www.samajalive.in
Monday, December 8, 2025
27.1 C
Bhubaneswar

କେମିତି ହେଲା ଗୋଟିଏ ପରିବାରର ୬ଜଣଙ୍କ ମୃତ୍ୟୁ ? ତଦନ୍ତ କରୁଛି ପୁଲିସ

ଜମ୍ମୁ-କାଶ୍ମୀର: ଜମ୍ମୁ କାଶ୍ମୀରରୁ ପୁଣି ଆଉ ଏକ ବଡ଼ ଖବର ଆସିଛି ।  ଗୋଟିଏ ପରିବାରର ୬ଜଣ ସଦସ୍ୟଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି । ଏନେଇ ପୁଲିସ ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଛି । ଜମ୍ମୁର ସିଦରା ଅଞ୍ଚଳରେ ଏପରି ଏକ ଅଭାବନୀୟ ଘଟଣା ଘଟିଥିବା ବେଳେ ପୁଲିସ ସମସ୍ତ ମୃତଦେହକୁ ଜବତ କରିଛି । ସୂଚନା ଅନୁଯାୟୀ ଆଜି ସକାଳୁ ଏନେଇ ପୁଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା । ପରେ ସେଠାରୁ ସେମାନଙ୍କ ମୃତଦେହ ଉଦ୍ଧାର କରିଥିଲା । ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ ରହିଥିବା ପୁଲିସ ସୂଚନା ଦେଇଛି ।

ସୂଚନା ଅନୁଯାୟୀ ସାକିମ୍‌ ବେଗମ ନାମକ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କର ଦୁଇ ଝିଅ ଓ ଗୋଟିଏ ପୁଅର ମଧ୍ୟ ମୃତ୍ୟୁ ଘଟିଛି । ଏଥିସହିତ ତାଙ୍କ ଦୁଇ ସମ୍ପର୍କୀୟଙ୍କ ମଧ୍ୟ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପୁଲିସର କହିବା ଅନୁଯାୟୀ ସିଦରା ଅଞ୍ଚଳର ଗୋଟିଏ ଘରୁ ଦୁଇଟି ମୃତଦେହ ମିଳିଥିବା ବେଳେ ଅନ୍ୟ ଏକ ଘରୁ ୪ଟି ମୃତଦେହ ଉଦ୍ଧାର ହୋଇଛି । ସମସ୍ତ ମୃତଦେହକୁ ଶବବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଦିଆଯାଇଛି । ଏହି ଘଟଣା ହତ୍ୟାକାଣ୍ଡ କି ଆତ୍ମହତ୍ୟା ତାହା ଜଣାପଡ଼ିନାହିଁ । ପୋଷ୍ଟମର୍ଟମ ପରେ ମୃତ୍ୟୁର ସତ୍ୟତା ଜଣାପଡ଼ିବ ବୋଲି ପୁଲିସ କହିଛି ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories