www.samajalive.in
Monday, December 8, 2025
20.1 C
Bhubaneswar

ଦହିହାଣ୍ଡି ଉତ୍ସବ : ୧ମୃତ, ୧୫୦ ଆହତ

ମୁମ୍ବଇ : ଉତ୍ତର ଭାରତ ସମେତ ସାରା ଦେଶରେ ଆନନ୍ଦ ଉଲ୍ଲାସର ସହ ଜନ୍ମାଷ୍ଟମୀ ସୋମବାର ପାଳିତ ହୋଇଯାଇଛି। ତେବେ ଜନ୍ମାଷ୍ଟମୀ ଉପଲକ୍ଷେ ଆୟୋଜିତ ଦହିହାଣ୍ଡି ଉତ୍ସବରେ ସୋମବାର ଜଣେ ଯୁବକର ମୃତ୍ୟୁ ଘଟିଥିବାବେଳେ ଆଉ ୧୫୦ଜଣ ଆହତ ହୋଇଛନ୍ତି।
ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନ ଉତ୍ତରପ୍ରଦେଶର ମଥୁରାରେ ଜନ୍ମାଷ୍ଟମୀ ମୁଖ୍ୟ ପର୍ବ ପାଳନ କରାଯାଇଥିଲା। ମଥୁରାରେ ବାଙ୍କେ ବିହାରୀ ମନ୍ଦିର, ପ୍ରେମ୍‍ ମନ୍ଦିର, ଇସ୍କନ୍‍ ମନ୍ଦିର ଏବଂ ଶ୍ରୀକୃଷ୍ଣ ଜନ୍ମଭୂମୀ ସମେତ ଦଶ ହଜାର ମନ୍ଦିରକୁ ସୁନ୍ଦର ଭାବେ ସୁସଜ୍ଜିତ କରାଯାଇଥିଲା।
ଦହିହାଣ୍ଡି ଉତ୍ସବ ଜନ୍ମାଷ୍ଟମୀର ଆଉ ଏକ ପ୍ରମୁଖ ଆକର୍ଷଣ। ମୁମ୍ବାଇ ସହରତଳି ଅଞ୍ଚଳରେ ଦହିହାଣ୍ଡି ଭାଙ୍ଗିବା ସମୟରେ ଗତକାଲି ଏହି ଦୁର୍ଘଟଣା ଘଟିଥିଲା। ମୃତବ୍ୟକ୍ତି ଜଣକ ଧାରବୀ ଅଞ୍ଚଳର ବୋଲି ଜଣାପଡିଛି। ଆହତ ହୋଇଥିବା ୧୫୦ଜଣ ଗୋବିନ୍ଦାଙ୍କ ମଧ୍ୟରୁ ୭୯ଜଣଙ୍କୁ ଚିକିତ୍ସା କରି ଛାଡିଦିଆଯାଇଥିବାବେଳେ ୭୦ ଜଣ ଏବେ ମଧ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories