www.samajalive.in
Saturday, December 6, 2025
26.1 C
Bhubaneswar

ନବବର୍ଷରେ ଇସ୍ରୋର ଐତିହାସିକ ମିଶନ ; ‘ଏକ୍ସପୋସାଟ୍‌‌’ ସାଟେଲାଇଟ୍‌‌ ଉତ୍‌‌କ୍ଷେପଣ

ନୂଆଦିଲ୍ଲୀ : ନୂଆବର୍ଷରେ ଇତିହାସ ରଚିଲା ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)। ନୂଆବର୍ଷ ୨୦୨୪ ବର୍ଷର ପ୍ରଥମ ଦିନରେ ଇସ୍ରୋର ଐତିହାସିକ ମିଶନା ସୋମବାର ସକାଳ ୯ଟା ୧୦ରେ ପିଏସଏଲଭି –ସି୫୮ ରକେଟ୍‌‌ ଜରିଆରେ ‘ଏକ୍ସପୋସାଟ୍‌‌’ ସାଟେଲାଇଟ୍‌‌ ଉତ୍‌‌କ୍ଷେପଣ ହୋଇଛି। ‘ଏକ୍ସପୋସାଟ୍‌‌’ ଓ ୧୦ ଅନ୍ୟ ପେଲୋଡ୍‌‌ର ବି ଉତ୍‌‌କ୍ଷେପଣ କରାଯାଇଛି। ଆନ୍ଧପ୍ରଦେଶ ଶ୍ରୀହରିକୋଟାରୁ ‘ଏକ୍ସପୋସାଟ୍‌‌’ର ଉତ୍‌‌କ୍ଷେପଣ କରାଯାଇଛି। ‘ଏକ୍ସପୋସାଟ୍‌‌’ ୫ ବର୍ଷ ପାଇଁ କାର୍ଯ୍ୟ କରିବ। ପୃଥିବୀ ଚାରିପଟେ ପରିଦର୍ଶନ କରି ବିଶ୍ୱବ୍ରହ୍ମାଣ୍ଡର ରହସ୍ୟ ଭେଦିବାକୁ ଚେଷ୍ଟା କରିବା ସହ ବ୍ଲାକ ହୋଲ୍‌‌ ଓ ନ୍ୟୁଟ୍ରନ୍‌‌ ଷ୍ଟାର ସମ୍ପର୍କରେ ଏହା ଅଧ୍ୟୟନ କରିବ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories