www.samajalive.in
Friday, December 5, 2025
23.1 C
Bhubaneswar

ପରଲୋକେରେ ବଲିଉଡ ଗୀତିକାର ‘ଜଲିସ୍‍ ସେରୱାନୀ’

ନୂଆଦିଲ୍ଲୀ : ବଲିଉଡ୍‍ର ଖ୍ୟାତନାମା ଗୀତିକାର ଏବଂ ସଂଳାପ ଲେଖକ ‘ଜଲିସ୍‍ ସେରୱାନୀ’ଙ୍କର ପରଲୋକ ହୋଇଯାଇଛି। ଅନେକ ଦିନ ହେବ ସେ ରୋଗରେ ପୀଡିତ ଥିଲେ। ଚିକିତ୍ସା ଚାଲିଥିବା ସମୟରେ ବୁଧବାର ତାଙ୍କର ମୃତ୍ୟୁ ଘଟିଛି। ‘ଜଲିସ୍‍ ସେରୱାନୀ’ ହିନ୍ଦୀ ଚଳଚ୍ଚିତ୍ର ସଂଳାପ ଲେଖକ ସଂଘର ଅଧ୍ୟକ୍ଷ ରହିଥିଲେ। ଜଣେ ଉଚ୍ଚକୋଟିର ସଂଳାପ ଲେଖକ ଭାବେ ସେ ବେଶ୍‍ ଜଣାଶୁଣା ଥିଲେ।

ସେ ପ୍ରତିଘାତ, କନ୍‍ୱରଲାଲ୍‍, ସଂଗ୍ରାମ, ଏକ୍‍ ଥା ରାଜା, ମାଫିଆ ଭଳି ଚଳଚ୍ଚିତ୍ରରେ ସଂଳାପ ରଚନା କରିଥିଲେ। ଖାଲି ସେତିକି ନୁହେଁ ସେ ସଲମାନ୍‍ ଖାନ୍‍ଙ୍କ ଅନେକ ଚଳଚ୍ଚିତ୍ରରେ ସଂଳାପ ଏବଂ ଗୀତ ରଚନା କରିଥିଲେ। ଜଲିସ୍‍ ସେରୱାନୀ ସଲମାନ୍‍ ଅଭିନୀତ ଚଳଚ୍ଚିତ୍ର ‘ତୁମକୋ ନା ଭୁଲ ପାଏଙ୍ଗେ’, ‘ହମ୍‍ ତୁହ୍ମାରେ ହୈ ସନମ୍‍’, ‘ଦବଙ୍ଗ’, ‘ଦବଙ୍ଗ-୨’, ‘ୱାଣ୍ଟେଡ୍‍’, ‘ହ୍ୟାଲୋ ବ୍ରଦର’ ଏବଂ କିଛିଦିନ ତଳେ ମୁକ୍ତିଲାଭ କରିଥିବା ‘ଟାଇଗର ଜିନ୍ଦା ହେ’ ଭଳି ଚଳଚ୍ଚିତ୍ରରେ ଗୀତ ରଚନା କରିଥିଲେ। ଉତ୍ତର ପ୍ରଦେଶର ବାସିନ୍ଦା ‘ଜଲିସ୍‍ ସେରୱାନୀ’ ବହୁତ ଦିନ ହେବ ମୁମ୍ବଇରେ ରହି ଗୀତ ରଚନା କରିବା ସହ ଚଳଚ୍ଚିତ୍ର ପାଇଁ ସଂଳାପ ଲେଖୁଥିଲେ।

- Advertisement -

 

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories