www.samajalive.in
Monday, December 8, 2025
27.1 C
Bhubaneswar

ଚନ୍ଦ୍ରଯାନ-୨ର ଫଟୋ ଜାରି କଲା ଇସ୍ରୋ

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ଆସନ୍ତା ୧୫ ତାରିଖରେ ଚନ୍ଦ୍ରଯାନ-୨ ଅଭିଯାନ ଆରମ୍ଭ କରିବ। ଏହାର ଠିକ୍‌ ଏକ ସପ୍ତାହ ପୂର୍ବରୁ ଇସ୍ରୋ ନିଜ ୱେବସାଇଟ୍‌ରେ ଚନ୍ଦ୍ରଯାନ-୨ର ଫଟୋ ଜାରି କରିଛି। ପାଖାପାଖି ୧ ହଜାର କୋଟି  ଟଙ୍କା ଖର୍ଚ୍ଚ ହେଉଥିବା ଏହି ମିଶନରେ ଜିଏସଏଲଭି ଏମକେ-୩ ରକେଟ ଜରିଆରେ ଚନ୍ଦ୍ରଯାନ-୨କୁ ଉତକ୍ଷେପଣ କରାଯିବ। ଏହି ମହାକାଶ ଯାନର ଓଜନ ୩୮୦୦ କିଲୋଗ୍ରାମ, ଯେଉଁଥିରେ ୩ଟି ମଡ୍ୟୁଲ ଯଥା, ଅର୍ବିଟର, ଲ୍ୟାଣ୍ଡର(ବିକ୍ରମ) ଏବଂ ରୋଭର(ପ୍ରଜ୍ଞାନ) ରହିବେ।

ଇଣ୍ଡିଆନ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍‌ ଅଫ ସ୍ପେଶ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି(ଆଇଆଇଏସଟି)ର ୭ମ ସମାବର୍ତ୍ତନ ଉତ୍ସବରେ ଇସ୍ରୋ ଅଧ୍ୟକ୍ଷ କେ. ଶିବାନ ଯୋଗଦେଇ ଚନ୍ଦ୍ରଯାନ-୨କୁ ଉତ୍‌କ୍ଷେପଣ ଯାନ ସହିତ ଏକାଠି କରିଦିଆଯାଇଛି। ସେ କହିଛନ୍ତି, ଚନ୍ଦ୍ରଯାନ-୨ ଜରିଆରେ ଇସ୍ରୋ ଚନ୍ଦ୍ରର ଦକ୍ଷିଣ ମେରୁ ନିକଟକୁ ଯାଉଛି, ଯେଉଁଠି ଆଜି ପର୍ଯ୍ୟନ୍ତି କେହି ପହଞ୍ଚିପାରି ନାହାନ୍ତି। ଯଦି ଆମେ ଏହି ବିପଦକୁ ସ୍ବୀକାର କରୁଛୁ, ତେବେ ବିଶ୍ଵ ସ୍ତରରେ ବୈଜ୍ଞାନିକ ସମୁଦାୟଙ୍କୁ ଏହା ଲାଭ ପହଞ୍ଚାଇବ। ଚନ୍ଦ୍ରଯାନ-୨ ଆଗାମୀ ଡିସେମ୍ବର ୬ କିମ୍ବା ୭ ତାରିଖରେ ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ଅବତରଣ କରିବ। ଏହା ପରେ ଭାରତ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାରେ ୪ର୍ଥ ଦେଶ ହେବ। ଏହା ପୂର୍ବରୁ ଆମେରିକା, ରୁଷ ଏବଂ ଚୀନ ନିଜର ମହାକାଶ ଯାନକୁ ଚନ୍ଦ୍ରପୃଷ୍ଠକୁ ପଠାଇ ସାରିଛନ୍ତି। କିନ୍ତୁ କୌଣସି ଦେଶ ଏଯାଏ ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ପହଞ୍ଚିପାରି ନାହାନ୍ତି। ଚନ୍ଦ୍ରଯାନ-୨କୁ ଜିଏସଏଲଭି ଏମକେ-୩ ରକେଟ ଜରିଆରେ ମହାକାଶକୁ ପଠାଯିବ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories