www.samajalive.in
Monday, December 8, 2025
24.1 C
Bhubaneswar

 ଜଳ ଯନ୍ତ୍ରଣା : ପାଇପ ନୁହେଁ;  ଶୋଷ ମେଣ୍ଟାଉଛି ପୋଖରୀ ପାଣି 

କେଶଦୁରାପାଳ:  କେନ୍ଦ୍ର ଓ ରାଜ୍ୟ ସରକାର ଲୋକମାନଙ୍କ ପାଇଁ ବିଭିନ୍ନ ଯୋଜନା କରୁଛନ୍ତି ,ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସ୍ୱଚ୍ଛ ଭାରତ ଅଭିଯାନ, ସ୍ଵଚ୍ଛ ପାନୀୟ ଜଳ ଯୋଜନା ରେ ସ୍ଵଜଳଧାରା ଯୋଜନା, ବସୁଧା ଯୋଜନା  ଏମିତି ଅନେକ ଥିବା ବେଳେ ସରକାରୀ ବାବୁଙ୍କର ଆନ୍ତରିକତାର ଅଭାବ ଯୋଗୁ ଅନେକ ଯୋଜନାର ସୁଫଳ ଜନସାଧାରଣ ପାଇପାରୁ ନ ଥିବା ଅଭିଯୋଗ ହେଉଛି ।ସ୍ଵାଧୀନତାର ୭୪ବର୍ଷ ପରେ ମଧ୍ୟ ସୁଧୁରି ପାରୁନି ଗାଁର ପାନୀୟ ଜଳ ସମସ୍ୟା ଫଳରେ ଲୋକମାନେ ବସୁଧା ଯୋଜନାରେ ଏବେ ମଧ୍ୟ ପାଇପ୍ ପାଣି ନ ପାଇ  ଜଳ ଯନ୍ତ୍ରଣା ଭୋଗୁଛନ୍ତି ।
ଏହା କୋୖଣସି ଅପହଞ୍ଚ ଇଲାକାର ଚିତ୍ର ଠାରୁ ମଧ୍ୟ କମ୍ ନୁହେଁ । ଏହା  କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ  ରାମଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ଜରଦା ଗ୍ରାମର ସମସ୍ୟା । ସରକାରଙ୍କ ଗ୍ରାମ୍ୟ ଜଳ ଯୋଗାଣ ମିଶନ ତରଫରୁ ୧୦ ବର୍ଷ ପୂର୍ବେ ପାଖାପାଖି ୪୦ ଲକ୍ଷ ଟଙ୍କାର  ପାଇପ ଯୋଗେ ଗାଁକୁ ସ୍ୱଛ ପାନୀୟ ଜଳ ଯୋଗାଇ ଦେବା ପାଇଁ ବୋରିଙ୍ଗ୍  କରାଯିବା ସହିତ ବିଦ୍ୟୁତ୍ ସଂଯୋଗ  ଓ  ଜରଦା ଗ୍ରାମକୁ ପାଇପ ଯୋଗେ ପାନିୟ ଜଳ ଯୋଗାଣ କରାଯିବା ପାଇଁ  ଗ୍ରାମ ମଧ୍ୟକୁ ପାଇପ୍ ଓ ପ୍ରତି ସାହିରେ ଟ୍ୟାପ୍ ସହ ଷ୍ଟାଣ୍ଡ ପୋଷ୍ଟ ବି ବସାଇଥିଲେ ମଧ୍ୟ ଗ୍ରାମକୁ  ପାନୀୟ ଜଳ କଷ୍ଟ  ମେଣ୍ଟାଇବା ପାଇଁ ସକ୍ଷମ ତାହା ସହାୟକ ହୋଇ ପାରିଲା ନାହିଁ । ଏଥିସହ ୨୦ ବଂ ଜାତୀୟ ରାଜପଥ  ସଂପ୍ରସାରଣ ହେବା ସମୟରେ ଠିକା କମ୍ପାନୀ ର   ରାସ୍ତା କାମ ଦ୍ବାରାପାଇଁ ଜେସିବ୍  ଯୋଗୁଁ  ପାଇପ୍ ଫଟାଇ ଦେବା ଫଳରେ  ଜଳ ସମସ୍ୟା ଆହୁରୀ ବଢିଯାଇଥିଲା। ଜରଦା
ଗ୍ରାମରେ  ଦୁଇଶହରୁ ଉର୍ଦ୍ଧ ପରିବାର ବାସ କରୁଥିବା ବେଳେ  ନଳକୂଅ ହିଁ ପ।ନୀୟ ଜଳ ପାଇଁ ଉରସା ହୋଇଥିବା ଦେଖିବାକୁ ମିଳିଛି ।   ଭୁୟାଁ ସାହିରେ ଥିବା ନଳକୂପ ରେ ପ୍ରାୟ ଅନେକ ସମୟ ଜଳସଙ୍କଟ ଦେଖାଯାଉଛି ।
ପାନୀୟ ଜଳର ଅଭାବ ଯୋଗୁଁ ଲୋକେ ବାଧ୍ୟ ହୋଇ ପୋଖରୀ ର ଦୂଷିତ ପାଣି ପିଉ ଥିବା ରାମବାସୀ ଅଭିଯୋଗ କରିଛନ୍ତି । ଏ ସଂପର୍କରେ ବ୍ଳକ ଜଳ ଯୋଗାଣ ଯନ୍ତ୍ରୀ ଙ୍କୁ ପଚାରୀ ବାରୁ  ସେ ମୁଁ ସେ ସଂପର୍କରେ ଜାଣି ନାହିଁ ବୋଲି କହୁଥିବା ବେଳେ ଉପଖଣ୍ଡ ଗ୍ରାମ୍ୟ ଜଳ ଯୋଗାଣ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ବଳରାମ ମିଶ୍ର ଙ୍କୁ ପଚାରିବାରୁ ୨୦ ନଂ ଜାତୀୟ ରାଜପଥ  ସଂପ୍ରସାରଣ ବେଳେ ଠିକା କମ୍ପାନୀର   ରାସ୍ତା କାମ ବେଳେ ଜେସିବି  ଯୋଗୁଁ  ପାଇପ୍ ଫଟାଇ ଦେଇଥିଲା ଏବେ ଏଥିପାଇଁ ଅର୍ଥ ମଞ୍ଜୁର ହୋଇଛି, ତୁରନ୍ତ କାର୍ଯ୍ୟ ହାତକୁ ନିଆଯିବ ବୋଲି ସେ କହିଛନ୍ତି ।

Hot this week

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

Related Articles

Popular Categories