www.samajalive.in
Monday, December 8, 2025
20.1 C
Bhubaneswar

‘ଅସ୍ତ୍ର’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ଓଡିଶା ଉପକୂଳରେ ମଙ୍ଗଳବାର ଅସ୍ତ୍ର କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ସୁଖୋଈ-୩୦ଏମକେଆଇ ଯୁଦ୍ଧ ବିମାନରୁ ପରୀକ୍ଷାମୂଳକ ଭାବେ ଏହି ପରୀକ୍ଷଣ କରାଯାଇଛି। ଆକାଶରୁ ଆକାଶକୁ ଗତିଶୀଳ କ୍ଷେପଣାସ୍ତ୍ର ‘ଅସ୍ତ୍ର’ ସଫଳତାର ସହ ଧାର୍ଯ୍ୟ ଲକ୍ଷ୍ୟକୁ ଭେଦ କରିବା ସହ ପ୍ରଥମ ସ୍ୱଦେଶୀ କ୍ଷେପଣାସ୍ତ୍ରର କ୍ଷମତା ପ୍ରଦର୍ଶିତ ହୋଇଥିଲା। ଉପଯୁକ୍ତ ପ୍ରକ୍ରିୟାରେ କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯିବା ସହ ବିଭିନ୍ନ ରାଡାର, ଇଲେକ୍ଟ୍ରୋ ଅପ୍ଟିକାଲ ଟ୍ରାକିଙ୍ଗ ସିଷ୍ଟମ (ଇଓଟିଏସ) ଓ ସେନ୍ସର ମାଧ୍ୟମରେ ଏହା ଲକ୍ଷ୍ୟ ଭେଦ କରିଥିବା ନେଇ ନିଶ୍ଚିତ କରାଯାଇଥିଲା। ଏହି ସଫଳ ପରୀକ୍ଷଣ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଡିଆରଡିଓ ଓ ବାୟୁସେନା ଦଳକୁ ଅଭିନନ୍ଦନ ଜଣାଇଛନ୍ତି।

ଅସ୍ତ୍ର କ୍ଷେପଣାସ୍ତ୍ର ଘଣ୍ଟା ପ୍ରତି ୫ ହଜାର ୫୫୫ କିଲୋମିଟର ବେଗରେ ୭୦ କିଲୋମିଟର ଲକ୍ଷ୍ୟଭେଦ କରିବା କ୍ଷମତା ରଖିଛି। ଏଥିରେ ୧୫ କିଲୋଗ୍ରାମ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରହିଛି। ପ୍ରାୟ ୫୦ଟି ସରକାରୀ ଏବଂ ବେସରକାରୀ ସଂସ୍ଥା ସହଯୋଗରେ ଡ଼ିଆରଡ଼ିଓ ଅସ୍ତ୍ର କ୍ଷେପଣାସ୍ତ୍ର ବିକାଶ କରିଛି। ସୁଖୋଈ-୩୦ଏମକେଆଇ ଯୁଦ୍ଧ ବିମାନରେ ଏହି କ୍ଷେପଣାସ୍ତ୍ରକୁ ସଂଯୋଗ କରିବା କାର୍ଯ୍ୟ ହାଲ ଦ୍ୱାରା ସମ୍ପନ୍ନ କରାଯାଇଛି।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories