www.samajalive.in
Sunday, December 7, 2025
13.1 C
Bhubaneswar

‘ମୋ ସେବା କେନ୍ଦ୍ର’ ପରିଦର୍ଶନ କଲେ ପ୍ରଯୁକ୍ତି ବିଦ୍ୟା ଉପଦେଷ୍ଟା ଅନୁଭବ ପଟ୍ଟନାୟକ

ଭୁବନେଶ୍ୱର, ୧୯.୦୪.୨୦୨୩- ରାଜ୍ୟ ସରକାରଙ୍କର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ଉପଦେଷ୍ଟା ଅନୁଭବ ପଟ୍ଟନାୟକ ଭୁବନେଶ୍ବର ସହରାଞ୍ଚଳ ସ୍ଥିତ ବିଭିନ୍ନ ୱାର୍ଡର ‘ମୋ ସେବା କେନ୍ଦ୍ର’ ପରିଦର୍ଶନ କରି ସେଠାରେ ଜନସାଧାରଣଙ୍କୁ ଯୋଗାଇ ଦିଆଯାଉଥିବା ଇ-ସେବା ଗୁଡିକ ବିଷୟରେ ବୁଝିବା ସହ ଉପସ୍ଥିତ ଲୋକମାନଙ୍କ ସହ ଆଲୋଚନା କରିଛନ୍ତି।

 

- Advertisement -

ବିଭିନ୍ନ ବିଭାଗର ୧୫୦ ରୁ ଅଧିକ ସେବା ଯୋଗାଇବାରେ ଏହି ବ୍ୟବସ୍ଥା ବିଶେଷ ସହାୟକ ହୋଇପାରିଛି। ସାଧାରଣ ଲୋକଙ୍କୁ ନିଜ ଘର ପାଖରେ ମିଳିପାରୁଥିବା ଏହି ସେବା ବ୍ୟବସ୍ଥାକୁ ଆହୁରି ବ୍ୟାପକ, ସୁଦୃଢ ଓ ସଫଳ କରିବା ଦିଗରେ କାର୍ଯ୍ୟ କରିବା ପାଇଁ ଶ୍ରୀ ପଟ୍ଟନାୟକ ମୋ ସେବା କେନ୍ଦ୍ରର ପରିଚାଳକମାନଙ୍କୁ ପରାମର୍ଶ ଦେଇଛନ୍ତି। ମୋ ସେବା କେନ୍ଦ୍ର ଜରିଆରେ ଜନସାଧାରଣଙ୍କୁ ବିଭିନ୍ନ ସୁବିଧାସବୁ ସହଜରେ ମିଳିପାରୁଥିବାରୁ ଶ୍ରୀ ପଟ୍ଟନାୟକ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ପ୍ରଯୁକ୍ତ ବିଦ୍ୟା ଉପଦେଷ୍ଟାଙ୍କର ୱାର୍ଡ ନମ୍ବର ୫୧, ୱାର୍ଡ ନମ୍ବର ୨୪ ତଥା ୱାର୍ଡ ନମ୍ବର ୨୫ ଅନ୍ତର୍ଗତ ସୌଭାଗ୍ୟ ନଗର, ବରମୁଣ୍ଡା ଏବଂ ଆଇଆରସି ଭିଲେଜ ସ୍ଥିତ ମୋ ସେବା କେନ୍ଦ୍ର ଗସ୍ତ ଅବସରରେ ସହଜ କେନ୍ଦ୍ରର କ୍ଲଷ୍ଟର ହେଡ ନିରଞ୍ଜନ ଦାସ ଓ ଓକାକ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories