ଶ୍ରୀନଗର : ଜମ୍ମୁ-କାଶ୍ମୀରର କାଠୁଆରେ ରବିବାର ସକାଳେ ବାଦଲଫଟା ବର୍ଷା କାରଣରୁ ଅଘଟଣ ଘଟି ଏଯାଏଁ ୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥିରେ ୫ ଜଣ ନାବାଳକ ନାବାଳିକା ମଧ୍ୟ ଅଛନ୍ତି। ୧୭ ଅଗଷ୍ଟ ସକାଳେ ଜମ୍ମୁ ଓ କାଶ୍ମୀରର କାଠୁଆରେ ବାଦଲ ଫଟା ବର୍ଷା ପରେ ସମଗ୍ର ଅଞ୍ଚଳ ପାଣିରେ ବୁଡ଼ି ଯାଇଥିଲା। ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଜମ୍ମୁ-ପଠାନକୋଟ୍ ରାଜମାର୍ଗର ଅଂଶ ବିଚ୍ଛିନ୍ନ ହୋଇଯାଇଛି, ରେଳ ଧାରଣା ଗୁଡିକ ପାଣିରେ ବୁଡି ରହିଛି। ଘାଟି ଓ ଜଙ୍ଗଲୋଟ ସକାଳେ ପ୍ରବଳ ବର୍ଷା କାରଣରୁ ଘର ଗୁଡିକ ପାଣିରେ ବୁଡି ରହିଛି । ପୁଲିସ କହିଛି ଯେ, କାଠୁଆ ପୁଲିସ ଷ୍ଟେସନ ଓ ଅନ୍ୟ ଅଟ୍ଟାଳିକା ପାଣିରେ ବୁଡି ରହିଛି। ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଅନେକ ଲୋକେ ଏବେ ମଧ୍ୟ ଫସି ରହିଛନ୍ତି ।
ବୁଧ ଚଳନ ; ଅଗଷ୍ଟ ୩୦ରୁ ଏହି ୫ ରାଶି ହେବେ ମାଲାମାଲ୍, ମିଳିବ ଏସବୁ ସଫଳତା



