ମହାରାଷ୍ଟ୍ରର ହିଙ୍ଗୋଲୀ ଜିଲାର ଏକ ଗାଁର ଲୋକେ ନିଜକୁ ପ୍ରଭୁକୃଷ୍ଣଙ୍କ ବଂଶଧର କହିଥାଆନ୍ତି। ଏଠାକାର ଲୋକେ କ୍ଷୀର ବିକ୍ରି କରନ୍ତି ନାହିିଁ । ଏହାସହ ଆବଶ୍ୟକ ଓ ଅସହାୟଙ୍କୁ ମାଗଣାରେ ଦେଇଥାଆନ୍ତି। ସ୍ଥାନଟି ମହାରାଷ୍ଟ୍ର ହିଙ୍ଗୋଲୀ ଜିଲାରେ ୟେଲେଗାଁର। ଏହାସହ ଏଠାରେ ଖୁବ ଧୂମଧାମରେ ପ୍ରଭୁ କୃଷ୍ଣଙ୍କ ଜନ୍ମାଷ୍ଟମୀ ଉତ୍ସବ ପାଳନ କରାଯାଏ। ଗାଁର ପ୍ରାୟ ପ୍ରତ୍ୟେକଙ୍କ ଘରେ କ୍ଷୀର ଓ କ୍ଷୀରରୁ ତିଆରି ଦ୍ରବ୍ୟର ବଣ୍ଟନର ସ୍ଥାନ ରହିଛି।
ଗ୍ରାମବାସୀଙ୍କ ମତାନୁଯାୟୀ, ୟେଲେଗାଁ ଗାବଲୀର ଅର୍ଥ ହେଉଛି କ୍ଷୀରର ଗାଁ। ଗ୍ରାମବାସୀଙ୍କ କହିବା ଅନୁଯାୟୀ,ଆମେ ନିଜକୁ କୃଷ୍ଣଙ୍କ ବଂଶଧର ମାନୁ। ଏହି କାରଣରୁ ଆମେ କ୍ଷୀର ବିକ୍ରି କରୁ ନାହୁଁ। କ୍ଷୀରକୁ ବିକ୍ରି ନକରି ବଣ୍ଟନ କରାଯାଏ। ଗାଁର ପ୍ରାୟ ୯୦% ଲୋକଙ୍କ ଘରେ ଗାଈ ରହିଛି। ଏହାସହ ମଇଁଷି ଓ ଛେଳି ମଧ୍ୟ ରହିଛି। ଏଠାରେ କ୍ଷୀର ବିକ୍ରି ନକରିବାର ପରମ୍ପରା ବହୁ ପୁରାତନ କାଳରୁ ଚାଲି ଆସୁଛି। ତେଣୁ ଆବଶ୍ୟକୀୟ ଓ ଅସହାୟଙ୍କୁ କ୍ଷୀର ବଣ୍ଟନ କରାଯାଏ। ମାତ୍ର କାହାରିକୁ ବିକ୍ରି କରାଯାଏ ନାହିଁ। ଏହି ଗାଁରେ ଜନ୍ମାଷ୍ଟମୀ ଖୁବ ଧୂମଧାମରେ ପାଳନ କରାଯାଏ। ଗାଁରେ ଏକ କୃଷ୍ଣ ମନ୍ଦିର ମଧ୍ୟ ରହିଛି। ଏଠାରେ ଜନ୍ମାଷ୍ଟମୀରେ ବେଶ ଧୁମଧାମରେ ପୂଜାର୍ଚ୍ଚନା କରାଯାଏ।
ଏଠାରେ ବହୁ ପୁରାତନ କାଳରୁ ରହିଛି କ୍ଷୀର ବିକ୍ରି ନକରିବାର ପରମ୍ପରା
Popular Categories



