www.samajalive.in
Monday, December 8, 2025
20.1 C
Bhubaneswar

ପିଓକେ ନେଇ ସ୍ଥିତି ସ୍ପଷ୍ଟ, ଏହା ଭାରତର ଅଂଶ: ବିଦେଶ ମନ୍ତ୍ରୀ ଜୟଶଙ୍କର

ନୂଆଦିଲ୍ଲୀ : ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ନେଇ ଭାରତ ତାର ସ୍ଥିତି ସ୍ପଷ୍ଟ କରିସାରିଛି ଓ ଏହା ଭାରତର ଏକ ଅଂଶ ବୋଲି ମଙ୍ଗଳବାର ବୈଦେଶିକ ବ୍ୟପାର ମନ୍ତ୍ରୀ ଏସ୍‍ ଜୟଶଙ୍କର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ଜୟଶଙ୍କର କହିଛନ୍ତି ଯେ ଭାରତ ପଡୋଶୀକୁ ପ୍ରାଥମିକତା ନୀତିରେ କାର୍ଯ୍ୟ କରୁଛି। ମାତ୍ର ଭାରତର ଏକ ପଡୋଶୀ ଏବେ ଏକଘରିଆ ହୋଇଯାଇଛି। ଏହି ପଡୋଶୀକୁ ଏବେ ସୀମାପାର ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ। ମୋଦୀ ସରକାରର ଦ୍ୱିତୀୟ କାର୍ଯ୍ୟକାଳରେ ବିଦେଶ ମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିବା ପରେ ଏହା ହେଉଛି ଜୟଶଙ୍କରଙ୍କ ପ୍ରଥମ ସାମ୍ବାଦିକ ସମ୍ମିଳନୀ। ସେ ଏହି ସାମ୍ବାଦିକ ସମ୍ମିଳନୀରେ ନିଜ ମନ୍ତ୍ରଳାୟ ୧୦୦ ଦିନର ଉପଲବ୍ଧି ବିଷୟରେ କହିଛନ୍ତି। ଏହି ଅବଧିରେ ସରକାର ଜାତୀୟ ସୁରକ୍ଷା ଏବଂ ବିଦେଶ ନୀତିର ଲକ୍ଷ୍ୟ ହାସଲ ମଧ୍ୟରେ ମଜଭୁତ ସମ୍ପର୍କ ସ୍ଥାପନରେ ସଫଳ ହୋଇଛନ୍ତି। ଜି-୨୦ ହେଉ ବା ଜଳବାୟୁ ସମ୍ମିଳନୀ ସବୁ ବିଶ୍ୱର ମଞ୍ଚରେ ଭାରତର ସ୍ୱର ଶୁଣାଯାଉଛି। ବିଦେଶ ମନ୍ତ୍ରୀ ଭାବେ ସେ ସ୍ୱୟଂ ଭୁଟାନ, ବାଂଲାଦେଶ, ମାଳଦ୍ୱୀପ ଯାତ୍ରା କରିଥିଲେ। ସେଠାରେ ପ୍ରକଳ୍ପ, ବାଣିଜ୍ୟ ସମ୍ପର୍କ ଓ ଲୋକଙ୍କ ସହ ସମ୍ପର୍କ ଦୃଢ କରିବା ଉପରେ ଗୁରୁତ୍ୱ ଦେଇଥିଲେ।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories