଅଧିକ ବଢିପାରେ ବୋଲି ଚେତାବନୀ ଜାରି କରାଯାଇଛି। ପ୍ରାୟ ୩ ଲକ୍ଷ ଲୋକଙ୍କୁ ଘର ଛାଡ଼ି ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ଏକ ମାର୍ଗଦର୍ଶୀକା ଓ ସମୁଦ୍ର ମଧ୍ୟକୁ କୌଣସି ବୋଟ୍‍, ମତ୍ସ୍ୟଜୀବୀ ନ ଯିବା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଅନେକ ସ୍ଥାନରେ ଗଛପତ୍ର ଉପୁଡ଼ି ରାସ୍ତାରେ ପଡ଼ିଛି ଓ କେତେକ ସ୍ଥାନରେ ଗାଡ଼ି ମୋଟର ରାସ୍ତା କଡ଼କୁ ଓଲଟି ପଡ଼ିଛନ୍ତି। ଫଳରେ ସାଧାରଣ ପରିବହନ ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ଠପ୍‍ ହୋଇଯାଇଛି। ସମୁଦ୍ର ତଟବର୍ତ୍ତୀ ବିମାନ ବନ୍ଦରରେ ସମସ୍ତ ବିମାନ ସେବାକୁ ବାତିଲ୍‍ କରିଦିଆଯାଇଛି। ଝଡ଼ରେ କାନସାଇ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ସଂଯୋଗ କରୁଥିବା ପୋଲ୍‍ ଉପରୁ ଏକ ଟ୍ୟାଙ୍କର ସମୁଦ୍ର ଗର୍ଭଗୁ ଖସି ପଡ଼ିଛି। ଦେଶ ବ୍ୟାପୀ ୫୦୦ ବିମାନ ସେବାକୁ ବାତିଲ କରିଦିଆଯାଇଛି। ଓସାକା ଏବଂ ହିରୋସିମା ମଧ୍ୟରେ ଚାଲୁଥିବା ସମସ୍ତ ଦ୍ରୁତ୍‍ ବେଗର ଟ୍ରେନ୍‍ ସେବାକୁ ମଧ୍ୟ ବାତିଲ୍‍ କରିଦିଆଯାଇଛି। ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଲୋକଙ୍କୁ ଶୀଘ୍ର ନିରାପଦ ସ୍ଥାନକୁ ଚାଲିଯିବାକୁ ନିବେଦନ କରିବା ସହ ଲୋକଙ୍କ ସୁରକ୍ଷା ପାଇଁ ସମ୍ଭାବ୍ୟ ପଦକ୍ଷେପ ନେବାକୁ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି। ଭୂସ୍ଖଳନ ଏବଂ ବନ୍ୟା ପରସ୍ଥିତି, ଉଚ୍ଚ ଜୁଆର ନେଇ ସତର୍କ ସୂଚନା ଜାରି କରାଯାଇଛି। ଜାପାନରେ ୧୯୯୩ ପରେ ‘ଜିବେ’ ସବୁଠୁ ବଡ଼ ସାମୁଦ୍ରିକ ଝଡ଼ ବୋଲି କୁହାଯାଉଛି।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories