www.samajalive.in
Monday, December 8, 2025
27.1 C
Bhubaneswar

ଜାମ୍ମୁ ଓ କାଶ୍ମୀର ପୁନର୍ଗଠନ ସଂଶୋଧନ ବିଲ୍‍ ଲୋକସଭାରେ ଗୃହିତ

ନୂଆଦିଲ୍ଲୀ :  ଜାମ୍ମୁ ଓ କାଶ୍ମୀର ପୁନର୍ଗଠନ ସଂଶୋଧନ ବିଲ୍‍-୨୦୨୧ ଲୋକସଭାରେ ଗୃହିତ ହୋଇଛି। ଏହି ବିଲରେ ଜାମ୍ମୁ କାଶ୍ମୀର କ୍ୟାଡରକୁ ଅରୁଣାଚଳ ପ୍ରଦେଶ, ଗୋଆ, ମିଜୋରାମ ଓ ସମସ୍ତ କେନ୍ଦ୍ର ଶାସିତ ଅଞ୍ଚଳ କ୍ୟାଡର ସହ ମିଶ୍ରଣ କରାଯିବାର ବ୍ୟବସ୍ଥା ରହିଛି।

ବିଲ୍‍ ସଂକ୍ରାନ୍ତ ବିତର୍କରେ ଅଂଶଗ୍ରହଣ କରି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି, ଏନ୍‍ଡିଏ ସରକାର କ୍ଷମତାକୁ ଆସିବା ପରେ ଜାମ୍ମୁ କାଶ୍ମୀରରେ ପଞ୍ଚାୟତିରାଜ ଆରମ୍ଭ ହୋଇଛି। ସେ କହିଛନ୍ତି, ଜାମ୍ମୁ ଓ କାଶ୍ମୀରର ଯେଉଁ ପରିବାରଗୁଡ଼ିକ ଦୀର୍ଘ ୭୦ବର୍ଷ ଧରି ବିଜୁଳି ପାଇନଥିଲେ ଗତ ୭ମାସ ଭିତରେ ସେମାନଙ୍କୁ ବିଜୁଳି ଯୋଗାଇ ଦିଆଯାଇଛି। ସେ କହିଛନ୍ତି, ଜାମ୍ମୁ ଓ କାଶ୍ମୀରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯଥେଷ୍ଟ ପ୍ରାଧାନ୍ୟ ଦେଉଛନ୍ତି ଓ ସେଠାରେ ଅନେକ ବିକାଶମୂଳକ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି। ସେ କହିଛନ୍ତି, ଜାମ୍ମୁ ଓ କାଶ୍ମୀରକୁ ଆତ୍ମନିର୍ଭରଶୀଳ କରାଇବା ପାଇଁ ସରକାର ଚାହାନ୍ତି। କେନ୍ଦ୍ର ଶାସିତ ଅଞ୍ଚଳର ଦୂରଦୂରାନ୍ତ ଅଞ୍ଚଳରେ ବିକାଶ ଅଣାଯିବା ପ୍ରତି ଶ୍ରୀ ଶାହା ଗୁରୁତ୍ୱାରୋପ କରିଛନ୍ତି।

- Advertisement -

ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି, ୨୦୧୯ଠାରୁ ଏନ୍‍ଡିଏ ସରକାର ଜାମ୍ମୁ କାଶ୍ମୀରରେ କ’ଣ କାର୍ଯ୍ୟ କରିଛନ୍ତି ବୋଲି ବିରୋଧୀ ଦଳମାନେ ସର୍ବଦା ପ୍ରଶ୍ନ କରି ଆସୁଛନ୍ତି। କିନ୍ତୁ ବିରୋଧୀ ଦଳମାନେ ୭୦ବର୍ଷ ଧରି ସେଠାରେ କ’ଣ କରିଛନ୍ତି ବୋଲି ଶ୍ରୀ ଶାହା ପ୍ରଶ୍ନ ଉଠାଇଛନ୍ତି। ଧାରା ୩୭୦ର ଉଚ୍ଛେଦ ଲୋକମାନଙ୍କୁ ଲାଭ ପହଞ୍ଚାଇବାକୁ ଉଦ୍ଦିଷ୍ଟ ବୋଲି ଶ୍ରୀ ଶାହା କହିଛନ୍ତି। ଏ ସମ୍ବନ୍ଧୀୟ ବିଲ୍‍ରେ ଜାମ୍ମୁ ଓ କାଶ୍ମୀର ରାଜ୍ୟ ମାନ୍ୟତା ସହ କୌଣସି ସମ୍ପର୍କ ନାହିଁ ଓ ଠିକ୍‍ ସମୟରେ ଜାମ୍ମୁ କାଶ୍ମୀରକୁ ରାଜ୍ୟର
ମାନ୍ୟତା ପ୍ରଦାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି, ଜାମ୍ମୁ ଓ କାଶ୍ମୀରରେ ତିନୋଟି ପରିବାର ୭୦ବର୍ଷ ଧରି ଶାସନରେ ଥିବା ସତ୍ତ୍ବେ ସ୍ୱାସ୍ଥ୍ୟ ଓ ନିଯୁକ୍ତି କ୍ଷେତ୍ରରେ କୌଣସି କାର୍ଯ୍ୟ କରିନାହାନ୍ତି। ୨୦୨୨ ସୁଦ୍ଧା ଜାମ୍ମୁ ଓ କାଶ୍ମୀରରେ ୨୫ହଜାର ସରକାରୀ ଚାକିରୀ ସୃଷ୍ଟି କରାଯାଇ ପାରିବ ବୋଲି ସେ ଅନୁମାନ କରିଛନ୍ତି। ସେ କହିଛନ୍ତି, ପୂର୍ବରୁ ଜାମ୍ମୁ ଓ କାଶ୍ମୀରରେ କୌଣସି ବଡ଼ ବ୍ୟବସାୟୀକ ସଂସ୍ଥା ପୁଞ୍ଜିନିବେଶ କରିନଥିଲା କିନ୍ତୁ ଧାରା ୩୭୦ର ଉଚ୍ଛେଦ ପରେ ସେଠାରେ
ଅନେକ ପୁଞ୍ଜିନିବେଶ ହୋଇଛି।
ଲୋକସଭାରେ କଂଗ୍ରେସ ନେତା ଅଧିରରଞ୍ଜର ଚୌଧୁରୀ କହିଛନ୍ତି,ସରକାର ବିଲ୍‍ ଆଣିବା ସମୟରେ ଅନେକ ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ଜାମ୍ମୁ ଓ କାଶ୍ମୀରରେ ସ୍ୱାଭାବିକ ପରିସ୍ଥିତି ଫେରିନାହିଁ। ସେ କହିଛନ୍ତି, ୯୦ହଜାର ସ୍ଥାନୀୟ ବ୍ୟବସାୟ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଏନ୍‍ଡିଏ ସରକାର ସ୍ଥାନାନ୍ତରିତ ପଣ୍ଡିତମାନଙ୍କୁ ଜାମ୍ମୁ ଓ କାଶ୍ମୀରକୁ ଫେରାଇ ଆଣିବାରେ ଅସଫଳ ରହିଥିବାର ଶ୍ରୀ ଚୌଧୁରୀ କହିଛନ୍ତି। ଟିଏମ୍‍ସିର ସୌଗତ ରାୟ ଜାମ୍ମୁ ଓ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହେବା ପରେ ସେଠାରେ କ’ଣ କାର୍ଯ୍ୟ ହୋଇଛି ବୋଲି ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ସେଠାରେ ବିକାଶର କୌଣସି ଚିହ୍ନବର୍ଣ୍ଣ
ନାହିଁ।
ଆରଏସପିର ଏନ୍‍.କେ. ପ୍ରେମ୍‍ଚନ୍ଦ୍ରନ୍‍ ଜାମ୍ମୁ ଓ କାଶ୍ମୀରର ପ୍ରକୃତ ଆଇନ୍‍ ଶୃଙ୍ଖଳା ପରିସ୍ଥିତି ବିଷୟରେ ଜାଣିବାକୁ ଚାହିଁଥିଲେ। ଜାମ୍ମୁ କାଶ୍ମୀରକୁ କେତେବେଳେ ରାଜ୍ୟର ମାନ୍ୟତା ମିଳିବ ବୋଲି ମଧ୍ୟ ସେ ଜାଣିବାକୁ ଚାହିଁଥିଲେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories